ଚାଲିଛି ଦେଶର ସବୁଠୁ ବଡ଼ ମାଓ ବିରୋଧୀ ଅପରେସନ

ମାଲକାନଗିରି : ଛତିଶଗଡ଼ ବିଜାପୁର ଓ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ସୀମାନ୍ତରେ ଥିବା କେରେଗୁଟ୍ଟା ଜଙ୍ଗଲରେ ଚାଲିଛି ଦେଶର ସବୁଠୁ ବଡ଼ ମାଓ ବିରୋଧୀ ଅପରେସନ । ୭୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଅପରେସନ ଲାଗି ଭୟଭୀତ ହୋଇପଡିଛନ୍ତି ଲାଲ୍‌ବାହିନୀ ।
ସେପଟେ ମାଓ ସଂଗଠନର ଉତ୍ତର ପଶ୍ଚିମ ସବ୍‌ ଜୋନାଲ କମିଟି ପ୍ରଭାରୀ ରୂପେଶ ଏକ ପ୍ରେସ୍‌ ରିଲିଜ୍ କରି ମାଓ ବିରୋଧୀ ଅପରେସନକୁ ବନ୍ଦ କରିବା ଲାଗି ନିବେଦନ କରିଛନ୍ତି। ମାଓବାଦୀମାନେ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ବୋଲି ରୂପେଶ ଲେଖିଛନ୍ତି । ଏଥିପାଇଁ ବନ୍ଧୁକ ନୁହେଁ ବରଂ ଅନୁକୂଳ ପରିସ୍ଥିତିର ଆବଶ୍ୟକତା ରହିଛି ବୋଲି ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ ରହିଛି।
ମାଓ ବିରୋଧୀ ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାଓ ନେତା ହିଡ୍‌ମାଙ୍କ ସହ ପ୍ରାୟ ଦୁଇ ହଜାର ମାଓବାଦୀଙ୍କୁ ଗତ ତିନି ଦିନ ଘେରି ରହିଛନ୍ତି ଚାରି ରାଜ୍ୟର ପ୍ରାୟ ୧୦ ହଜାର ସୁରକ୍ଷା କର୍ମୀ । ଏଥର ମାଓ ଅପରେସନରେ M-17 ହେଲିକପ୍ଟରକୁ ବ୍ୟବହାର କରାଯାଇଛି । ଯେଉଁଥିରେ ଆକାଶମାର୍ଗରୁ ବୋମା ମାଡ଼ କରୁଛନ୍ତି ସୁରକ୍ଷାକର୍ମୀ । କେରେଗୁଟ୍ଟା ଜଙ୍ଗଲରୁ ମାଓବାଦୀମାନେ ପଳାୟର କରିପାରୁନଥିବାରୁ ଏଭଳି ଶାନ୍ତି ବାର୍ତ୍ତା ଦେଇଛନ୍ତି ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି । ଏଥର ମାଓବାଦୀଙ୍କ କୌଣଶି ଚାଲ୍‌ ସଫଳ ହେବ ନାହିଁ ବୋଲି ବିଜାପୁର ଏସ୍‌ପି କହିଛନ୍ତି । ଅପରେସନ ଯଦି ସଫଳ ହୁଏ, ତେବେ ତାହାଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସମାପ୍ତ ହୋଇଯିବେ ମାଓ ସଂଗଠନ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ