ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୨ ମୃତ, ୫ ନିଖୋଜ

ବିହାର: ବିହାରର ସମସ୍ତିପୁର ଜିଲ୍ଲାରେ ଗୁରୁବାର ସକାଳେ ଏକ ଦୁଃଖଦାୟକ ଅଘଟଣ ଘଟିଯାଇଛି । ମୋହିଉଦ୍ଦିନନଗର ବ୍ଲକର ସୁଲତାନପୁର ଦିଆରା ନିକଟରେ ପ୍ରାୟ ୧୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଜଣ ନିଖୋଜ ଅଛନ୍ତି। ସରକାରୀ ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୫:୩୦ ସମୟରେ ପ୍ରବଳ ପବନ ଯୋଗୁଁ ଗଙ୍ଗା ନଦୀ ମଝିରେ ଏହି ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଥିବା ଲୋକମାନେ ମୁଖ୍ୟତଃ ମହିଳା ଥିଲେ ଏବଂ ସେମାନେ ନଦୀ ପାର ହୋଇ ପୋଟଳ ଓ ଅନ୍ୟାନ୍ୟ ପନିପରିବା ଆଣିବାକୁ ଯାଉଥିଲେ । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
ବାକି ୫ ଜଣ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଖି ପିଛୁଳାକେ ଡଙ୍ଗାଟି ନଦୀ ମଝିରେ ବୁଡ଼ିଯାଇଥିଲା । କିଛି ଲୋକ ପହଁରି କୂଳକୁ ଚାଲିଆସିଥିଲେ ମଧ୍ୟ ଅଧିକାଂଶ ମହିଳା ପାଣିରେ ବୁଡ଼ିଯାଇଥିଲେ। ଉଦ୍ଧାର ହୋଇଥିବା ମହିଳାମାନଙ୍କ ମଧ୍ୟରୁ ୨ ଜଣ ଅଚେତ ଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି ।

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ