ଜୁନିୟର ହକି ଏସିଆ କପ୍: ଜିତିଲା ଭାରତ

ନୂଆଦିଲ୍ଲୀ: ପୁରୁଷ ଜୁନିୟର ହକି ଏସିଆ କପ୍ ଫାଇନାଲରେ ଧୂଳି ଚାଟିଲା ପାକିସ୍ତାନ। ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ମାତ ଦେଇ ରେକର୍ଡ ପଞ୍ଚମ ଥର ପାଇଁ ଜୁନିୟର ହକି ଏସିଆ କପ୍ ଟାଇଟଲ୍ ହାତେଇଛି ଟିମ୍ ଇଣ୍ଡିଆ। ଭାରତ ପକ୍ଷରୁ ଅରିଜିତ ସିଂହ ସର୍ବାଧିକ ୪ଟି ଗୋଲ୍ ଦେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଏହି ମ୍ୟାଚରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରର ତୃତୀୟ ମିନିଟରେ ପାକିସ୍ତାନର ହନାନ ସାହିତ ପ୍ରଥମ ଗୋଲ୍ ସ୍କୋର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। କିନ୍ତୁ ଏହାପରେ ଭାରତ ମଧ୍ୟ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଥମ କ୍ୱାର୍ଟରର ଚତୁର୍ଥ ମିନିଟରେ ଅରିଜିତ ସିଂହ ଏକ ସଫଳ ପେନାଲ୍ଟି କର୍ଣ୍ଣର ସ୍କୋର କରି ସ୍କୋରକୁ ବରାବର ସ୍ଥିତିକୁ ନେଇଥିଲେ।ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଉଭୟ ଭାରତ ଓ ପାକିସ୍ତାନ ୧-୧ ଗୋଲରେ ବରାବର ସ୍ଥିତିରେ ରହିଥିଲେ। ହେଲେ ଦ୍ବିତୀୟ କ୍ୱାର୍ଟରରେ ଅଗ୍ରଣୀ ହାସଲ କରିଥିଲା ଭାରତ। ଅରିଜିତ ସିଂହ ପୁଣି ଏକ ପେନାଲ୍ଟି କର୍ଣ୍ଣରକୁ ସଫଳ କରି ଭାରତକୁ ୨-୧ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରର ୧୯ତମ ମିନିଟରେ ଭାରତ ଆଉ ଏକ ଗୋଲ ସ୍କୋର କରିଥିଲା। ଦିଲରାଜ ସିଂହ ଏହି ଗୋଲ୍ ଦେଇ ଭାରତକୁ ୩-୧ ଅଗ୍ରଣୀ କରାଇଥିଲେ। ଏହାପରେ ପାକିସ୍ତାନ ପକ୍ଷରୁ ୩୦ତମ ମିନିଟରେ ସୁଫିଆନ୍ ଖାନ୍ ଏକ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରର ୩୯ତମ ମିନିଟରେ ସୁଫିଆନ୍ ଖାନ ପୁନର୍ବାର ପେନାଲ୍ଟି କର୍ଣ୍ଣରକୁ ସଫଳ କରିଥିଲେ। ଏହି କ୍ୱାର୍ଟର ଶେଷ ସୁଦ୍ଧା ଭାରତ ଓ ପାକିସ୍ତାନ ୩-୩ ଗୋଲରେ ବରାବର ସ୍ଥିତିରେ ରହିଥିଲେ। ହେଲେ ଚତୁର୍ଥ କ୍ୱାର୍ଟରରେ ଭାରତ ମ୍ୟାଚ୍ ୱିନିଂ ପ୍ରତ୍ୟାବର୍ତ୍ତନ କରିଥିଲା। ଭାରତ ପକ୍ଷରୁ ଅରିଜିତ ସିଂହ ୪୭ତମ ମିନିଟରେ ଗୋଟିଏ ଗୋଲ୍ ଦେଇଥିଲେ। ସେହିପରି ୫୪ତମ ମିନିଟରେ ସେ ଏକ ସଫଳ ପେନାଲ୍ଟି କର୍ଣ୍ଣର ଖେଳି ବିଜୟୀ ଗୋଲ୍ କରିଥିଲେ। ଫଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି ରେକର୍ଡ ପଞ୍ଚମ ଟାଇଟଲ୍ ହାସଲ କରିଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ