ରାଜ୍ୟରେ ଆସିବ ନୂଆ ଇଭି ନୀତି

ଭୁବନେଶ୍ୱର: ପ୍ରଦୂଷଣକୁ ହ୍ରାସ କରିବା ସହ ଅଧିକରୁ ଅଧିକ ଅକ୍ଷୟ ଶକ୍ତି ଆହରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପୂର୍ବର ବିଜେଡି ସରକାର ଏ କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ ଏବଂ ଓଡ଼ିଶା ଇଭି ନୀତି, ୨୦୨୧ର ପ୍ରଣୟନ କରିଥିଲେ। ପରେ ଇଭି ନୀତିରେ ୨୦୨୩ ମସିହାରେ କେତେକ ସଂଶୋଧନ ମଧ୍ୟ କରାଯାଇଥିଲା। ତେବେ ବୈଦ୍ୟୁତିକ ଯାନ ବା ଇଭିର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ନୂଆ ନୀତି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି।
ଏକ କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଏନେଇ କହିଛନ୍ତି ଯେ ଆଗକୁ ସରକାରୀ ବାସଭବନରେ ସୋଲାର ପ୍ୟାନେଲ ବାଧ୍ୟତାମୂଳକ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ୟ୍ୟାଳୟରେ ସୌର ପ୍ୟାନେଲ ଲଗାଯିବ ବୋଲି ମଧ୍ୟ କନକବର୍ଦ୍ଧନ ସୂଚନା ଦେଇଛନ୍ତି। ବର୍ତ୍ତମାନ ଦ୍ବୈତନଗରୀର ବିଭିନ୍ନ କାର୍ୟ୍ୟାଳୟରେ ସୌର ପ୍ୟାନେଲ ଲଗାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସରକାରୀ କାର୍ୟ୍ୟାଳୟକୁ ସୌରଶକ୍ତିରେ ପରିଚାଳନା କରାଯିବ। ଏହାସହ ସରକାରୀ କର୍ମଚାରୀମାନେ ଇଭି ଗାଡି ବ୍ୟବହାର କରିବା ଉଚିତ୍‌ ବୋଲି ବୋଲି ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ପୂର୍ବରୁ ଇଲେକ୍ଟ୍ରିକ୍‌୍‌ ଗାଡ଼ି କିଣିବାକୁ ଗତ ସରକାର ଅଗ୍ରୀମ ଅର୍ଥରାଶି ସହାୟତା ଆକାରରେ ଯୋଗାଇ ଦେଉଥିଲେ। ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରିକ୍‌ ଗାଡ଼ି କିଣିବାକୁ ନେଇ ଆଡଭାନ୍ସ ମଧ୍ୟ ମିଳୁଥିଲା। ୨୦୨୩ରେ ଇଭି ନୀତିରେ ହୋଇଥିବା ସଂଶୋଧନ ଅନୁଯାୟୀ ଦୁଇଚକିଆ ଯାନ ପାଇଁ ସରକାର ସର୍ବାଧିକ ୨୦ ହଜାର ଟଙ୍କା ପର୍ୟ୍ୟନ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିବା ବେଳେ ତିନି ଚକିଆ ପାଇଁ ୩୦ ହଜାର ଏବଂ ଚାରି ଚକିଆ ପାଇଁ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ଏହାସହ ପୂର୍ବ ଇଭି ନୀତିରେ ପଞ୍ଜୀକରଣ ଏବଂ ସଡ଼କ ଶୁଳ୍କକୁ ମଧ୍ୟ ଛାଡ଼ କରାଯାଇଛି। ଏତେସବୁ ପ୍ରୋତ୍ସାହନ ପରେ ମଧ୍ୟ ଇଭି ଗାଡ଼ି ବିକ୍ରି ପରିମାଣ ବଢ଼ିବା ପରିବର୍ତ୍ତେ ଧୀରେ ଧୀରେ କମିବାରେ ଲାଗିଛି। ଏହାର ଦୁଇଟି ପ୍ରମୁଖ କାରଣ ଥିବା ନେଇ ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ