ଚାମ୍ପିଅନ୍ସ ଟ୍ରଫି: ଆଜି ଫାଇନାଲ

ଦୁବାଇ: ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲା । ସୁପର ସନଡେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନବମ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଗ୍ରାଣ୍ଡ ଫାଇନାଲ୍‌ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ। ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ ଉଭୟ ଦଳ । ଦିନ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହା ଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି । ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି।ଭାରତୀୟ ଦଳରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ମହମ୍ମଦ୍‌ ସାମିଙ୍କ ଲାଗି ଏହା ଶେଷ ଚାମ୍ପିଅନ୍ସ ଟ୍ରଫି ହୋଇପାରେ। ଏଣୁ ଏମାନେ ଭାରତକୁ ଟାଇଟଲ ଜିତାଇବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରିବେ। ତେବେ ନ୍ୟୁଜିଲାଣ୍ଡର ବାମହାତୀ କ୍ୱାଲିଟି ସ୍ପିନର ଅଧିନାୟକ ମିଚେଲ ସାଣ୍ଟନର, କେନ୍‌ ୱିଲିୟମ୍‌ସନ୍‌ ଓ ରଚିନ ରବୀନ୍ଦ୍ର ଭାରତ ପାଇଁ ଘାତକ ସାଜିପାରନ୍ତି। ଦୁବାଇର ଏହି ଧିମା ପିଚ୍‌ରେ ସ୍ପିନର୍‌ମାନେ ହିଁ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କ୍ରିକେଟ ବିଶାରଦମାନେ ଆକଳନ କରୁଛନ୍ତି।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଖେଳିଛି। ଦଳର ବୋଲିଂରେ ସନ୍ତୁଳନ ରହିବା, ୪ଜଣିଆ ସ୍ପିନରଙ୍କୁ ପିଚ୍‌ରୁ ଫାଇଦା ମିଳିବା ଓ ଶକ୍ତିଶାଳୀ ଟପ୍‌ ଅର୍ଡର ବ୍ୟାଟିଂ ଦଳକୁ ପ୍ରାଧାନ୍ୟ ବିସ୍ତାର କରିବାରେ ବେଶ ସହାୟକ ହୋଇଛି। ଲିଗ୍‌ ପର୍ୟ୍ୟାୟରେ ଦଳ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ସହଜରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିରେ ବିଶ୍ୱଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିବାରେ ଭାରତକୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ି ନ ଥିଲା। ଅନ୍ୟପକ୍ଷରେ ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସର୍ବଦା ଭଲ ଖେଳିଆସିଛି। ଏଠାରେ ଦଳ ଭିନ୍ନ ରାସ୍ତା ଦେଇ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ଏହି ଦଳ ପାକିସ୍ତାନ ଓ ବାଂଲାଦେଶକୁ ହରାଇବା ପରେ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ନିକଟରୁ ପରାଜିତ ହୋଇଥିଲା। ସେମିଫାଇନାଲରେ ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକାକୁ ହାଇସ୍କୋରିଂ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଦୀର୍ଘ ୧୨ ବର୍ଷ ପରେ ଭାରତ ପୁଣିଥରେ ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଯେଉଁ ସ୍ୱପ୍ନ ଦେଖିଛି ତାହାକୁ ଫସର ଫଟାଇବା ଲାଗି ନ୍ୟୁଜିଲାଣ୍ଡ ଯୋଜନା କରିଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ