ଜମି ଦଲିଲ ପଞ୍ଜୀକରଣକୁ ମୌଖିକ ପ୍ରତ୍ୟାଖ୍ୟାନ କରିବା ବେଆଇନ : ହାଇକୋର୍ଟ

କଟକ : ଜମି ବିକ୍ରି ଦଲିଲ୍‌ ପଞ୍ଜୀକରଣକୁ ସବ୍‌-ରେଜିଷ୍ଟ୍ରାର ମୌଖିକ ଭାବେ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ପଞ୍ଜୀକରଣ ଆଇନ ୧୯୦୮ ଏବଂ ଓଡ଼ିଶା ପଞ୍ଜୀକରଣ ନିୟମ ୧୯୮୮ ଅନୁଯାୟୀ ଯେତେବେଳେ ପଞ୍ଜୀକରଣ ପାଇଁ କୌଣସି ଦଲିଲ ଉପସ୍ଥାପିତ ହୁଏ, ସେତେବେଳେ ଦଲିଲ୍‌ ଗ୍ରହଣ କରିବା ସବ୍‌-ରେଜିଷ୍ଟ୍ରାରଙ୍କ କର୍ତ୍ତବ୍ୟ। ଯଦି ଉକ୍ତ ଦଲିଲଟି ଆଇନ ଅନୁସାରେ ଠିକ ନାହିଁ, ତେବେ ସବ୍‌-ରେଜିଷ୍ଟ୍ରାର ଲିଖିତ କାରଣ ଦର୍ଶାଇ ସେହି ପଞ୍ଜୀକରଣ ଦଲିଲକୁ ଗ୍ରହଣ କରିବାକୁ ମନା କରିପାରନ୍ତି; ହେଲେ ମୌଖିକ ଭାବେ ଦଲିଲକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍ତି। ଭଦ୍ରକ ବାସୁଦେବପୁର ସବ୍‌-ରେଜିଷ୍ଟ୍ରାର ସହମାଲିକ (କୋ-ସେୟାର)ଙ୍କ ସମ୍ମତି ନ ଥିବାରୁ ଏକ ଜମି ବିକ୍ରି କବଲା ପଞ୍ଜୀକରଣ କରିବାକୁ ମୌଖିକ ଭାବେ ମନା କରିଦେଇଥିଲେ। ଏ ସଂକ୍ରାନ୍ତରେ ରୁଜୁ ଏକ ମାମଲାର ଶୁଣାଣି କରି ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ରାୟ ପ୍ରକାଶ କରି ଆବେଦନକାରୀଙ୍କ ବିକ୍ରି କବଲା ଗ୍ରହଣ କରିବାକୁ ସବ୍‌-ରେଜିଷ୍ଟ୍ରାରଙ୍କୁ ନିର୍ଦେଶ ଦେଇଛନ୍ତି। ପଞ୍ଜୀକରଣ ସମ୍ପୂର୍ଣ୍ଣ ହେବା ପରେ ୩ ଦିନ ମଧ୍ୟରେ ଉକ୍ତ ଦଲିଲକୁ ଆବେଦନକାରୀଙ୍କୁ ଫେରାଇବାକୁ ଅଦାଲତ କହିଛନ୍ତି।
ମାମଲାରୁ ଜଣାଯାଇଛି ଯେ ଆବେଦନକାରୀ ପଦ୍ମିନୀ ବାରିକ ନିଜ ବିକ୍ରୟ ଦଲିଲ (ସେଲ୍ ଡିଡ୍‌) ପଞ୍ଜୀକରଣ କରିବା ପାଇଁ ଭଦ୍ରକ ଜିଲା ବାସୁଦେବପୁର ସବ୍‌-ରେଜିଷ୍ଟ୍ରାରଙ୍କୁ ଦେଇଥିଲେ; ହେଲେ ସବ୍‌-ରେଜିଷ୍ଟ୍ରାର ଉକ୍ତ ଦଲିଲକୁ ଗ୍ରହଣ କରି ନ ଥିଲେ। ସେ ମୌଖିକ ଭାବେ କହିଥିଲେ ଯେ କୋସେୟାରଙ୍କ ସମ୍ମତି ବିନା ଜମି ପଞ୍ଜିକରଣ ଦଲିଲ ଗ୍ରହଣ କରିବା ସମ୍ଭବ ନୁହେଁ। ଏହାକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସମ୍ପତ୍ତି ସ୍ଥାନାନ୍ତରଣ ଅଧିନିୟମ ୧୮୮୨ ଧାରା ୪୪ ଅନୁସାରେ କୋ-ସେୟାର ଜମିର ନିଜ ଅଂଶକୁ ଅନ୍ୟ ସମ୍ମତି ବିନା ବିକ୍ରୟ କରିପାରିବେ ବୋଲି ବ୍ୟବସ୍ଥା ରହିଥିବା ଅଦାଲତରେ ସ୍ପଷ୍ଟ ହୋଇଥିଲା। ମାମଲାରେ ଆବେଦନକାରୀ ରାଜ୍ୟ ସରକାର, ଆଇଜିଆର, ବାସୁଦେବପୁର ସବ୍-ରେଜିଷ୍ଟ୍ରାରଙ୍କୁ ପକ୍ଷଭୁକ୍ତ କରିଥିଲେ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ