ଗାଡି ଚେକିଂ ବେଳେ ମାଡ଼ିଗଲା ଗ୍ୟାସ କଣ୍ଟେନର, ବାଇକ୍ ଆରୋହୀ ମୃତ

ଗାଡ଼ି ଚେକିଂ ବେଳେ ଗ୍ୟାସ କଣ୍ଟେନର ମାଡ଼ି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଯାଜପୁରର ପାଣିକୋଇଲି ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।
ପାଣିକୋଇଲି ଥାନା ସଠିପୁର ବ୍ରଜନଗର ଛକ ନିକଟରେ ୧୬ନଂ ଜାତୀୟ ରାଜପଥରେ ଆଜି ପୁଲିସ ପକ୍ଷରୁ ଗାଡ଼ି ଚେକିଂ କରାଯାଉଥିଲା। ଏହି ସମୟରେ ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ଗ୍ୟାସ କଣ୍ଟେନର ଦ୍ରୁତଗତିରେ ଆସି ପୁଲିସ ଗାଡ଼ିକୁ ଧକ୍କାଦେବା ସହିତ ଜଣେ ବାଇକ ଆରୋହୀ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ରଞ୍ଜନ କୁମାର ଜେନା। ତାଙ୍କ ଘର ସ୍ଥାନୀୟ ମାଧପୁର ଅଞ୍ଚଳରେ। ସେହିପରି ଗ୍ୟାସ କଣ୍ଟେନରଟି ପୁଲିସ୍ ଗାଡ଼ିକୁ ଧକ୍କା ଦେବାରୁ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁଲୋଚନ ବେହେରା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts

୬ ବର୍ଷ ପରେ ପୁଣି ପରଦାକୁ ଫେରିବେ ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା

ମୁମ୍ବାଇ: ପୁଣି ପରଦାକୁ ଫେରିବେ ବଲିଉଡର ଦେଶୀଗର୍ଲ୍ । ଖୁବଶୀଘ୍ର ବଲିଉଡକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ହଲିଉଡ୍ ତଥା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ଆଲିଆ-ଭିକିଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେ ପ୍ରିୟଙ୍କା । ୬ ବର୍ଷ ପରେ…

“Satyameva Jayate (truth alone triumphs)”,

New Delhi: Twitter on Saturday restored the account of Rahul Gandhi, alongside those of the Congress and its other leaders, amid ongoing friction between the social media platform and the…

Leave a Reply

Your email address will not be published. Required fields are marked *

You Missed

ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା