ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ସୋମବାର ଅପରାହ୍ଣରେ କଟକସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ । ୪ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ । ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ବ୍ଲୁ ୁ ବୁକ୍‌ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ପାଖେ ପାଖେ କମାଣ୍ଡୋ ମୁତୟନ ରହିବେ । ଭୁବନେଶ୍ୱର କଟକରେ ୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜଗିବେ । ୧୫୦ ଜଣ ପୁଲିସ ଅଫିସର ତଦାରଖ କରିବେ । ଜଣେ ଲେଖାଏଁ ଏସ୍‌ପି ପାହ୍ୟା ଅଧିକାରୀ ପ୍ରତି କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ଦାୟିତ୍ୱ ମୁଣ୍ଡାଇବେ । ସୋମବାର ଅପରାହ୍ଣ ୨ଟା ୨୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ଅପରାହ୍ଣ ସାଢ଼େ ୨ଟାରେ ରାଷ୍ଟ୍ରପତିଙ୍କ କାରକେଡ୍‌ ଲୋକଭବନ ଅଭିମୁଖେ ବାହାରିବ । ସେଥିପାଇଁ ଅପରାହ୍ଣ ୨ଟା ୧୦ ମିନିଟ୍‌ରୁ ୨ଟା ୪୫ ମିନିଟ୍‌ ଯାଏ ଏୟାରପୋର୍ଟ ଛକ ହସ୍ପିଟାଲ ଛକରୁ ଏଜି ଛକ ଦେଇ ଲୋକଭବନ ଛକ ଯାଏ ରାସ୍ତା ବନ୍ଦ ରହିବ । ଅପରାହ୍ଣ ୪ଟାରେ ଲୋକଭବନରୁ ବାହାରି ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟକୁ ଯିବେ । ସେଠାରୁ ଫେରିବା ପରେ ଲୋକଭବନରେ ରାତ୍ରିଯାପନ କରିବେ ।

ତା’ପରଦିନ ସକାଳ ୮ଟା ୪୫ ମିନିଟ୍‌ରେ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିବେ ରାଷ୍ଟ୍ରପତି । ଭିଆଇପି ଲାଉଞ୍ଜ ଦେଇ ପ୍ଲାଟଫର୍ମ ନଂ ୧ କୁ ଯିବେ । ଦିଲ୍ଲୀରୁ ଆସିଥିବା ‘ସ୍ପେଶାଲ ସାଲୁନ୍‌’ ଟ୍ରେନ୍‌ରେ ସକାଳ ୯ଟାରେ ରାଷ୍ଟ୍ରପତି ବ୍ରହ୍ମପୁର ଅଭିମୁଖେ ବାହାରିବେ । ଏହି ସ୍ୱତନ୍ତ୍ର ଟ୍ରେନ୍‌କୁ ଆଗ ପଛ ହୋଇ ୨ଟି ଟ୍ରେନ୍‌ ଏସକର୍ଟ କରିବ । ସେହି ଟ୍ରାକ୍‌ରେ ଅନ୍ୟ କୌଣସି ଟ୍ରେନ୍‌ ଯିବ ନାହିଁ। ଭୁବନେଶ୍ୱର ଓ ବ୍ରହ୍ମପୁର ରେଳଷ୍ଟେସନକୁ ପୁଲିସ ଛାଉଣୀ କରାଯିବ । ୨ଟି ରେଳଷ୍ଟେସନର କୋଣ ଅନୁକୋଣକୁ ତନ୍ନତନ୍ନ କରି ଯାଞ୍ଚ ଚାଲିଛି । ବମ୍‌ ସ୍କ୍ୱାର୍ଡ ଓ ସନ୍ଧାନୀ କୁକୁର ସଜାଗ ଅଛନ୍ତି । ସୋମବାର ସନ୍ଧ୍ୟାରୁ ୨ଟି ରେଳଷ୍ଟେସନକୁ ହାଇଆଲର୍ଟରେ ରଖାଯିବ । ପ୍ରତିଟି ଯାତ୍ରୀ ଓ ଜିନିଷପତ୍ରକୁ ଟିକିନିଖି ଯାଞ୍ଚ କରାଯିବ ।

ଅଧିକ ପଢ଼ନ୍ତୁ :- Rain Alert: ଆସନ୍ତା ୮ ତାରିଖ ଯାଏ ପ୍ରବଳ ବର୍ଷା, ଉପରମୁଣ୍ଡରେ ବି ପ୍ରବଳ ବର୍ଷିବ, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି​​​​​​​

ଭୁବନେଶ୍ୱର ରେଳଷ୍ଟେସନରେ ୧୫ ପ୍ଲାଟୁନ୍‌ ଫୋର୍ସ ଜଗିବେ । ସେଥିରେ କମିଶନରେଟ୍‌ ପୁଲିସ ସହ ରେଳବାଇ ସୁରକ୍ଷା ବଳ (ଆରପିଏଫ୍‌) ଓ ଜିଆର୍‌ପିର ଫୋର୍ସ ମୁତୟନ ହେବେ । ବ୍ରହ୍ମପୁର ରେଳଷ୍ଟେସନରୁ ରାଷ୍ଟ୍ରପତି ସଡ଼କ ପଥରେ ତପ୍ତପାଣି ବୁଲିବା ସହ ମା’ କନ୍ଧୁଣୀ ଦେବୀ ପୀଠକୁ ଯିବେ । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ଙ୍କ କହିବା ମୁତାବକ, ତାଙ୍କ ସହ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆସିବା କାର୍ଯ୍ୟକ୍ରମ ରହିଛି । ମା’ଙ୍କ ଦର୍ଶନ ପରେ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ରାତିରେ ରହିବେ । ତା’ପରଦିନ ରାଷ୍ଟ୍ରପତି ବ୍ରହ୍ମପୁରରୁ ରେଳ ଯୋଗେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବେ ।

ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ ଓ ଗଞ୍ଜାମ ଏସ୍‌ପି ହରିଶ୍‌ ବି.ସି ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବ୍ରହ୍ମପୁରରୁ ତପ୍ତପାଣି ପର୍ଯ୍ୟନ୍ତ ନୋ-ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା କରାଯାଇଛି । ସୁରକ୍ଷାରେ ୫୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବେ । ରାଷ୍ଟ୍ରପତିଙ୍କ କାରକେଡ୍‌ରେ ୨୮ଟି ଗାଡ଼ି ଯିବା ବ୍ୟବସ୍ଥା ରହିଛି । ରାଷ୍ଟ୍ରପତିଙ୍କ ଯାତ୍ରା ପାଇଁ ବ୍ରହ୍ମପୁର ଷ୍ଟେସନ୍‌ ଠାରୁ ଫାଷ୍ଟଗେଟ୍‌ ଛକ ପର୍ଯ୍ୟନ୍ତ ରାସ୍ତା ଚକାଚକ୍‌ ହୋଇଛି । ଖାଲଖମା ଉଭେଇ ଯାଇଛି । ଡ୍ରେନ୍‌ରେ କଭର ସ୍ଲାବ୍‌ ଢାଙ୍କି ହୋଇ ରହିଛି । ସହରର ଏହି ପ୍ରମୁଖ ଜନଗହଳି ଅଞ୍ଚଳର ରାସ୍ତା ଏବେ ଭିଆଇପି ରୋଡ୍‌ର ଭ୍ରମ ସୃଷ୍ଟି କରୁଛି ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ