ନୂଆଦିଲ୍ଲୀ, 31/10/2025: ଦେଶର ଅଧିକାଂଶ ସ୍ଥାନରେ ସଡ଼କ ପଥ ଖରାପ ରହିଛି। ସେଥିପାଇଁ କେଉଁମାନେ ଦାୟୀ ତାହା ଚିହ୍ନଟ କରିବା ସହଜ ହେଉନାହିଁ। ଆଗାମୀ ଦିନରେ କିନ୍ତୁ ତାହା ସହଜ ହେବ। ରାଜପଥ ସମ୍ପର୍କିତ ସମସ୍ତ ତଥ୍ୟକୁ କ୍ୟୁଆର୍ କୋଡ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଓ ରାଜପଥ ନିର୍ମାଣକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲି ରାଜପଥ ପ୍ରକଳ୍ପ ନିର୍ମାଣର ବିଭିନ୍ନ ପର୍ଯ୍ୟାୟର ଭିଡିଓ ଅପ୍ଲୋଡ୍ କରିବାକୁ ସେମାନଙ୍କୁ କୁହାଯାଇଛି। ଜାତୀୟ ରାଜପଥରେ କ୍ୟୁଆର୍ କୋଡ୍ ଥିବା ହୋର୍ଡିଂ ଲଗାଇବାକୁ ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ନିର୍ଦ୍ଦେଶ ଜାରି କରିଛନ୍ତି। ସାଧାରଣ ଜନତା ସେହି କୋଡ୍କୁ ସ୍କାନ୍ କରି ରାସ୍ତା ତିଆରି କରିଥିବା ଠିକାଦାର, କନସଲଟାଣ୍ଟ ଓ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ସମ୍ପର୍କରେ ସେମାନଙ୍କ ନାମ ଓ ଯୋଗଯୋଗ ତଥ୍ୟ ସହ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ। ଏ ସମ୍ପର୍କରେ ଗଡ଼କରୀ କହିଛନ୍ତି ଯେ ସବୁ ବେଳେ ମୁଁ କାହିଁକି ଗାଳି ଖାଇବି। କ୍ୟୁଆର୍ କୋଡ୍ରେ ସବୁ ତଥ୍ୟ ରହିବ। ସଡ଼କର ଖରାପ ସ୍ଥିତିକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଅଭିଯୋଗକୁ ଗମ୍ଭୀରତାର ସହ ନେବା ଲାଗି ସେ ନିର୍ମାଣକାରୀମାନଙ୍କୁ କହିଛନ୍ତି। ତାଙ୍କ ମତରେ ଲୋକମାନେ ଯଦି ଟୋଲ୍ ଦେଉଛନ୍ତି, ସେମାନେ ଭଲ ସଡ଼କ ପାଇବାକୁ ହକଦାର୍।
ଚନ୍ଦ୍ରବାବୁଙ୍କ ଘୋଷଣା: ‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ
ନୂଆଦିଲ୍ଲୀ; ‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ । ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି । ସଂସଦରେ ପାରିତ ହେବା ପରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ…




