ଜୟଦେବ ଜେନାଙ୍କୁ ହତ୍ୟା ଧମକ

ଭୁବନେଶ୍ବର:କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଫୋନ ଯୋଗେ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ । ୫୦ ଲକ୍ଷ ଦିଅ ନଚେତ କିଛି ବ ହୋଇପାରେ ବୋଲି ମିଳିଛି ଧମକ । ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ରଖି ନିଜର ଅସହାୟତା ପ୍ରକାଶ କରିଛନ୍ତି ଜୟଦେବ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ପୋଲିସ ତଦନ୍ତ ପାଇଁ ଦାବି କରିଛନ୍ତି ଜୟଦେଵ ଜେନା । ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଇନ ଶୃଙ୍ଖଳା ପରିସ୍ଥିତିର ଗୁମର ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ।କଂଗ୍ରେସ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ପରେ ଏବେ ଟାର୍ଗେଟରେ କଂଗ୍ରେସ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଅଜଣା ନମ୍ବରରୁ ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ ଆସିଥିଲା ଧମକ। ୫୦ ଲକ୍ଷ ଦିଅ ନହେଲେ ତମକୁ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୁତ୍ତ। ଶେଷରେ ୫୦ ହଜାର ଦେବାକୁ ବାଧ୍ୟ କରିଥିଲା ଦୁର୍ବୁତ୍ତ। ଏତେ ଟଙ୍କା ନଥିବା କହିବା ପରେ ମାତ୍ର ୫୦ ହଜାର ଟଙ୍କା ଦେବାକୁ କଂଗ୍ରେସ ନେତାଙ୍କୁ ବାଧ୍ୟ କରିଥିଲା ଦୁର୍ବୃତ୍ତ । ପରିବାରରେ ଆଲୋଚନା ପରେ ଆଇନର ଆଶ୍ରୟ ନେବାକୁ ଶେଷରେ ବାଧ୍ୟ ହୋଇଥିଲେ ବରିଷ୍ଠ ନେତା । ଶେଷରେ କ୍ୟାପିଟାଲ ଥାନାରେ ଏନେଇ ସେ ମାମଲା ରୁଜୁ କରିଛନ୍ତି ।

ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି ଯେ ‘‘କଂଗ୍ରେସ ଛାତ୍ର ନେତା ଉଦିତଙ୍କୁ ଭେଟି ଫେରିଲା ବେଳକୁ ମୋତେ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା । ସେପଟୁ ଜଣେ ବ୍ୟକ୍ତି ମୋତେ କହିଥିଲେ ୫୦ ଲକ୍ଷ ଟଙ୍କା ଦିଅ ନ ହେଲେ ବହୁତ ଅସୁବିଧା ହେବ । ମୁଁ ପଚାରିଥିଲି କଣ ଅସୁବିଧା ହେବ ମାରଦେବ କି ? ସେପଟୁ ଉତ୍ତର ଆସିଥିଲା ହଁ ମାରିଦବୁ । ମୁଁ ତାଙ୍କୁ କହିଥିଲି ମୋତେ ୭୩ ବର୍ଷ ମାରିଦେଲେ ମାରିଦିଅ ପଛେ କିନ୍ତୁ ପଇସା ଦେଇ ମୁଁ ବଞ୍ଚିବି ନାହିଁ । ତାପରେ ସେମାନ ମୋତେ ୫୦ ହଜାର ଟଙ୍କା ମାଗିଥିଲେ । ଏହା ପରେ ମୁଁ ଫୋନ କାଟି ଥାନାର ଦ୍ବାରସ୍ଥ ହୋଇଥିଲି । ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟରେ ଖାସକରି ରାଜଧାନୀରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି ’’।

  • Related Posts

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ବାଲେଶ୍ୱର: ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣା । ଗିରଫ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ, ଶୁଭ୍ରସମ୍ବିତ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ତେବେ ଘଟଣାରେ ଏବେ ଅନ୍ୟମାନଙ୍କ ଉପରେ କ୍ରାଇମବ୍ରାଞ୍ଚର…

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ସମ୍ବଲପୁର: ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ଦେବାଶିଷ ପଣ୍ଡା ଘରେ ଚଢାଉ ହୋଇଛି। ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ…

    Leave a Reply

    Your email address will not be published. Required fields are marked *

    You Missed

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ

    ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ

    ସବୁ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

    ସବୁ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ