ଗଛରେ ପିଟିହେଲା ପିକଅପ୍: ୨ମୃତ

ଭୟଙ୍କର ଦୁର୍ଘଟଣା। ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ପିକ୍‌ଅପ୍‌। ଗାଡ଼ି ଚାଳକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି।
ଆଜି ଅପରାହ୍ନ ପ୍ରାୟ ସାଢ଼େ୨ଟା ହେବ। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ପିକ୍‌ଅପ୍‌ ଭ୍ୟାନ୍‌ଟି ପଢେଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏନେଇ ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରୁ ଡ୍ରାଇଭର ଓ ଡ୍ରାଇଭରଙ୍କ ସହଯୋଗୀଙ୍କ ମୃତ୍ୟୁ ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ସେପଟେ ଆଜି ଭୋରୁ ଭୋରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୋଡ଼ଛାପର ଛକ ନିକଟରେ ଘଟିଥିଲା। କଳାହାଣ୍ଡି ଜିଲ୍ଲା ଉତ୍କେଲା ଅଂଚଳରୁ ଆସିଥିବା ଏକ ମେଲୋଡି ଗାଡି ପଦ୍ମପୁର ଅଂଚଳରେ ପୋଗ୍ରାମ ସାରି ଘରକୁ ଫେରୁଥିବା ବେଳେ ପାଟଣାଗଡ଼ -ବେଲପଡା ରାସ୍ତା ପୋଡ଼ଛାପର ଗାଁ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍‌ ବାଡ଼ା ଉପରକୁ ଚଢିଯାଇଛି। ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନାହାନ୍ତି।

Related Posts

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍‌ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ଏହି କାର୍ଡରେ ପିଲାଟିର ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ରେକର୍ଡ କରାଯିବ । ଏହାକୁ ଆଧାର କରି ତାର ଚିକିତ୍ସା କରାଯିବ । ଏପରି ସୂଚନା ଦେଇଛନ୍ତି…

Leave a Reply

Your email address will not be published. Required fields are marked *

You Missed

ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା