ଚମ୍ପିଆନ୍‌ସ ଟ୍ରଫି: ଆଜି ଭାରତ-ବାଂଲାଦେଶ ମୁକାବିଲା

ଦୁବାଇ : ଚମ୍ପିଆନ୍‌ସ ଟ୍ରଫିର ୯ମ ସଂସ୍କରଣରେ ଆଜି ଅଭିଯାନ ଆରମ୍ଭ କରିବାକୁ ଯାଉଛି ୨ ଥର ଚମ୍ପିଆନ୍ ଭାରତ। ଗ୍ରୁପ୍ ‘ଏ’ର ଲିଗ୍‌ ମ୍ୟାଚ୍‌ରେ ପଡ଼ୋଶୀ ବାଂଲାଦେଶ ବିପକ୍ଷରେ ଭାରତ ଖେଳିବ। ଚମ୍ପିଆନ୍‌ସ ଟ୍ରଫିର ଫର୍ମାଟ ଏପରି ଯେ ପ୍ରତି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ପରାଜୟ ଦଳର ସେମିଫାଇନାଲ ରାସ୍ତା ବନ୍ଦ କରିପାରେ। ତେଣୁ ବାଂଲାଦେଶକୁ ହାଲୁକା ଭାବେ ଭାରତ ନେବନାହିଁ। ରୋହିତ ଶର୍ମା ନେତୃତ୍ବାଧୀନ ଭାରତ ଏହି ଟ୍ରଫି ଜିତିବାକୁ ଅନ୍ୟତମ ଫେଭରିଟ୍‌। ଦଳର ବ୍ୟାଟିଂ ଶକ୍ତିଶାଳୀ ଥିବା ବେଳେ ବୋଲିଂ ମଧ୍ୟ ଭଲ ରହିଛି। ତେବେ ପୂର୍ବରୁ ଭାରତକୁ ପରାସ୍ତ କରିଥିବା ବାଂଲାଦେଶ ବିପର୍ୟ୍ୟୟ ଘଟାଇବା ଲକ୍ଷ୍ୟରେ ଓହ୍ଲାଇବ। ତେବେ ବାଂଲାଦେଶ କ୍ରିକେଟ୍‌ ଇତିହାସରେ ସର୍ବଶ୍ରେଷ୍ଠ ଅଲ୍‌ରାଉଣ୍ଡର ସାକିବ୍ ଅଲ୍‌ ହାସନ୍ ଓ ବ୍ୟାଟ୍‌ସମ୍ୟାନ୍ ଲିଟନ୍ ଦାସ ଦଳରେ ନାହାନ୍ତି।
ବାଂଲାଦେଶ ପାଇଁ ଭାରତୀୟ ସ୍ପିନରଙ୍କ ମୁକାବିଲା କରିବା ବଡ଼ ଆହ୍ବାନ ହେବ। ତେ​‌େ​‌ବ ଇଂଲଣ୍ଡ ଅପେକ୍ଷା ବାଂଲାଦେଶର ବ୍ୟାଟ୍‌ସମ୍ୟାନ ସ୍ପିନ୍‌ ଖେଳିବାର ସିଦ୍ଧହସ୍ତ। ନିକଟରେ ୱେଷ୍ଟଇଣ୍ଡିଜ୍‌ଠାରୁ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ ବାଂଲାଦେଶ ହାରିଛି। ୨୦୨୩ ଦିନିକିଆ ବିଶ୍ବକପ୍‌ର ଉପବିଜେତା ଭାରତୀୟ ଦଳର ଅଧିକାଂଶ ଖେଳାଳି ଚମ୍ପିଆନ୍‌ସ ଟ୍ରଫି ଦଳରେ ଅଛନ୍ତି। ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ମହମ୍ମଦ ସାମି ଭାରତୀୟ ପେସ୍‌ ଆକ୍ରମଣ ନେତୃତ୍ବ ନେବେ। ତାଙ୍କ ସହ ଅର୍ଶଦୀପ ସିଂହ ୨ୟ ପେସ୍ ବୋଲର ଭାବେ ଖେଳିବେ। ୩ ସ୍ପିନର ହେଲେ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ ଓ କୁଲଦୀପ ଯାଦବ। ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ହାର୍ଦିକ ଫିନିସର ଦାୟିତ୍ବ ନିର୍ବାହ କରୁଥିବା ବେଳେ ପେସ୍‌ ବୋଲିଂ କରିବେ। ଅକ୍ଷର ପଟେଲ ଉପର ଅର୍ଡରରେ ବ୍ୟାଟିଂ କରିପାରନ୍ତି। ୨୦୨୩ ବିଶ୍ବକପ୍‌ ପରେ ଶୁଭମନ ଗିଲ୍‌, ରୋହିତ ଶର୍ମା, ବିରାଟ​‌ କୋହଲି, କେ.ଏଲ୍‌. ରାହୁଲ ଓ ଶ୍ରେୟାସ ଆୟର ଦିନିକିଆରେ ୫୦ରୁ ଅଧିକ ଆଭ୍‌ରେଜରେ ୧୦୦୦ରୁ ଅଧିକ ରନ୍‌ କରିଛନ୍ତି। ରୋହିତ ଓ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ଥିଲେ ହେଁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଦୁହେଁ ଭଲ ଇନିଂସ୍‌ ଖେଳି ଲୟକୁ ଫେରିଛନ୍ତି। ରାହୁଲ ୱିକେଟ୍‌ ରକ୍ଷଣ କରିବେ।
ଭାରତର ବ୍ୟାଟିଂ ଲାଇନ୍ ବେଶ୍‌ ଲମ୍ବା ରହିଛି। ଦୁବାଇର ପିଚ୍‌ ଏପରି ଯେ ଉଭୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବେ। ଏହି ପିଚ୍‌ ଉଭୟ ପେସ୍ ଓ ସ୍ପିନରଙ୍କୁ ସହାୟତା ଦେବ। ଏଠାରେ ୫୮ଟି ଦିନିକିଆରୁ ମାତ୍ର ୪ ଥର ୩୦୦ରୁ ଅଧିକ ରନ୍‌ ହୋଇଛି। ବାଂଲାଦେଶର ମୁଖ୍ୟ ବ୍ୟାଟ୍‌ସମ୍ୟାନ ହେଲେ ଅଧିନାୟକ ନଜ୍‌ମୁଲ ହୋସେନ ଶାନ୍ତ। ତୌହିଦ୍ ହୃଦୟଙ୍କ ସହ ଦୁଇ ଅଭିଜ୍ଞ ମହମ୍ମଦୁଲ୍ଲା ଓ ମୁସ୍‌ଫିକୁର ରହିମ୍‌ ବ୍ୟାଟିଂ ଭାର ସମ୍ଭାଳିବେ। ଅଲ୍‌ରାଉଣ୍ଡର ମେହ୍‌ଦି ହାସନ୍ ମିରାଜ୍ ଦଳର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ଭାରତ ବିପକ୍ଷ​‌େ​‌ର ସେ ଦିନିକିଆ ଶତକ ମାରିଛନ୍ତି। ସେ ମଧ୍ୟ ଭଲ ଅଫ୍‌ସ୍ପିନର। ରିସାଦ୍ ହୋସେନ୍ ଓ ତାଞ୍ଜିଦ୍‌ ହାସନ୍ ସାକିବ୍ ମଧ୍ୟ ଭଲ ଅଲ୍‌ରାଉଣ୍ଡର। ବିଶେଷଜ୍ଞ ସ୍ପିନର ଭାବେ ନାସୁମ୍ ଅହମ୍ମଦ ଖେଳିବେ। ଦୁଇ ଅଭିଜ୍ଞ ପେସର ତାସ୍କିନ୍ ଅହମ୍ମଦ ଓ ମୁସ୍ତାଫିଜର ରେହ୍‌ମାନଙ୍କ ପ୍ରତି ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ସତର୍କ ରହିବାକୁ ପଡ଼ିବ। ନାହିଦ୍‌ ରାଣା ୩ୟ ପେସ୍‌ ବୋଲର ଭାବେ ଖେଳିବେ। ଅଦ୍ୟାବଧି ଭାରତ ଓ ବାଂଲାଦେଶ ମଧ୍ୟରେ ୪୧ଟି ଦିନିକିଆରୁ ଭାରତ ୩୨ଟି ଜିତିଛି। ଦୁବାଇରେ ଉଭୟ ଦଳଙ୍କ ମଧ୍ୟରେ ୨ ଥର ମୁକାବିଲା ହୋଇଥିବା ବେଳେ ଉଭୟ ମ୍ୟାଚ୍‌ ଭାରତ ଜିତିଛି। ବାଂଲାଦେଶ ବିପକ୍ଷରେ ବିରାଟ କୋହଲି ୫ଟି ଶତକ ସହ ୯୧୦ ଓ ରୋହିତ ଶର୍ମା ୭୮୬ ରନ୍‌ କରିଛନ୍ତି। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ​‌େ​‌ର ଖେଳିବା ପୂର୍ବରୁ ଭାରତ ଏହି ମ୍ୟାଚ୍‌ ଜିତିବାକୁ ଚାହିଁବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ