
ଭୁବନେଶ୍ୱର, ନଭେମ୍ବର ୧୭, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଓଡ଼ିଶାରେ ଏହାର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନଙ୍କ ସ୍ୱେଚ୍ଛାକୃତ ପ୍ରୟାସ ମାଧ୍ୟମରେ ୫୦୦ରୁ ଅଧିକ ଶିଶୁଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ମାଧ୍ୟମରେ ଶିକ୍ଷା, ସୃଜନଶୀଳତା ଏବଂ ଅର୍ଥପୂର୍ଣ୍ଣ ଭାବବିନିମୟକୁ ପ୍ରୋତ୍ସାହିତ କରାଯାଇଛି।
ପାରାଦ୍ୱୀପଠାରେ ନିମଡ଼ିହିରେ ଅବସ୍ଥିତ ଶ୍ରୀ ଲୋକନାଥ ଶିକ୍ଷାଶ୍ରମର ୫୪ ଜଣ ଶିଶୁଙ୍କ ପାଇଁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଶିଶୁ, ଆଶ୍ରମର କର୍ମଚାରୀ ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର କର୍ମଚାରୀମାନଙ୍କ ଉପସ୍ଥିତିରେ କେକ୍ କଟାଯାଇ
କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହାପରେ କର୍ମଚାରୀ ଓ ଶିଶୁମାନେ ମିଳିତ ଭାବେ ନୋଟବୁକ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ
ଅଂଶଗ୍ରହଣ କରିଥିଲେ, ଯାହା ସେମାନଙ୍କ ମଧ୍ୟରେ ସୃଜନଶୀଳତା ଓ ଦଳଗତ ଭାବେ କାର୍ଯ୍ୟ କରିବାର ମନୋଭାବକୁ ପ୍ରୋତ୍ସାହିତ
କରିଥିଲା। ଏହାପରେ ପିଲାମାନଙ୍କୁ ସ୍କୁଲ ବ୍ୟାଗ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଶିଶୁମାନଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ
ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହି ଉତ୍ସବ ଉଦଯାପିତ ହୋଇଥିଲା। ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ପାରାଦ୍ୱୀପ ପେଲେଟ୍
ପ୍ଲାଣ୍ଟର ମୁଖ୍ୟ ଶ୍ରୀ ଭାବେଶ ଝା, ଅର୍ଥ ବିଭାଗ ମୁଖ୍ୟ ଶ୍ରୀ ପ୍ରଶାନ୍ତ ବେହେରା ଏବଂ ଶ୍ରୀ ଲୋକନାଥ ଶିକ୍ଷାଶ୍ରମର ସମ୍ପାଦକ ଶ୍ରୀ ପ୍ରଦୀପ୍ତ
କୁମାର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ପାରାଦ୍ୱୀପଗଡ଼ସ୍ଥିତ ଶ୍ରୀ ମା’ ବିଦ୍ୟାପୀଠ ଏବଂ ଦକ୍ଷ ଏକାଡେମୀରେ ମଧ୍ୟ ଶିଶୁ ଦିବସ ପାଳନ କରାଯାଇଥିଲା। ଏଥିରେ
ପ୍ରାୟ ୪୦୦ ଛାତ୍ରଛାତ୍ରୀ, ୧୨ ଜଣ ଶିକ୍ଷକ ଓ ଅନ୍ୟ କର୍ମଚାରୀ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ଏକାଠି
ହୋଇ ଶିକ୍ଷା ଓ ସୃଜନଶୀଳତାର ଏହି ଉତ୍ସବକୁ ପାଳନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମପ୍ରକାଶ ଏବଂ ପ୍ରତିଭାର ବିକାଶ
ପାଇଁ ରଙ୍ଗୋଲି, ନାଟକ, ଫ୍ୟାନ୍ସି ଡ୍ରେସ୍ ଏବଂ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ
କରାଯାଇଥିଲା। ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାର ବିଷୟବସ୍ତୁ “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ପରିବେଶର ଭୂମିକା” ରହିଥିବା
ବେଳେ ଚିତ୍ରାଙ୍କନ ପ୍ରତିଯୋଗିତା “ଶିଳ୍ପାୟନ ଏବଂ ବିକାଶ” ଉପରେ ଆଧାରିତ ଥିଲା। ଶ୍ରୀ ମା’ ବିଦ୍ୟାପୀଠର ପ୍ରଧାନଶିକ୍ଷୟିତ୍ରୀ
ଶ୍ରୀମତୀ କିରଣବାଳା ସାହୁଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ କୃତୀ ଛାତ୍ରଛାତ୍ରୀମାନଙ୍କୁ
ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ପଦକ୍ଷେପ ଅନ୍ତର୍ଗତ ଏଏମ୍/ଏନ୍ଏସ୍ ଇଣ୍ଡିଆର ଠାକୁରାଣୀ ଖଣି ଅଞ୍ଚଳରେ ବଡ଼ବିଲସ୍ଥିତ ଡିଜିଟାଲ୍ ସ୍କିଲ୍ ସେଣ୍ଟରରେ ପ୍ରାୟ
୭୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ନୃତ୍ୟ, ସଙ୍ଗୀତ, ରଙ୍ଗୋଲି ଏବଂ ବକ୍ତୃତା ପ୍ରତିଯୋଗିତା ଭଳି ବିଭିନ୍ନ ସାଂସ୍କୃତିକ ଓ ସୃଜନଶୀଳ
କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଗୁଡ଼ିକ ପ୍ରଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ପ୍ରତିଭା, ସୃଜନଶୀଳତା ଓ
ଯୋଗାଯୋଗ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଦଳଗତ ଏବଂ ବନ୍ଧୁତ୍ଵର
ଭାବନା ସୃଷ୍ଟି କରିଥିଲା।
ଏଭଳି ପଦକ୍ଷେପ ମାଧ୍ୟମରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଏହାର କାର୍ଯ୍ୟକ୍ଷେତ୍ର ଅଞ୍ଚଳରେ ଅନ୍ତର୍ଭୂକ୍ତକାରୀ ବିକାଶ , ଗୋଷ୍ଠୀ
ସଶକ୍ତିକରଣ ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ସହ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରୁଛି।






