
ଯାଜପୁର: ଗ୍ୟାସ ଲିକ୍ ହୋଇ ଜଳିଗଲା ଶିଶୁ କନ୍ୟା। ନିଆଁ ଲିଭାଇବାକୁ ଯାଇ ଗୁରୁତର ବାପାମାଆ । ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ରୋଷେଇ କରୁଥିବାବେଳେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିବାର ସୂଚନା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗାଁରେ ।
ଅରାବଳ ଗ୍ରାମର ଦଳିତ ସାହିରେ ବାସ କରୁଥିଲେ ଅଭିରାମ ମଲିକ୍ । ଆଜି ସକାଳୁ ତାଙ୍କ ଘରେ ରୋଷେଇ କରୁଥିବାବେଳେ ଗ୍ୟାସ୍ ଲିକ୍ ହୋଇ ପରେ ନିଆଁ ଲାଗିଯାଇଥିଲା। ବାପ ମାଆ ଦୁହେଁ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ନିଆଁ ସଂସ୍ପର୍ଶରେ ଆସି ଚାରିବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି । ବାପା ମାଆଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରିଥିଲେ ।
ପ୍ରାଥମିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତାର କରାଯାଇଛି ।








