
ଦେବଗଡ଼:ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଗୋପପୁରଠାରେ ରାଧାକୃଷ୍ଣ କ୍ଲବ ପକ୍ଷରୁ ଚାଲିଥିବା ୫ ଦିନିଆ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ୍ରେ ସମ୍ବଲପୁର ଜୁନିଅର ଏଫସି ଓ ବାରକୋଟ ଏଫସି ମା ରମ୍ଭାଦେବୀ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ ସମ୍ବଲପୁର ଜୁନିଅର ଏଫସି ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ମ୍ୟାଚକୁ ଆଲୋକ ଦେହୁରୀ,ଲକ୍ଷ୍ମଣ ସେଠ,ମୁକେଶ ପ୍ରଧାନ, ସରୋଜ ମଳିକ ଓ ପପୁନ ବେହେରା ପରିଚାଳନା କରିଥିଲେ। ଉଦଯାପନୀ ତଥା ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ମୁଖ୍ୟଅତିଥି,ବିଧାୟକଙ୍କ ପ୍ରତିନିଧି ରାଜକିଶୋର ସାହୁ,ଆଇନଜୀବୀ ତନୁଚନ୍ଦ୍ର ପାତ୍ର,ସ୍ଥାନୀୟ ପିଇଟି ପିତାମ୍ବର ସାହୁ, ବରିଷ୍ଠ ସଦସ୍ୟ ଅର୍ଜୁନ ମୋହନ ସାହୁ,ହୀରାଲାଲ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ କ୍ଲବ ସଭାପତି ଶିବାନୀ ପାଣି,ସମ୍ପାଦକ ଲିଟୁନ ସାହୁଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।








