ଜୟଦେବ ଜେନାଙ୍କୁ ହତ୍ୟା ଧମକ

ଭୁବନେଶ୍ବର:କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଫୋନ ଯୋଗେ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ । ୫୦ ଲକ୍ଷ ଦିଅ ନଚେତ କିଛି ବ ହୋଇପାରେ ବୋଲି ମିଳିଛି ଧମକ । ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ରଖି ନିଜର ଅସହାୟତା ପ୍ରକାଶ କରିଛନ୍ତି ଜୟଦେବ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ପୋଲିସ ତଦନ୍ତ ପାଇଁ ଦାବି କରିଛନ୍ତି ଜୟଦେଵ ଜେନା । ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଇନ ଶୃଙ୍ଖଳା ପରିସ୍ଥିତିର ଗୁମର ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ।କଂଗ୍ରେସ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ପରେ ଏବେ ଟାର୍ଗେଟରେ କଂଗ୍ରେସ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଅଜଣା ନମ୍ବରରୁ ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ ଆସିଥିଲା ଧମକ। ୫୦ ଲକ୍ଷ ଦିଅ ନହେଲେ ତମକୁ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୁତ୍ତ। ଶେଷରେ ୫୦ ହଜାର ଦେବାକୁ ବାଧ୍ୟ କରିଥିଲା ଦୁର୍ବୁତ୍ତ। ଏତେ ଟଙ୍କା ନଥିବା କହିବା ପରେ ମାତ୍ର ୫୦ ହଜାର ଟଙ୍କା ଦେବାକୁ କଂଗ୍ରେସ ନେତାଙ୍କୁ ବାଧ୍ୟ କରିଥିଲା ଦୁର୍ବୃତ୍ତ । ପରିବାରରେ ଆଲୋଚନା ପରେ ଆଇନର ଆଶ୍ରୟ ନେବାକୁ ଶେଷରେ ବାଧ୍ୟ ହୋଇଥିଲେ ବରିଷ୍ଠ ନେତା । ଶେଷରେ କ୍ୟାପିଟାଲ ଥାନାରେ ଏନେଇ ସେ ମାମଲା ରୁଜୁ କରିଛନ୍ତି ।

ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି ଯେ ‘‘କଂଗ୍ରେସ ଛାତ୍ର ନେତା ଉଦିତଙ୍କୁ ଭେଟି ଫେରିଲା ବେଳକୁ ମୋତେ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା । ସେପଟୁ ଜଣେ ବ୍ୟକ୍ତି ମୋତେ କହିଥିଲେ ୫୦ ଲକ୍ଷ ଟଙ୍କା ଦିଅ ନ ହେଲେ ବହୁତ ଅସୁବିଧା ହେବ । ମୁଁ ପଚାରିଥିଲି କଣ ଅସୁବିଧା ହେବ ମାରଦେବ କି ? ସେପଟୁ ଉତ୍ତର ଆସିଥିଲା ହଁ ମାରିଦବୁ । ମୁଁ ତାଙ୍କୁ କହିଥିଲି ମୋତେ ୭୩ ବର୍ଷ ମାରିଦେଲେ ମାରିଦିଅ ପଛେ କିନ୍ତୁ ପଇସା ଦେଇ ମୁଁ ବଞ୍ଚିବି ନାହିଁ । ତାପରେ ସେମାନ ମୋତେ ୫୦ ହଜାର ଟଙ୍କା ମାଗିଥିଲେ । ଏହା ପରେ ମୁଁ ଫୋନ କାଟି ଥାନାର ଦ୍ବାରସ୍ଥ ହୋଇଥିଲି । ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟରେ ଖାସକରି ରାଜଧାନୀରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି ’’।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ