ଓଡ଼ିଆ ଅସ୍ମିତାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ବର: ବିଧାନସଭାରେ ପୁଣି ଓଡ଼ିଆ ଅସ୍ମିତା ପ୍ରସଙ୍ଗ । ଓଡ଼ିଆ ଅସ୍ମିତାକୁ ନେଇ ତେଜିଛି ରାଜନୀତି । ‘ଅସ୍ମିତା’କୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଓ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ମଧ୍ୟରେ କଥା କଟାକଟି ହୋଇଛି ।

ଓଡ଼ିଆ ‘ଅସ୍ମିତା’ ଶବ୍ଦର ଅର୍ଥ କ’ଣ ବୋଲି ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ଭାଷା , ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଥିଲେ,”ଚଳନ୍ତି ଓଡ଼ିଆ ଅଭିଧାନକୁ 2017ରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧିନସ୍ଥ ଓଡ଼ିଆ ଏକାଡେମୀ ପ୍ରକାଶିତ କରିଥିଲା । 2020 ମସିହାରେ ଏହାକୁ ପୁନଃ ପ୍ରକାଶିତ କରାଯାଇଥିଲା । ସେ ସମୟର ସରକାର ଯାହା ଅସ୍ମିତାର ଅର୍ଥ ବୁଝିଥିଲେ, ଆମେ ତାକୁ ଆମ ସରକାର କୋଟ କରିଛନ୍ତି । ବିଧାୟକ ଅରୁଣ ସାହୁଙ୍କ ମୋ ଠାରୁ ଅଧିକ ଜ୍ଞାନ ଓ ଅଭିଜ୍ଞତା ରହିଛି । ଓଡ଼ିଆ ଅସ୍ମିତାକୁ ଯଦି ବ୍ୟାଖ୍ୟା କରିବା, ଏହା କେବଳ କାଗଜରେ ଲେଖିବା ସମ୍ଭବ ନୁହେଁ । ଓଡ଼ିଆ ଭାଷା ଓ ସଂସ୍କୃତିରେ ରହିବା ହେଉଛି ଓଡ଼ିଆ ଅସ୍ମିତା । ଭବିଷ୍ୟତ ଖୋଜିବା ଏହି ଅସ୍ମିତା । ଅସ୍ମିତା ଆଧାରରେ ସରକାର ଗଠନ ହୋଇଛି । ଏଥିରେ ରାଜନୈତିକ ମୁଦ୍ଦା ନାହିଁ । ପ୍ରତି ଓଡ଼ିଆଙ୍କ ଭାବାବେଗ ସହ ଏହା ଜଡିତ । ଅସ୍ମିତା ସଂକୁଚିତ ବିଷୟବସ୍ତୁ ନୁହେଁ । ଅସ୍ଥିତ୍ବ ପ୍ରଦର୍ଶନ କରିବା ହିଁ ଅସ୍ମିତା ।”ସେହିପରି ଅହଂ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, “ଏହା ଏକ ନକରାତ୍ମକ ଶବ୍ଦ ନୁହେଁ । ଆମେ କେଉଁଠି ଏହି ଅହଂ ଭାବକୁ ପ୍ରୟୋଗ କରିବା ତାହା ଉପରେ ଶବ୍ଦର ଅର୍ଥ ନିର୍ଭର କରେ ।”ବିଧାନସଭାରେ ଅଣତାରକା ପ୍ରଶ୍ନ ସଂଖ୍ୟା ୧୭୧, ବିଜେଡି ବିଧାୟକ ଅରୁଣ କୁମାର ସାହୁ ପ୍ରଶ୍ନ କରିଥିଲେ, “ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅନୁଗ୍ରହ କରି କହିବେ କି, ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ କଣ ? ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିବେ କି ?” ସୂଚନା ଥାଉ କି, ଗତ 2024 ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା ଭାରତୀୟ ଜନତା ପାର୍ଟି ।

  • Related Posts

    ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନରେ ସଂଶୋଧନ

    ଭୁବନେଶ୍ଵର : ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଖବର, ବଦଳିଲା ଗାଇଡଲାଇନ୍। ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି। ପୂର୍ବରୁ ୨ ଲକ୍ଷ ୪୦ ହଜାର ଆୟ ଥିବା ପରିବାରଙ୍କୁ ଯୋଜନାର…

    Continue reading
    ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ସୋମବାର ଅପରାହ୍ଣରେ କଟକସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ । ୪ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ