ଜଙ୍ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ: ଥାନାରେ ମାମଲା

ଭୁବନେଶ୍ଵର : ଜଣେ ବିଦେଶିନୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଚିତା କୁଟାଯିବା ଏବଂ ସାମାଜିକ ଗଣମାଧ୍ୟମରେ ଏହା ପ୍ରଘଟ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣାକୁ କିଛି ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିବା ସହ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ପୁଲିସ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ସୁବ୍ରତ କୁମାର ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣାର ତଦନ୍ତ କରାଯିବା ସହ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ସହିଦନଗର ଅଞ୍ଚଳର ଏକ ଟାଟୁ ଆର୍ଟ ଦୋକାନ ପକ୍ଷରୁ ବିଦେଶିନୀଙ୍କ ଜଙ୍ଘରେ ଚିତା କୁଟାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିବା ବେଳେ ଏନେଇ ଅଧିକ ତଦନ୍ତ କରାଯାଉଛି।

  • Garvita Odia

    Related Posts

    ରାଜ୍ୟରେ ଆସିବ ନୂଆ ଇଭି ନୀତି

    ଭୁବନେଶ୍ୱର: ପ୍ରଦୂଷଣକୁ ହ୍ରାସ କରିବା ସହ ଅଧିକରୁ ଅଧିକ ଅକ୍ଷୟ ଶକ୍ତି ଆହରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପୂର୍ବର ବିଜେଡି ସରକାର ଏ କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ ଏବଂ ଓଡ଼ିଶା ଇଭି ନୀତି, ୨୦୨୧ର ପ୍ରଣୟନ…

    କଲମା ବ୍ୟାରେଜ୍‌ର ସବୁ ଫାଟକ ବନ୍ଦ

    ଝାରସୁଗୁଡ଼ା :ଗୋଟାଏ ଗୋଟାଏ କରି ଛତିଶଗଡ଼ ସରକାର କଲମା ବ୍ୟାରେଜ୍‌ର ସବୁ ଫାଟକ ବନ୍ଦ କରି ଦେଇଛନ୍ତି। ବ୍ୟାରେଜର ୬୬ଟି ଫାଟକ ମଧ୍ୟରୁ ୬୫ଟି ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ କେବଳ ଲୋକ ଦେଖାଣିଆ ଭାବରେ ଗୋଟିଏ ଫାଟକ ମାତ୍ର ୫ ସେଣ୍ଟିମିଟର…

    Leave a Reply

    Your email address will not be published. Required fields are marked *

    You Missed

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ : ଶଶିଭୂଷଣ

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ :  ଶଶିଭୂଷଣ

    ଆହାର କେନ୍ଦ୍ରରେ ଖାଇଲେ ଓଏଏସ ଅଧିକାରୀ ପ୍ରଶିକ୍ଷାର୍ଥୀ

    ଆହାର କେନ୍ଦ୍ରରେ ଖାଇଲେ  ଓଏଏସ  ଅଧିକାରୀ ପ୍ରଶିକ୍ଷାର୍ଥୀ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ