ଅଲେଖ ମହିମା ଗାଦିରେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ: ପ୍ରସିଦ୍ଧ ଅଲେଖ ମହିମା ଗାଦିରେ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଜୋରନ୍ଦା ଅଲେଖ ମହିମା ଗାଦିରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ସନ୍ଧ୍ୟାରେ ଜୋରନ୍ଦାରେ ପହଞ୍ଚିଥିଲେ । ପରେ ମହିମା ଗାଦିର ଧୁନି ମନ୍ଦିର ପରେ ଭଜନ ମଣ୍ଡପ ତାପରେ ନୀତି ମନ୍ଦିର ଓ ଗାଦି ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପରେ ଦଳକ ସ୍ଥିତ କୌପନୀଧାରୀ ମହିମା ସମାଜ ଅଖଣ୍ଡ ଜ୍ୟୋତି ମନ୍ଦିର ସାନ ମଠ ଗାଦିକୁ ଯାଇ ଆଶୀର୍ବାଦ ନେଇଥିଲେ । ସେହିପରି ଉଭୟ ବିକଳ ଓ କୌପନୀ ସାଧୁଙ୍କ ପୀଠର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,” ଏଠାକୁ ବହୁତ ଦିନରୁ ଆସିବା ପାଇଁ ମୋର ଅଭିପ୍ରାୟ ଥିଲା । ଓଡ଼ିଶାର ଦାୟିତ୍ବ ନେଲା ପରେ ମୁଁ ଆସି ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଛି । ଗତ ସରକାର ଏହି ପୀଠର ଉନ୍ନତିକରଣ ପାଇଁ ଘୋଷଣା କରିଥିଲେ ମଧ୍ୟ କାହିଁକି କାର୍ୟ୍ୟ ଅଟକି ରହିଲା ମୁଁ ଜାଣିନାହିଁ । କୌପନୀଧାରୀ ମହିମା ସମାଜର ଉପାସନା ପୀଠକୁ ଭାଙ୍ଗି ଦେଇଥିବାରୁ ସାଧୁମାନେ କ୍ଷୋଭ ପ୍ରକାଶ କରୁଥିଲେ ।”

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି “ଏଠାକାର ବିକାଶ ପାଇଁ ମୁଁ ଜିଲ୍ଲାପାଳଙ୍କୁ ଡିପଆର୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଡିପଆର୍ ଅନୁସାରେ କାର୍ୟ୍ୟ କରିବା ପାଇଁ ଅର୍ଥର କୌଣସି ଅଭାବ ନାହିଁ । ଧାର୍ମିକ ପୀଠରେ ରାଜନୀତି ପଶିଲେ ଏକ ନକରାତ୍ମକ ଭାବନା ସୃଷ୍ଟି କରେ । ତେବେ ଆମ ସରକାର ଯାହା କୁହେ ତାହା କରିଦେଖାଏ । ମହିମା ଧର୍ମର ବିକାଶ ଓ ମହିମା ଗାଦିର ଭବ୍ୟ ମନ୍ଦିର ନିର୍ମାଣ କରିବା ସହ ବିଶ୍ୱରେ ଏହି ପୀଠର ପ୍ରଚାର ପ୍ରସାର ପାଇଁ ଆମ ସରକାର ସମସ୍ତ ଉଦ୍ୟମ କରିବେ । ପୂର୍ବ ସରକାର କରିଥିବା ଘୋଷଣା ଠାରୁ ଆହୁରି ଅଧିକ ଉନ୍ନତି କରିବୁ । “ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଜୋରନ୍ଦା ବ୍ଲକ ହେଉ କିମ୍ବା ଏନଏସି ସବୁଠି ବିକାଶ କରାଯିବ । ଫାଣ୍ଡିକୁ ଥାନାରେ ରୂପାନ୍ତର, ବାଇପାସ ନିର୍ମାଣ, ଡାକ୍ତର ଖାନାର କଳେବର ବୃଦ୍ଧି ଆଦି କରିବାକୁ ଖୁବ ଶୀଘ୍ର ଡିପିଆର ପ୍ରସ୍ତୁତ କରାଯିବ। ଆମ ସରକାର ସମୟରେ ଧାର୍ମିକ ପୀଠଗୁଡ଼ିକର ନିଶ୍ଚିତ ଉନ୍ନତି କରିବେ । ଆମ ସରକାର ଚାଷୀ, ଗରିବ , ବେକାରୀ ସମସ୍ୟା ପ୍ରତି ଧ୍ୟାନ ଦେଇ ଶିଳ୍ପ ଏବଂ ପର୍ୟ୍ୟଟନ ଆଦିର ଉନ୍ନତି ଦିଗରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସୁଛି । ସୁଭଦ୍ରା ଯୋଜନା ହେଉ କି ଧାନ ଏମଏସପି ହେଉ ବା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ହେଉ ସବୁ ଆମେ କଥା ଦେଇ କଥା ରଖିଲୁ । “

  • Related Posts

    ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନରେ ସଂଶୋଧନ

    ଭୁବନେଶ୍ଵର : ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଖବର, ବଦଳିଲା ଗାଇଡଲାଇନ୍। ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି। ପୂର୍ବରୁ ୨ ଲକ୍ଷ ୪୦ ହଜାର ଆୟ ଥିବା ପରିବାରଙ୍କୁ ଯୋଜନାର…

    Continue reading
    ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ସୋମବାର ଅପରାହ୍ଣରେ କଟକସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ । ୪ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ