ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ,ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର; ୧୫/୧୦/୨୦୨୫: ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପ ଗୁଡିକ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ କରିବା ସହ ଠିକ ସମୟରେ କାର୍ଯ୍ଯ ସମାପ୍ତ କରିବା ପାଇଁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି | ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ  ଧାର୍ଯ୍ଯ ସମୟ ମଧ୍ୟରେ ପ୍ରକଳ୍ପ ପାଇଁ ଦିଆ ଯାଇଥିବା ଅନୁଦାନର ସୁବିନିଯୋଗ ଜରୁରୀ ଅଟେ । ସେହିପରି ବିଭାଗର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ହେବା ଆବଶ୍ୟକ । ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଆର.ଏ.ସି.ପି, ଏମ. ଏ.ସି.ପି., ପେନସନ ଓ ଶୃଙ୍ଖଳାଗତ ପ୍ରକ୍ରିୟା ଉପରେ ମଧ୍ୟ ବିଭାଗ ବିଶେଷ ଭାବେ ଧ୍ୟାନ ଦେବା ଆବଶ୍ୟକ । ଭିଜିଲାନ୍ସ ଓ ଅଦାଲତ ସମ୍ବନ୍ଧିୟ କେଶ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ସହିତ ବାକିଥିବା ପେନସନ କେଶ ଗୁଡିକୁ ଚଳିତ ମାସ ଶେଷ ସୁଧା ଫଇସଲା ପାଇଁ ଶ୍ରୀ ସାହୁ ନିର୍ଦେଶ ଦେଇଥିଲେ ।
ଡାଇଭର୍ସନ ପ୍ରସ୍ତାବ କାର୍ଯ୍ୟକାରୀ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରୀ ପ୍ରକଳ୍ପ, ଜାତୀୟ ରାଜପଥ, ରେଳ, ଶିଳ୍ପ ଏବଂ ଘରୋଇ ମେଗା ପ୍ରକଳ୍ପ ଗୁଡିକରେ ପ୍ରାଥମିକତା ଭିତ୍ତିରେ ଡାଇଭର୍ସନ ପ୍ରସ୍ତାବଗୁଡ଼ିକର ମଞ୍ଜୁରୀ ଏବଂ ତତସହିତ ଜଡିତ ବିଭାଗଗୁଡ଼ିକ ସହିତ ସମନ୍ୱୟ ରକ୍ଷାକରି ତ୍ୱରିତ ଅନୁମୋଦନ କରାଯିବା ଦରକାର l ଏଥିନିମିତ୍ତ ସେ ଅଧିକାରୀ ମାନଙ୍କୁ ଏହାର ସଠିକ କାର୍ଯ୍ୟାନ୍ଵୟନ ପାଇଁ ପରାମର୍ଶ ଦେଇଥିଲେ l
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ ମେଡିସିନାଲ ପ୍ଲାଣ୍ଟ ବୋର୍ଡର ଉତ୍ପାଦଗୁଡିକୁ ଛତିଶଗଡ଼ ଶୈଳୀରେ ବ୍ରାଣ୍ଡିଙ୍ଗ ଏବଂ ବିପଣନ (ମାର୍କେଟିଂ) କରାଯିବ। ଫରେଷ୍ଟ ଏକାଡେମୀର  କାର୍ଯ୍ୟକ୍ଷମ ତଥା ଏହାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟଙ୍କୁ ସ୍ଥଳ ପରିଦର୍ଶନ କରି ଆନୁସଙ୍ଗିକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କହିଥିଲେ l ସେହିପରି  ଅତିରିକ୍ତ ମୁଖ୍ୟ ଶାସନ ସଚିବ OFSDP -Phase-3 ପ୍ରସ୍ତୁତି ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ଦାଖଲ କରିବାକୁ PD, OFSDP ଙ୍କୁ ନିର୍ଦେଶ ଦେଇଥିଲେ l
ଆସନ୍ତା ସପ୍ତାହରେ ୧୯୯୬ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ମାନଙ୍କ ନିଯୁକ୍ତି ଫଳାଫଳ ପ୍ରକାଶ ପାଉଥୁବା ପରିପ୍ରେକ୍ଷୀରେ ସେମାନଙ୍କୁ ଟ୍ରେନିଂ ଦେବାପଇଁ ରିସୋର୍ସ ପର୍ସନ ଏବଂ ଟ୍ରେନିଂ ସେଣ୍ଟର ଆଦି ନିରୂପଣ ଏବଂ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ପ୍ରତିପାଦନ କରିବାକୁ ଅଧିକାରୀମାନଙ୍କୁ କହିଥଲେ l  ‘ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମ ଅଧିନରେ ଜାରି ହୋଇଥିବା ମାର୍ଗଦର୍ଶିକା ଏବଂ ଏହାର ଅଗ୍ରଗତି ଓ ସମୀକ୍ଷା ନେଇ ଆସନ୍ତା ୧୭ ତାରିଖରେ ଏକ ଆଭାସି ବୈଠକ ଆୟୋଜନ ନେଇ ଅଧିକାରୀଙ୍କୁ କହିଥିଲେ l ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିକାରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ଯକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ସାହୁ ପଚାରି ବୁଝିଥିଲେ | ଅଭାସି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଶ୍ରୀ ସୁରେଶ ପନ୍ତ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, କେନ୍ଦୁପତ୍ର, ଉମା ନନ୍ଦୁରି, ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ (ନୋଡାଲ୍‌) ଡା. କେ. ମୁରୁଗେସନ୍‌,  ଆରପିଆରସି ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଧାଂଶୁ କୁମାର ଖୋରା, କାମ୍ପାର ମୁଖ୍ୟ କାର୍ଯ୍ୟନିର୍ବାହୀ, ଜୀ ରାଜେଶ, ପରିବେଶ ବିଭାଗର ନିର୍ଦ୍ଦେଶକ କେ ଏସ ପ୍ରଦୀପ, ଚିଲିକା ଉନ୍ନୟନ ପରିଷଦର ମୁଖ୍ୟ କାଯ୍ୟନିର୍ବାହୀ, ଯୋଗା ଜୟାନନ୍ଦ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଓ ସ୍ଵତନ୍ତ୍ର ସଚିବ ଶ୍ରୀ ଲିଙ୍ଗରାଜ ଓତା, ଅତିରିକ୍ତ ସଚିବ ଶ୍ରୀ ଦେବେନ କୁମାର ପ୍ରଧାନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ I

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ