
ନୂଆଦିଲ୍ଲୀ: ଆରସିବିର ଷ୍ଟ୍ରାଇକ ବୋଲର ମହମ୍ମଦ ସିରାଜ ୨୦୨୫ ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ ଖେଳିବେ। ତାଙ୍କୁ ଆଜି ୧୨.୨୫ କୋଟି ଟଙ୍କାର ଗୁଜରାଟ ନିଜ ସହ ସାମିଲ କରିଛି। ସିରାଜଙ୍କୁ ଅକ୍ସନରେ ନେବା ପାଇଁ ଚେନ୍ନାଇ ଚେଷ୍ଟା କରିଥିଲା। ହେଲେ ୮ କୋଟି ପରେ ଦଳ ଓହରି ଯାଇଥିଲା।ତାଙ୍କ ଦାମ ୮.୨୫ କୋଟି ଟଙ୍କା ଥିବା ବେଳେ ରାଜସ୍ଥାନ ରୟାଲ୍ସ ରେସରେ ପ୍ରବେଶ କରିଥିଲା। ୧୨ କୋଟି ଯାଏ ରାଜସ୍ଥାନ ବିଡ ଲଗାଇଥିଲା। ହେଲେ ଦାମ ୧୨.୨୫ କୋଟି ହେବାରୁ ରାଜସ୍ଥାନ ମଧ୍ୟ ଆଉ ଆଗକୁ ଯାଇ ନଥିଲା। ଆରସିବି ମଧ୍ୟ ସିରାଜଙ୍କ ପାଇଁ ଆରଟିଏମ ବ୍ୟବହାର କରିନି। ତେଣୁ ଗୁଜରାଟ ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଛି।