ଚତୁର୍ଥ ଟେଷ୍ଟ: ଯଶସ୍ୱୀ, ସୁଦର୍ଶନଙ୍କ ଅର୍ଦ୍ଧଶତକ; ଭାରତ ୪/୨୬୪

ମାଞ୍ଚେଷ୍ଟର: ବୁଧବାରଠାରୁ ଓଲ୍‌ଡ ଟ୍ରାପୋର୍ଡରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି । ପୂରା ଶୃଙ୍ଖଳା ପରି ଏହି ମ୍ୟାଚ୍ ରେ ପ୍ରଥମ ଦିନ ବେଶ୍ ସଂଘର୍ଷପୂର୍ଣ ମୁକାବିଲା ଦେଖୁବାକୁ ମିଳିଛି। ଉଭୟ ଦଳ ପ୍ରଥମ ଦିନରେ ସମ୍ମାନ ଭାଗ କରିଛନ୍ତି । ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୟସୱାଲ ଓ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମଦିନରେ ଭାରତ ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୨୬୪ ରନ୍ କରିପାରିଛି। ଋଷର ପନ୍ତ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଛନ୍ତି। ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୨-୧ରେ ଆଗୁଆ ଥିବାରୁ ଏହି ମ୍ୟାଚ୍ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା ମର’ ହୋଇଯାଇଛି। ମେଘୁଆ ପାଗ ଦେଖ୍ ଘରୋଇ ଇଂଲଣ୍ଡ ଟସ୍ ଜିତି ଫିଲ୍‌ଡିଂ କରିଥିଲା । ଦୁଇ ଭାରତୀୟ ଓପ୍‌ନର କେ.ଏଲ୍ ରାହୁଲ ଓ ଯଶସ୍ବୀ ଜୟସଖଲ ସତର୍କତାର ସହ ଇନିଂସ ଆରମ୍ଭକରିଥିଲେ । ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଖ୍ୟାତ ବାମହାତି ଯଶସ୍ବୀ ଜଗିରଖ୍ ଖେଳିଥିଲେ। ତେବେ ଫର୍ମରେ ଥିବା କେ ଏଲ ରାହୁଲ ଦୁର୍ବଳ ବଲ୍‌ରେ ଷ୍ଟ୍ରୋକ୍ ଖେଳିଥିଲେ । ଭୋଜନ ବିରତି ପୂର୍ବରୁ ଭାରତ କୌଣସି ୱିକେଟ୍ ନ ହରାଇ ୭୮ ରନ୍ କରିଥିଲା । ଏକ ଦଶନ୍ଧି ପରେ ଇଂଲଣ୍ଡ ମାଟିରେ ପ୍ରଥମ ଓପ୍‌ନିଂ ଯୋଡ଼ି ଭାବେ ରାହୁଲ ଓ ଯଶସ୍ବୀ ପ୍ରଥମ ଅଧୂବେଶନରେ ଅପରାଜିତ ରହିଥିଲେ। ବିରତି ପରେ ଇଂଲଣ୍ଡକୁ ପ୍ରଥମ ସଫଳତା ମିଳିଥିଲା । କ୍ରିସ୍ ୱିକ୍‌ସଙ୍କ ଆଉଟ୍ ସ୍ପ୍ରିଙ୍ଗରକୁ ଖେଳି ସ୍ମିପ୍‌ରେ କ୍ୟାଚ୍ ଦେଇଥିଲେ ରାହୁଲ। ୯୮ ବଲ୍‌ରୁ ରାହୁଲ ୪ଟି ଚୌକା ସହ ୪୬ ରନ୍ ଦେଇଥିଲେ । ପରେ ଯଶସ୍ବୀ ଜଯୱାଲ ଓ ସାଇ ସୁଦର୍ଶନ ଧୀରେ ସୁସ୍ଥେ ଖେଳି ଇନିଂସକୁ ଆଗେଈ ନେଇଥିଲେ।

ତେବେ ୨୯୨୯ ଦିନ ପରେ ଟେଷ୍ଟମ୍ୟାଟ୍‌ରେ ବୋଲିଂ କରିଥିବା ବାମହାତି ସ୍ପିନର ଲିଆମ୍ ଡସନ୍ ଘରୋଇ ଇଂଉଣ୍ଡକୁ ୨ୟ ସଫଳତା ଦେଇଥିଲେ। ଯଶସ୍ବୀ ଜୟସୱାଲ ସ୍ଟିପ୍‌ରେ କ୍ୟାଚ୍ ଦେବା ପୂର୍ବରୁ ୧୦୭ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୫୮ ରନ୍ କରିଥିଲେ । ଦୀର୍ଘ ୮ ବର୍ଷ ପରେ ଡସନ୍ ଟେଷ୍ଟ ୱିକେଟ୍ ହାସଲ କରିଥିଲେ। ଅଧିନାୟକ ଶୁଭମନ ଗିଲ୍ ବେଶି ସମୟ ରହି ପାରିନଥିଲେ । ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍‌ସଙ୍କ ଇନ୍‌ସିଙ୍ଗରକୁ ଛାଡ଼ିବା ପ୍ରୟାସରେ ଗିଲ୍ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ । ୨୩ ବଲ୍‌ରୁ ଗିଲ୍ ୧୨ ରନ୍ କରିଥିଲେ । ଋଷଭ ପନ୍ତ କିଛି ଅଣପାରମ୍ପରିକ ସଟ୍ ଖେଳିଥିଲେ । ଏହିପରି ସଟ୍ ପନ୍ତଙ୍କ ପାଇଁ କାଳ ହୋଇଥିଲା । କ୍ରିସ୍ ୱିକ୍‌ସଙ୍କ ବଲ୍‌ କୁ ରିଭର୍ସ ସ୍କ୍ରିପ୍ ମାରିବା ପ୍ରୟାସରେ ପନ୍ତଙ୍କ ପାଦରେ ବଲ୍‌ ବାଜିଥିଲା। ଫଳରେ ପନ୍ତ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ । ତାଙ୍କ ପାଦ ତୁରନ୍ତ ଫୁଲି ଯାଇଥିଲା । ଋଷଭ ପନ୍ତ ୪୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୭ରନ୍ କରିଛନ୍ତି । ମାତ୍ର ୨୦ ରନ୍ କରିଥିବା ବେଳେ ଜୀବନଦାନ ପାଇଥିବା ସାଇ ସୁଦର୍ଶନ ଅଦ୍ଧଶତକ ହାସଲ ପରେ ୱିକେଟ୍ ଫିଙ୍ଗିଥିଲେ । ବେନ୍ ଷ୍ଟୋକ୍‌ସଙ୍କ ବାଉନ୍ସକୁ ପୁଲ୍ ମାରି ବାମହାତି ସୁଦର୍ଶନ ଲଲେଟ୍‌ରେ କ୍ୟାଚ୍ ଦେଇଥିଲେ। କରୁଣ ନାୟାରଙ୍କ ସ୍ଥାନରେ ଖେଳୁଥ‌ିବା ସୁଦର୍ଶନ ୧୫୧ ବଲ୍‌ରୁ ୭ଟି ଚୌକା ସହ ୬୧ ରନ୍ କରିଥିଲେ । ଷ୍ଟମ୍ପ୍ ଅପସାରଣ ବେଳକୁ ଦୁଇ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ସାଳ ଠାକୁର ୧୯ ରନ୍ ଲେଖାଏଁ କରି ଅପରାଜିତ ଅଛନ୍ତି। ଡେନ୍‌ ଷ୍ଟୋକ୍‌ସ ୨ଟି ୱିକେଟ୍ ନେଇଛନ୍ତି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ