ଜନଜାତିଙ୍କ ଆର୍ଥିକ, ସାମାଜିକ ବିକାଶ ଓ ରାଜନୈତିକ ଅଗ୍ରଗତି ଆମର ପ୍ରାଥମିକତା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଚନ୍ଦ୍ରଶେଖରପୁର ଠାରେ ଓରାଓଁ ସାଂସ୍କୃତିକ ସମାଜ ପକ୍ଷରୁ ଆୟୋଜିତ କରମା ପୂର୍ବ ସନ୍ଧ୍ୟା କାର୍ୟ୍ୟକ୍ରମରେ ଯୋଗଦାନ କରି କହିଛନ୍ତି ଯେ, ପରିବେଶୀୟ ସଙ୍କଟ ଯେତେବେଳେ ବିଶ୍ୱକୁ ଆକ୍ରାନ୍ତ କରୁଛି, ସେତେବେଳେ କରମା ପୂଜାର ଏହି ପ୍ରକୃତି ପ୍ରେମର ସନ୍ଦେଶ ଅତ୍ୟନ୍ତ ସାମୟିକ ଏବଂ ଓରାମ ଜନଜାତି ସମାଜ ଆଜି ସେହି ଏକତାର ପ୍ରତୀକକୁ ଦର୍ଶାଉଛି ।ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ତରଫରୁ ଓରାଓଁ ସାଂସ୍କୃତିକ ସମାଜ ନିମନ୍ତେ ସ୍ଥାୟୀ ଜମି ପ୍ରଦାନ କରାଯିବ ଏବଂ ଓରାମ ଜନଜାତିର ସାଂସ୍କୃତିକ ଉନ୍ନତି ନିମନ୍ତେ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି କାର୍ୟ୍ୟକ୍ରମରେ ଘୋଷଣା କରିଛନ୍ତି।କାର୍ୟ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, କରମା ପୂଜା ଆମକୁ ଶିଖାଏ ଯେ, ପ୍ରକୃତି ବିନା ଆମେ ଶୂନ୍ୟ। କରମା ପୂଜାରେ ଆମେ ଶିଖୁ ଯେ, ପରିଶ୍ରମରେ ମାନ ଆଉ ପରିଶ୍ରମରେ ହିଁ ସମ୍ମାନ ମିଳିଥାଏ। କରମା ପୂଜା ଆମକୁ ଏହା ହିଁ ସ୍ମରଣ କରାଏ ଯେ କୃଷକମାନେ, ଶ୍ରମିକମାନେ, ଜନଜାତିୟ ଅଞ୍ଚଳର ସାଧାରଣ ଲୋକମାନେ ସମସ୍ତଙ୍କ ପରିଶ୍ରମରେ ରାଜ୍ୟର ଅର୍ଥନୀତିର ଭିତ୍ତି ଦଣ୍ଡାୟମାନ। ଏହି ପର୍ବର ଆଉ ଗୋଟିଏ ବଡ଼ ବିଶେଷତ୍ୱ ହେଉଛି ସମ୍ମିଳନ।ଏହି ସାମୁହିକ ଆନନ୍ଦ ଆମକୁ ଶିଖାଏ, ଏକତାରେ ହିଁ ଶକ୍ତି ଅଛି। ଆଉ ଓରାଓଁ ସମାଜ ଆଜି ସେହି ଏକତାର ପ୍ରତୀକ। ଯେତେ ପର୍ୟ୍ୟନ୍ତ ରାଜ୍ୟର ପ୍ରାୟ ୨୩ ପ୍ରତିଶତ ଆଦିବାସୀ ଲୋକଙ୍କ ବିକାଶ ହେବ ନାହିଁ, ରାଜ୍ୟର ପ୍ରଗତି ଅସମ୍ଭବ। ତେଣୁ, ଆମ ସରକାରଙ୍କ ପ୍ରଥମ ପ୍ରଥମିକତା ହେଉଛି ଜନଜାତିଙ୍କ ଆର୍ଥିକ, ସାମାଜିକ ବିକାଶ ଓ ରାଜନୈତିକ ଉତଥାନ କରିବା। ଜନଜାତି ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ତଥା ପ୍ରଚାର ପ୍ରସାର କରିବା ପାଇଁ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ, ଆଦିବାସୀ ଲିପିକୁ ପ୍ରୋତ୍ସାହନ ଦେବା ପରି ଅନେକ ପଦକ୍ଷେପ ନିଆ ଯାଉଛି। ପିଏମ୍‌ ଜନମନ୍ ଅଧୀନରେ ପିଭିଟିଜି ବର୍ଗଙ୍କ ପାଇଁ ୪୩ଟି ଜନ ଧନ ବିକାଶ କେନ୍ଦ୍ର, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଉଛି। କିଛି ଦିନ ତଳେ ରାଜ୍ୟ ଊୠଙ ସମ୍ମିଳନୀରେ ମୋର ନିର୍ଦ୍ଦେଶ ଥିଲା, ଜଙ୍ଗଲ ଅଧିକାର ଆଇନ (ୠକ୍ଟକ୍ସରଗ୍ଦଗ୍ଧ ଜସଶଷଗ୍ଧଗ୍ଦ ଇମଗ୍ଧ) ଅନୁସାରେ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କାରୁଥିବା ଜନଜାତି ସମ୍ପ୍ରଦାୟର ଲୋକଙ୍କ ଅଧିକାର ଯେମିତି ସୁରକ୍ଷିତ ରହିବ, ସେଥିପାଇଁ ସମସ୍ତ ଅଧିକାରୀ ଯତ୍ନବାନ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଓଡିଶାର ଜନଜାତି ବର୍ଗଙ୍କୁ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗୁରୁତ୍ୱ ଦେଉଛୁ। ରାଜ୍ୟର ୫ ଲକ୍ଷରୁ ଉର୍ଦ୍ଧ୍ୱ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଛୁ। ଏଥିରୁ ୬୦ପ୍ରତିଶତ ହେଉଛନ୍ତି ବାଳିକା। ଜନଜାତି ବର୍ଗର ପିଲାମାନଙ୍କ ଶିକ୍ଷା ଲାଭ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବା ପାଇଁ ଚଳିତ ବର୍ଷ ଆମେ ୧୫ଟି ଏକଲବ୍ୟ ମଡେଲ ସ୍କୁଲ ଖୋଲିଛୁ । ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାର୍‍ସିପ୍ ଏବଂ ଭୋକେସନାଲ୍ ଟ୍ରେନିଙ୍ଗ୍ ବ୍ୟବସ୍ଥା କରିଛୁ। ଜନଜାତି ବର୍ଗର ପିଲାମାନଙ୍କ ମଧ୍ୟରେ ସ୍କୁଲ ଡ୍ରପ୍ ଆଉଟ୍ ହାର କମାଇବା ପାଇଁ ଶହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରିଛୁ। ଏହି ଯୋଜନାରେ ୩ ଲକ୍ଷ ପିଲାଙ୍କ ପାଠପଢା ପାଇଁ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛୁ। ଆହୁରି ମଧ୍ୟ ସେ କହିଥିଲେଯେ, ଆଉ ୧୧ ବର୍ଷରେ ଆମେ ଓଡିଶା ପ୍ରଦେଶ ଗଠନର ଏକ ଶହ ବର୍ଷ ପୂର୍ତ୍ତି ପାଳନ କରିବା। ତେଣୁ, ୨୦୩୬ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆଜିଠାରୁ କାର୍ୟ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ଯଦି ଜନଜାତିଙ୍କ ବିକାଶ ହୋଇ ପାରିବ ନାହିଁ , ଯଦି ସେମାନେ ଏହି ବିକାଶ ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ, ଯଦି ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ସମାଜର ମୁଖ୍ୟ ସ୍ରୋତରେ ଥିବା ଲୋକଙ୍କ ସମତୁଲ ହୋଇ ପାରିବ ନାହିଁ , ତେବେ ସମୃଦ୍ଧ ଓଡିଶା ଗଠନ ଅସମ୍ଭବ। ତେଣୁ, ଆମ ସରକାର ଏଥିପାଇଁ ବିଶେଷ ଗୁରୁତ୍ଵ ଦେଉଛନ୍ତି।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କରମା ପର୍ବକୁ ଅର୍ଥନୀତି, କୃଷି, ପ୍ରକୃତି ସୁରକ୍ଷା ଓ ସାଂସ୍କୃତିକ ଐତିହ୍ୟର ମୂଳ ଭିତ୍ତି ବୋଲି କହିଥିଲେ ଓ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ ସୁରକ୍ଷା ଓ ସାଶକ୍ତିକରଣ ମାର୍ଗରେ ବିଶେଷ ପଦକ୍ଷେପ ନେଇଛି। କରମା ପର୍ବ ଆମର ଜନଜାତୀୟ ସାଂସ୍କୃତି, ଆସ୍ଥା ଓ ଏକତାର ପ୍ରତୀକ । ଏଣୁ ଆମର ସାମୁହିକ ଉଦ୍ୟମ, ପରିଶ୍ରମ ଓ ସମର୍ପଣରେ ଆମର ସମ୍ପ୍ରଦାୟ ଆଗକୁ ବଢ଼ିବ।ଉକ୍ତ କାର୍ୟ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମଂଚାସୀନ ଥିଲେ, ଓରାମ ସାଂସ୍କୃତିକ ସମାଜର ସଭାପତି ସୁଶ୍ରୀ ସୁକେଶୀ ଓରାମ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଶ୍ରୀ ପ୍ରେମସାଗର ଓରାମ ଧନ୍ୟବାଦ ଦେଇଥିଲେ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ