ଗିଲ୍‌ଙ୍କ ଦ୍ବିଶତକ ପରେ ଇଂଲଣ୍ଡର ପ୍ରାରମ୍ଭିକ ବିପର୍ୟ୍ୟୟ

ଏଜ୍‌ବାଷ୍ଟନ: ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ସ୍କୋର୍‌ ହାସଲ କରିଛନ୍ତି ଶୁଭମନ ଗିଲ୍‌। ଚଳିତ ଦ୍ବିତୀୟ ଟେଷ୍ଟମ୍ୟାଚ୍‌ରେ ଗିଲ୍‌ଙ୍କ ଐତିହାସିକ ୨୬୯ ରନ୍‌ର ଇନିଂସ ବଳରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଇନିଂସରେ ୫୮୭ ରନ୍‌ର ବଡ଼ ସ୍କୋର୍ ଛିଡ଼ା କରିପାରିଛି। ପ୍ରଥମଦିନରେ ଶତକ ହାସଲ କରି ଅପରାଜିତ ଥିବା ଶୁଭମନ ଗିଲ୍‌ ଗୁରୁବାର ଦ୍ବିତୀୟ ଦିନରେ ମାରାଥନ୍‌ ଇନିଂସ ଖେଳିଥିବା ବେଳେ ଦୁଇ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ୱାଶିଂଟନ ସୁନ୍ଦର ତାଙ୍କ ସହ ଲମ୍ବା ଭାଗୀଦାରି କରିବାରୁ ଭାରତର ଏହି ବିଶାଳ ସ୍କୋର୍‌ ସମ୍ଭବ ହୋଇଛି। ପରେ ଇଂଲଣ୍ଡକୁ ଦ୍ବିତୀୟ ଦିନରେ ୧୦୦ ମିନିଟ ବ୍ୟାଟିଂ କରିବାକୁ ପଡ଼ିଥିଲା। ଭାରତୀୟ ପେସ୍‌ ବୋଲର ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ୨ୟ ଦିନ ଶେଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩ ୱିକେଟ୍‌ ହରାଇ ୭୭ ରନ୍‌ କରିପାରିଛି। ୭ ୱିକେଟ୍‌ ବାକିଥାଇ ଇଂଲଣ୍ଡ ଏବେ ୫୧୦ ରନ୍‌ ପଛ​‌େ​‌ର ରହିଛି।
ଇଂଲଣ୍ଡ ୨ୟ ଇନିଂସ ଆରମ୍ଭ କରିବା ପରେ ଆକାଶ ଦୀପ ତାଙ୍କ ଦ୍ବିତୀୟ ଓଭରରେ କ୍ରମାଗତ ୨ଟି ବଲ୍‌ରେ ପ୍ରଥମ ଟେଷ୍ଟର ଦୁଇ ଶତକ ହାସଲକାରୀଙ୍କୁ ଆଉଟ୍‌କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ଶୁଭମନ ଗିଲ୍‌ଙ୍କ ଦର୍ଶନୀୟ କ୍ୟାଚ୍‌ରେ ବେନ୍ ଡକେଟ୍‌ ଆଉଟ୍‌ କରିିଥିଲେ। ପରବର୍ତ୍ତୀ ବଲ୍‌ରେ ଓଲି ପୋପ୍‌ଙ୍କ କ୍ୟାଚ୍‌କୁ ସ୍ଲିପ୍‌ରେ ୨ୟ ପ୍ରୟାସରେ କେ.ଏଲ୍‌. ରାହୁଲ ଧରିଥିଲେ। ଦୁହେଁ ଖାତା ଖୋଲି ପାରିନଥିଲେ। ପରେ ମହମ୍ମଦ ସିରାଜ୍‌ଙ୍କ ବାହାର ବଲ୍‌କୁ ଖେଳି ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିଲେ କ୍ୟାକ୍‌ କ୍ରଲି। ୩ଟି ଚୌକା ସହ କ୍ରଲି ୧୯ ରନ୍‌ କରିଥିଲେ। ୨୫ ରନ୍‌ରେ ଇଂଲଣ୍ଡ ୩ଟି ୱିକେଟ୍‌ ହରାଇବା ପରେ ଜୋ ରୁଟ୍‌ ଓ ହ୍ୟାରୀ ବ୍ରୁକ୍‌ ଷ୍ଟମ୍ପ୍ ଅପସାରଣ ପର୍ୟ୍ୟନ୍ତ ଆଉ ୱିକେଟ୍‌ ପଡ଼ିବାକୁ ଦେଇନାହାନ୍ତି। ଦଳର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ରୁଟ୍‌ ୩୭ ବଲ୍‌ରୁ ୧୮ ଓ ବ୍ରୁକ୍‌ ୫୩ ବଲ୍‌ରୁ ୩୦ ରନ୍‌କରି ଅପରାଜିତ ଅଛନ୍ତି। ଫଲୋଅନ୍ ଏଡ଼ାଇବା ୩ୟ ଦିନରେ ଇଂଲଣ୍ଡର ପ୍ରଥମ ଲକ୍ଷ୍ୟ ରହିବ।

ଭାରତ ଏହି ମ୍ୟାଚ୍‌ରେ ବିଶେଷଜ୍ଞ ବୋଲରଙ୍କ ସ୍ଥାନର ଅଲ୍‌ରାଉଣ୍ଡରଙ୍କୁ ଖେଳାଇବା ରଣନୀତିକୁ ସମାଲୋଚନା କରା ଯାଇଥିବା ବେଳେ ଦୁଇ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ୱାଶିଂଟନ ସୁନ୍ଦରଙ୍କ ଯୋଗୁଁ ହିଁ ଭାରତ ୫୮୭ ରନ୍‌ କରି ପାରିଥିଲା। ପ୍ରଥମ ଦିନରେ ୨୧୧ ରନ୍‌ରେ ଭାରତ ୫ଟି ୱିକେଟ୍‌ ହରାଇବା ପରେ ଶୁଭମନ ଗିଲ୍‌ ଓ ରବୀନ୍ଦ୍ର ଜାଡ଼େଜା ସ୍କୋର୍‌କୁ ୩୧୦ ରନ୍‌ରେ ପହଞ୍ଚାଇଥିଲେ। ଗୁରୁବାର ୨ୟ ଦିନରେ ଭୋଜନ ବିରତି ପୂର୍ବରୁ ଭାରତ ୪୦୦ ଓ ଚା’ପାନ ବିରତି ପୂର୍ବରୁ ୫୦୦ ରନ୍‌ରେ ପହଞ୍ଚି ଯାଇଥିଲା। ୨ୟ ଦିନ ଆରମ୍ଭରେ ନୂଆ ବଲ୍‌ରେ ଇଂଲଣ୍ଡ ଜଲ୍‌ଦି ୱିକେଟ୍‌ ନେବାକୁ ଆଶା ରଖିଥିଲେ ହେଁ ଗିଲ୍‌ ଓ ଜାଡ଼େଜା ଏହା କରିବାକୁ ଦେଇନଥିଲେ। ଦୁହେଁ ୬ଷ୍ଠ ୱିକେଟ୍‌ ପାଇଁ ୨୦୩ ରନ୍‌ ଯୋଗ କରିଥିଲେ। ଭୋଜନ ବିରତି ପୂର୍ବରୁ ଭାରତ ଗୋଟିଏ ୱିକେଟ୍‌ ହରାଇଥିଲା। ରବୀନ୍ଦ୍ର ଜାଡ଼େଜା ୧୩୭ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୮୯ ରନ୍‌କରି ବିଦାୟ ନେଇଥିଲେ। ପରେ ବାମହାତି ୱାଶିଂଟନ ସୁନ୍ଦର ମଧ୍ୟ ଲଢ଼ୁଆ ବ୍ୟାଟିଂ କରିଥିଲେ। ସ୍କୋର୍‌ ୪ ଶହ ରନ୍‌ ଟପିବା ପରେ ଇଂଲଣ୍ଡ ନିରାଶହୋଇ ଅଧିକାଂଶ ଓଭର କାମଚଳା ବୋଲରଙ୍କୁ ଦେଇଥିଲା। ଶୁଭମନ ଗିଲ୍‌ ଓ ୱାଶିଂଟନ ସୁନ୍ଦର ୭ମ ୱିକେଟ୍‌ ପାଇଁ ୧୪୪ ରନ୍‌ ଯୋଡ଼ିଥିଲେ। ସୁନ୍ଦର ୧୦୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୨ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ ଭାବେ କ୍ରମାଗତ ୨ୟ ଟେଷ୍ଟରେ ଶତକ ଏବଂ ବ୍ୟକ୍ତିଗତ ପ୍ରଥମ ଦ୍ବିଶତକ ହାସଲ କରିଥିବା ଶୁଭମନ ଗିଲ୍‌ ୩୮୭ ବଲ୍‌ରୁ ୩ଟି ଛକା ଓ ୩୦ଟି ଚୌକା ସହ ୨୬୯ ରନ୍‌କରି ବାଉଣ୍ଡରୀ ଲାଇନ୍‌ରେ କ୍ୟାଚ୍‌ ଦେଇ ଫେରିଥିଲେ। ସୋଏବ୍‌ ବସିର ୩ଟି ଏବଂ କ୍ରିସ୍ ୱକସ ଓ ଜୋଶ୍ ଟଙ୍ଗ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ