କଲମା ବ୍ୟାରେଜ୍‌ର ସବୁ ଫାଟକ ବନ୍ଦ

ଝାରସୁଗୁଡ଼ା :ଗୋଟାଏ ଗୋଟାଏ କରି ଛତିଶଗଡ଼ ସରକାର କଲମା ବ୍ୟାରେଜ୍‌ର ସବୁ ଫାଟକ ବନ୍ଦ କରି ଦେଇଛନ୍ତି। ବ୍ୟାରେଜର ୬୬ଟି ଫାଟକ ମଧ୍ୟରୁ ୬୫ଟି ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ କେବଳ ଲୋକ ଦେଖାଣିଆ ଭାବରେ ଗୋଟିଏ ଫାଟକ ମାତ୍ର ୫ ସେଣ୍ଟିମିଟର ଖୋଲା ଯାଇଛି । ଏହି ଫାଟକ ଦେଇ ଆସୁଥିବା ପାଣି ତଳକୁ ବହିବା ପରିବର୍ତ୍ତେ ସେଇଠାରେ ଶୋଷିଲା ମହାନଦୀ ଗର୍ଭରେ ଲୀନ ହୋଇଯାଉଛି। ଫଳରେ ଚଳିତ ବର୍ଷ ଏପ୍ରିଲ ଆରମ୍ଭରୁ ବ୍ୟାରେଜର ଅପରପାର୍ଶ୍ବରେ ଛତିଶଗଡ଼ ପାଇଁ ଅକାତକାତ ପାଣି ସଂରକ୍ଷିତ ହୋଇ ରହିଛି ଓ ତଳପଟେ ଓଡ଼ିଶା ପାଇଁ ମୁନ୍ଦେ ବି ପାଣି ମିଳୁନାହିଁ। ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୁଖାସୋଢ଼ା ନିକଟରେ ବି ସମାନ ଅବସ୍ଥା। ସୁଖାସୋଢ଼ାରେ ଶୁଖିଲା ମହାନଦୀ ବଖାଣୁଛି ଟ୍ରିପଲ୍‌ ଇଞ୍ଜିନ୍‌ର ବିଫଳତା କଥା ।
ଓଡ଼ିଶା, ଛତିଶଗଡ଼, କେନ୍ଦ୍ରରେ ବିଜେପି ସରକାର ହେଲେ ବି ଛତିଶଗଡ଼-ଓଡ଼ିଶା ମହାନଦୀ ବିବାଦ ଏଯାଏଁ ସମାଧାନ ହେଉନି। ଫଳରେ ମାର୍ଚ୍ଚ ଶେଷ ସପ୍ତାହରୁ କଲମାରୁ ଟୋପାଏ ବି ପାଣି ଆସୁନି। ଯେଉଁ ସୁଖାସୋଢ଼ାରେ କିଛି ବର୍ଷ ପୂର୍ବରୁ ଖରାଦିନେ ବି ମହାନଦୀ ଲହଡ଼ି ଭାଙ୍ଗୁଥିଲା; ଆଜି ସେହି ସୁଖାସୋଡ଼ାରେ ମହାନଦୀରେ ଉଡ଼ୁଛି ଧୂଳି। ପରିଣତିସ୍ୱରୂପ ସାରା ବର୍ଷ ମହାନଦୀ ଜଳରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ଏବେ ରୋଜଗାରର ହରାଇଛନ୍ତି।

ଅନ୍ୟପଟେ ମହାନଦୀ ଜଳକୁ ବ୍ୟବହାର କରି ରବି ଫସଲ କରୁଥିବା ଚାଷୀମାନେ ମଧ୍ୟ କୌଣସି ଚାଷକରି ପାରୁନାହାନ୍ତି। ବିଡ଼ମ୍ବନା ହେଉଛି ଛତିଶଗଡ଼ ପଟେ ମହାନଦୀରେ ବିଶାଳ ଜଳରାଶି ଲହଡ଼ି ଭାଙ୍ଗୁଥିବା ବେଳେ ଓଡ଼ିଶା ପଟେ ବିରାଟ ମରୁଭୂମି ପରି ଦେଖାଯାଉଛି। ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଆକାଶରୁ ଅଗ୍ନି ବର୍ଷୁଥିବା ବେଳେ ପାଣି ଟୋପାଏ ପିଇବାକୁ ଓଡ଼ିଶାର ନଦୀକୂଳର ବାସିନ୍ଦା କିଭଳି ହଇରାଣ ହୁଅନ୍ତି ତାହା ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ମଣିଷ ଠାରୁ ଗୋରୁ ପର୍ୟ୍ୟନ୍ତ ଡହକବିକଳ ହେଉଥିବା ବେଳେ ଛତିଶଗଡ଼ ପଟେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାଯ୍ୟରେ ଶିଳ୍ପ କାରଖାନାକୁ ଅହରହ ଜଳ ଯୋଗାଣ ହେଉଛି। ମହାନଦୀ ତଳମୁଣ୍ଡରେ ଥିବା ଗ୍ରାମବାସୀ ଏଥିଯୋଗୁଁ ଗତ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଅନ୍ୟପଟେ ମହାନଦୀରେ ପାଣି ନ ଥିବାରୁ ଓଡ଼ିଶା ପଟେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇଛି।

  • Related Posts

    ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

    ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ…

    Continue reading
    ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ

    ଦେବଗଡ଼: ବାରକୋଟସ୍ଥିତ ଡାକବଙ୍ଗଳାରେ ଆଜି ବ୍ଲକ୍‌ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବାରକୋଟଠାରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବା, ଉଭୟ ବ୍ଲକ୍‌ ଓ ବଣେଇ ଛକରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ