
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର କୋଲ୍ହାନ ରିଜର୍ଭ ଜଙ୍ଗଲ ଅଞ୍ଚଳର ଟୋଣ୍ଟୋ ଥାନା ଅନ୍ତର୍ଗତ ରୁଟୁଗୁଟୁ ଜଙ୍ଗଲରେ ଆଜି ସକାଳରୁ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି । ଭୟାବହ ଗୁଳିବର୍ଷାରେ ଜଣେ କୁଖ୍ୟାତ ନକ୍ସଲି ନିହତ ହୋଇଯାଇଛି । ଯାହା ଏହି ମାଓ ବିରୋଧୀ ଅଭିଯାନକୁ ନିର୍ଣ୍ଣାୟକ ମୋଡ଼ ଦେଇଛି । ମୃତ ନକ୍ସଲି ଜଣକ ଗୋଇଲକେରା ଥାନା ଅଞ୍ଚଳର ସାଙ୍ଗାଜାଟା ଗାଁର ବାସିନ୍ଦା ଇସ୍ରାଇଲ ପୁର୍ତି(୩୨) ଓରଫ ଅମୃତ ବୋଲି ପରିଚୟ କରାଯାଇଛି । ମୃତ ମାଓବାଦୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିଲା ଏବଂ ସେ ସଂଗଠନର ସକ୍ରିୟ ସେଣ୍ଟ୍ରାଲ ଟେକ୍ନିକାଲ/ଟ୍ରେନିଂ ଏଣ୍ଡ ଇଣ୍ଟେଲିଜେନ୍ସ କ୍ୟାଡର ଭାବେ ପରିଚିତ ଥିଲେ । ସୂତ୍ରମାନଙ୍କ କହିବା ଅନୁଯାୟୀ, ସେ ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ନକ୍ସଲୀ କାର୍ଯ୍ୟକଳାପକୁ ସଂଚାଳନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ର-ଶସ୍ତ୍ର ସହ ବହୁ ପରିମାଣର ନକ୍ସଲୀ ସାମଗ୍ରୀ ମଧ୍ୟ ଜବତ ହେଇଛି


