ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

ସୁନ୍ଦରଗଡ଼,01।09: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅନ୍ତର୍ଗତ ଘୋଷରା ଗାଁ ନିକଟ ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ମହାବଳ ବାଘର ପାଦଚିହ୍ନ ବୋଲି କହିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବନବିଭାଗ କର୍ମଚାରୀ ଜଙ୍ଗଲରେ ପହଞ୍ଚି ପାଦଚି଼ହ୍ନ ଯାଞ୍ଚ କରିଥିଲେ। ବିଶେଷଜ୍ଞଙ୍କ ଯାଞ୍ଚ ପରେ ପାଦଚି଼ହ୍ନ କେଉଁ ବାଘର ତାହା ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ବଣାଇ ଫରେଷ୍ଟ ଡିଭିଜନ୍‌ର ସୋଲ୍ ରେଞ୍ଜ ଅଞ୍ଚଳରେ କିଛିଦିନ ତଳେ ଏକ ମହାବଳ ବାଘ ବୁଲୁଥିବା ଟ୍ରାପ୍ କ୍ୟାମେରାରେ ଉତ୍ତୋଳିତ ହୋଇଥିଲା। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କାଳେ ସେହି ମହାବଳ ବାଘ ଏପଟେ ପଳାଇ ଆସିଥାଇପାରେ କିମ୍ବା ଏହା ଆଉ କେଉଁ ବାଘର ପାଦଚିହ୍ନ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ପାଦଚିହ୍ନକୁ ନେଇ ବନବିଭାଗ ପକ୍ଷରୁ ଜଙ୍ଗଲ ନିକଟସ୍ଥ ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ ରହିବାକୁ ସୂଚନା ଦିଆଯାଇଛି। ବନବିଭାଗ କର୍ମଚାରୀମାନେ ଏବେ ପାଟ୍ରୋଲିଂ କରିବା ସହ ବାଘର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏ ବାବଦରେ ବନବିଭାଗ ରେଞ୍ଜ ଅଧିକାରୀ ଦେବାଶିଷ ନାୟକଙ୍କୁ ପଚାରିବାରୁ, ଆମେ ଯାଞ୍ଚ ଜାରି ରଖିଛୁ, ତାହା କଲରାପତରିଆ ନା ମହାବଳ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା କହିଛନ୍ତି।

  • Related Posts

    ଲଘୁଚାପ : ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ

    ଭୁବନେଶ୍ୱର: ଆସନ୍ତା ୨ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ଏହା ପ୍ରଭାବରେ ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି…

    Continue reading
    ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ଚାଲିଗଲା ରୋଗୀ ଜୀବନ

    ଜଗତସିଂହପୁର: ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ଚାଲିଗଲା ରୋଗୀର ଜୀବନ । ଗୁରୁତର ରୋଗୀକୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ଘଟିଛି ଅଭାବନୀୟ ଘଟଣା । ଜଗତସିଂହପୁରରେ ଘଟିଛି ଏପରି ଅଭାବନୀୟ ଘଟଣା । ଅକ୍ସିଜେନ ନ ଥିବାରୁ ମହିଳା ରୋଗୀଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

    ସାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

    ଗଶେଶ ଭସାଣି ବେଳେ ସଂଘର୍ଷ: ଯୁବକ ମୃତ

    ଗଶେଶ ଭସାଣି ବେଳେ  ସଂଘର୍ଷ: ଯୁବକ ମୃତ

    ଲଘୁଚାପ : ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ

    ଲଘୁଚାପ : ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ

    ଶସ୍ତା ହେଲା ଏଲ୍‌ପିଜି କମର୍ସିଆଲ ସିଲିଣ୍ଡର

    ଶସ୍ତା ହେଲା ଏଲ୍‌ପିଜି କମର୍ସିଆଲ ସିଲିଣ୍ଡର

    SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି

    SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି

    ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣାରେ କୌଣସି ନୂତନତା ନାହିଁ : ବିଜେଡି

    ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣାରେ  କୌଣସି ନୂତନତା ନାହିଁ : ବିଜେଡି