ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ପିଭି ସାନ୍ଧୁ଼ଙ୍କ ଅଭିଯାନ ଶେଷ

ନୂଆଦିଲ୍ଲୀ,29/08: ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଷଷ୍ଠ ପଦକ ହାସଲ ଲକ୍ଷ୍ୟରେ ଥିବା ଭାରତର ଷ୍ଟାର ଖେଳାଳି ପିଭି ସାନ୍ଧୁ ନିରାଶ ହୋଇଛନ୍ତି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସାନ୍ଧୁ ଇଣ୍ଡୋନେସିଆର ପୂତ୍ରୀ କୁସୁମା ୱାର୍ଦ୍ଦାନୀଙ୍କ ନିକଟରୁ ୨୧-୧୪, ୧୩-୨୧ ଓ ୨୧-୧୬ରେ ହାରି ଯାଇଥିଲେ । ପ୍ରଥମ ଗେମ ହାରିବା ପରେ ସାନ୍ଧୁ ଦ୍ୱିତୀୟ ଗେମ ଜିତି ମ୍ୟାଚରେ ରୋମାଂଚ ଭରିଥିଲେ । ତେବେ ନିର୍ଣ୍ଣାୟକ ଗେମରେ ପୂତ୍ରୀ ବାଜି ମାରିଥିଲେ । ମିକ୍ସଡ ଡବଲ୍ସରେ ଭାରତୀୟ ଯୋଡି ଧ୍ରୁବ କପିଳ ଓ ଟାନୀଶ କ୍ରାଷ୍ଟୋ ଚୀନ ଯୋଡି ଚେନ ଟାଙ୍ଗ ଜିଏ ଓ ଟୋ ଇ ୱେଇଙ୍କ ନିକଟରୁ ୧୫-୨୧, ୧୩-୨୧ ଗେମ୍ସରେ ପରାଜିତ ହୋଇଥିଲେ । ଚଳିତ ସଂସ୍କରଣରେ ସାନ୍ଧୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ପୂତ୍ରୀଙ୍କ ବିପକ୍ଷରେ ପ୍ରଥମ ଗେମରେ ଆକ୍ରମଣାତ୍ମକ ନ ହେବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସିନ୍ଧୁ ପ୍ରି-କ୍ୱାର୍ଟରରେ ୱାଙ୍ଗ ଝି ୟିଙ୍କୁ ହରାଇ ପ୍ରଭାବିତ କରିଥିଲେ । ଏବେ ପୁରୁଷ ଡବଲ୍ସରେ ଭାରତୀୟ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଶ ଶେଟ୍ଟୀଙ୍କ ନିକଟରେ ପଦକ ଜିତିବା ସୁଯୋଗ ରହିଛି । ସେମାନେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପଦକଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ