ଗୁଜବର ଶିକାର ଜୁଏଲ

ନୂଆଦିଲ୍ଲୀ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଗୁଜବର ଶିକାର ହୋଇଛନ୍ତି । ମେ ୩ ତାରିଖ ଅପରାହ୍ଣରେ ଜୁଏଲ ଏକ ସରାକରୀ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଗୋଣ୍ଡୱାନା ଟ୍ରେନ୍‌ରେ ମଧ୍ୟପ୍ରଦେଶର ଜବଲପୁର ଯାଇଥିଲେ । ପାଖାପାଖି ଦାମୋହ ଷ୍ଟେସନ୍‌ଠାରେ ସେ ଅନୁଭବ କଲେ ଯେ ତାଙ୍କର ରକ୍ତ ଶର୍କରା କମିଯାଇଛି । ସେତେବେଳକୁ ପାଖାପାଖି ରାତି ୪ଟା (ମେ ୪ ବଡ଼ିଭୋର) । ତାଙ୍କ ସହ ତାଙ୍କ ବ୍ୟକ୍ତିଗତ ସହାୟକ ଓ ଅନ୍ୟ ଷ୍ଟାଫ୍‌ ମଧ୍ୟ ଥିଲେ । ସେମାନେ ଶୋଇଥିବାରୁ ଜୁଏଲ ସେମାନଙ୍କ ନିଦ୍ରା ଭଙ୍ଗ କରିବାକୁ ଉଚିତ୍‌ ମନେକଲେ ନାହିଁ। ଦାମୋହ ଷ୍ଟେସନଠାରେ ଟ୍ରେନ୍‌ ପହଞ୍ଚିବା ମାତ୍ରେ ସେ ପ୍ଳାଟଫର୍ମକୁ ଓହ୍ଲାଇ ନିକଟବର୍ତ୍ତୀ ଏକ ଷ୍ଟଲ୍‌କୁ ବିସ୍କୁଟ କିଣିବା ପାଇଁ ଯାଇଥିଲେ । ସେ ସବୁବେଳେ ତାଙ୍କ ନିକଟରେ କିଛି ମିଠାଖାଦ୍ୟ ରଖନ୍ତି। କିନ୍ତୁ ସେଦିନ ନଥିଲା। ବିସ୍କୁଟ କିଣି ସେ ଟ୍ରେନ୍‌ରେ ଚଢିବାକୁ ଯିବାବେଳେ ଟ୍ରେନ୍‌ ଛାଡିବାକୁ ଆରମ୍ଭ କରିଥିଲା। ଜୁଏଲ ଟ୍ରେନରେ ଚଢିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଠିକ୍‌ ଭାବରେ ଟ୍ରେନ୍‌ରେ ଚଢି ନପାରିବାରୁ ପଡିଯାଇଥିଲେ। ତାଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ସେ ବିସ୍କୁଟ କିଣିବାକୁ ଯିବାବେଳେ ମୋବାଇଲ ପାଖରେ ରଖି ନଥିଲେ। ଟ୍ରେନ୍‌ ଚାଲିଯିବାର କିଛି ସମୟ ପରେ ସେ ଅନ୍ୟ ଏକ ଟ୍ରେନ୍‌ (ସମ୍ପର୍କ କ୍ରାନ୍ତି) ଯୋଗେ ଆସିଥିଲେ ।

ଇତିମଧ୍ୟରେ ଜୁଏଲଙ୍କ ଷ୍ଟାଫ୍‌ ତାଙ୍କୁ ଟ୍ରେନରେ ନପାଇ ପୁଲିସରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ଦ୍ୱାରା ଖୋଜାଖୋଜି ଆରମ୍ଭ ହୋଇଥିଲା। ଶେଷରେ ପୁଲିସ ତାଙ୍କୁ ସିହୋରା ରୋଡ ରେଳ ଷ୍ଟେସନ୍‌ଠାରେ ସକାଳୁ ଦେଖିବାକୁ ପାଇଥିଲେ। ଏହି ଘଟଣା ପରେ ଜୁଏଲ ଜବଲପୁର ଯାଇ ତାଙ୍କ ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ମଧ୍ୟପ୍ରଦେଶର କେତେକ ସ୍ଥାନୀୟ ହିନ୍ଦୀ ଖବରକାଗଜରେ ଏବଂ ପରେ ସୋସିଆଲ ମିଡିଆରେ ଖବର ପ୍ରଚାରିତ ହୋଇଥିଲା ଯେ, କେନ୍ଦ୍ରମନ୍ତ୍ରୀ କିଛି ସମୟ ପାଇଁ ନିଖୋଜ ହୋଇଯାଇଥିଲେ । ଫଳରେ ଏହା କିଛି ସମୟ ଧରି ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଥିଲା । ବାସ୍ତବରେ ଏହି ଖବର ସତ୍ୟ ନଥିଲା । ଜୁଏଲଙ୍କ ନିକଟତମ ସୂତ୍ରରୁ କୁହାଯାଇଛି, ସମ୍ପୃକ୍ତ ଗଣମାଧ୍ୟମ ଏଭଳି ଖବର ପ୍ରକାଶ ପୂର୍ବରୁ ତାଙ୍କ କାର୍ୟ୍ୟାଳୟ କିମ୍ବା ତାଙ୍କ ସହ ଯୋଗାଯୋଗ କରି ବାସ୍ତବତା ଜାଣିବା ଦରକାର ଥିଲା । କିନ୍ତୁ ତାହା ନକରି ଏଭଳି ଏକ ଚାଞ୍ଚଲ୍ୟକର ଖବର ପ୍ରକାଶ କରିବା ଆଦୌ ଠିକ୍‌ ହୋଇନି ।

  • Related Posts

    ସାମିଲ ହେବେ ଯୁବ ଓ କଟିଥିବା ଭୋଟର;୨୬ରୁ ଘରକୁ ଘର ବୁଲି ସର୍ଭେ

    ଭୁବନେଶ୍ୱର : ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଓ ଯୁବ ଭୋଟର୍‌ଙ୍କୁ ଭୋଟର୍‌ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବୁଧବାର ଠାରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ରାଜ୍ୟବ୍ୟାପୀ ସ୍ବତନ୍ତ୍ର ଅଭିଯାନ ଅନୁ‌ଷ୍ଠିତ ହେବ। ଭୋଟର ତାଲିକାକୁ…

    Continue reading
    ଆଶୁତୋଷ ଦୀକ୍ଷିତ ବାୟୁସେନା ମୁଖ୍ୟ ନିଯୁକ୍ତ

    ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ