ଚୀନ୍‌କୁ ୪-୩ ଗୋଲରେ ହରାଇଲା ଭାରତ

ରାଜଗିରି : ଅଧିନାୟକ ହରମନପ୍ରୀତ ସିଂହଙ୍କ ୪ଟି ଗୋଲ ବଳରେ ଆୟୋଜକ ଭାରତ ଏସିଆ କପ୍‌ ପୁରୁଷ ହକି ପ୍ରତିଯୋଗିତା -୨୦୨୫ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି।
ବିହାରର ରାଜଗିରିରେ ଶୁକ୍ରବାର ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗିତାର ପୁଲ-ଏ ର ଦ୍ବିତୀୟ ମ୍ୟାଚରେ ଭାରତ ୪-୩ ଗୋଲରେ ଚୀନ୍‌କୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ପ୍ରାରମ୍ଭରୁ ଚୀନ ଘରୋଇ ଭାରତ ଉପରେ ଚାପ ପକାଇଥିଲା। ୧୨ ମିନିଟ୍‌ରେ ଚୀନ୍‌କୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଡୁ ସିହାଓ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଚୀନ୍‌ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୧୮ ମିନିଟ୍‌ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ବରାବର କରିଥିଲେ। ୨୦ ମିନି୍‌ଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୨-୧ ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୩୩ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ୩୫ ମିନିଟ୍‌ରେ ଚୀନ୍‌କୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଚେନ ବେନହାଇ ଗୋଲରେ ପରିଣତ କରି ମ୍ୟାଚକୁ ୨-୩ ସ୍ତରକୁ ଆଣିଥିଲେ। ୪୧ ମିନିଟ୍‌ରେ ଚୀନକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଗାଓ ଜିସାଙ୍ଗ ଗୋଲରେ ପରିଣତ କରି ମ୍ୟାଚକୁ ୩-୩ ବରାବର କରିଥିଲେ।୪୭ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୪-୩ରେ ଆଗୁଆ କରିଥିଲେ। ଚୀନ ଶେଷ ପର୍ୟ୍ୟନ୍ତ ଗୋଲ ବରାବର କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା। ଭାରତ ୩୧ରେ ଜାପାନ ସହିତ ପରବର୍ତ୍ତୀ ମ୍ୟାଚ ଖେଳିବ।

  • Related Posts

    ‘ଇଣ୍ଡିଆ ସ୍କିଲ୍ସ’ ଜାତୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ , ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ ଜିତିଲା

    ଭୁବନେଶ୍ଵର : ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର…

    Continue reading
    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ