
ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦେବଗଡ଼ ପରିସରରେ ଜ଼ିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅବସରରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉଭୟ ବର୍ଗରୁ ତିନୋଟି ସ୍ତରରେ ବ୍ଲକ ରୁ ଚୟନ ହୋଇ ଆସିଥିବା ମୋଟ ୫୪ ଜଣ ଟି ଛାତ୍ର ଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିଚାରକ ଭାବରେ ଦେବଗଡ଼ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ କୁମାର ପ୍ରଧାନ, ଭାନୁ ଶଙ୍କର ନନ୍ଦ ପ୍ରମୁଖ ଦାୟିତ୍ୱ ବହନ କରିଥିଲେ। ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର, ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମହିମା ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଝରଣା ବେହେରା,ଦୀପିକା ମିଶ୍ର,ପ୍ରଧାନ ଶିକ୍ଷକ ଉଦୟ ନାଥ ପ୍ରଧାନ, ସି.ଆର.ସି.ସି ଅଶୋକ କୁମାର ସାହୁ , ଦାଶରଥି ସାହୁ, ପ୍ରଦୀପ କୁମାର ଅଟ୍ଟୀ, ବରିଷ୍ଠ ଶିକ୍ଷକ ଭବାନୀକାନ୍ତ ପ୍ରଧାନ, ହିମାଂଶୁ ଶେଖର ଦେହୁରୀଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।








