ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ମୋହନା: ଅର୍ଣ୍ଣବରେ ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତରେ ନାହିଁ ନ ଥିବା କ୍ଷତି ଭୋଗିଛନ୍ତି ଲୋକେ । ଏହାକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ନରେ ମୋହନା ବ୍ଲକ ପରିଦର୍ଶନ କରିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ସେ ପ୍ରଥମେ ରା. ଉଦୟଗିରି ବ୍ଳକ ଗ୍ରସ୍ତ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ସହ କିଛି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ମୋହନା ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼, ଆକିଲି, ଚାନ୍ଦିପୁଟ ଦେଇ ମଧ୍ୟାହ୍ନରେ ମୋହନା ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଅର୍ଣ୍ଣବରେ ଘଟିଥିବା କ୍ଷୟକ୍ଷତି ପଚ଼ାରି ବୁଝିଥିଲେ । ପ୍ରଶାସନିକ ଅଧିକାରୀମାନଙ୍କୁ ଲୋକଙ୍କ ନିକଟତର ହେବା, କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସୁବିଧା ଯୋଗାଇଦେବା, ସରକାରଙ୍କ ଜନହିତ କାମ ଗୁଡ଼ିକୁ ଜଣାଇବା, ଯେଭଳି କ୍ଷତିଗ୍ରସ୍ତ ଲୋକେ ସରକାରୀ ଯୋଜନାରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଆଲୋକପାତ କରିଥିଲେ ।

  • Related Posts

    ଏଟିଏମ୍ ରୁ ମିଳିବ ସରକାରୀ ରାସନ୍

    ମୁମ୍ବାଇ:ସରକାରୀ ରାସନ୍ ଦୋକାନରେ କଳାବଜାରୀ ଏବଂ ଅପବ୍ୟବହାର ରୋକିବା ପାଇଁ, ସରକାର ଏଟିଏମ୍ ମାଧ୍ୟମରେ ରାସନ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନାସିକ ଜିଲ୍ଲାରେ ଆରମ୍ଭ ହୋଇଥିବା ଏକ ପାଇଲଟ୍ ପ୍ରକଳ୍ପକୁ ଅତ୍ୟନ୍ତ ସଫଳ ବୋଲି ବିବେଚନା କରାଯାଉଛି। ସରକାର ଖୁବ୍…

    Continue reading
    ବାତ୍ୟାକୁ ନେଇ ଗୁଜବ ସୃଷ୍ଟି କରିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

    ଆଜି ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ତଥା ଜିଲ୍ଲାର ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟାକୁ ନେଇ କୌଣସି ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି