ଭୁବନେଶ୍ୱର, ୧୬ ଅକ୍ଟୋବର ୨୦୨୫: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୫ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…



