ଝାରସୁଗୁଡ଼ାରେ ପ୍ରକଳ୍ପ ବର୍ଷା କଲେ ମୋଦୀ

ଝାରସୁଗୁଡା : ଝାରସୁଗୁଡାରେ ପ୍ରକଳ୍ପ ବର୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ୟ୍ୟର ଉଦ୍‌ଘାଟନ କରିଛନ୍ତି। ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ୟ୍ୟକ୍ଷମ ହୋଇଛି। ଓଡ଼ିଶା ପାଇଁ ମୋଟ୍‌ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍ ଫ୍ଲାଇ ଓଭର ସହ ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ୟ୍ୟାଦେଶ ବଣ୍ଟନ କରିଛନ୍ତି। କୋରାପୁଟ ବାଇଗୁଡା ରେଲଓ୍ବେ ଦେହରୀକରଣ ପାଇଁ ୪୮୧ କୋଟି ସହ ବ୍ରହ୍ମପୁର -ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍‌ ର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୧୩୦ ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଓ୍ବାଇଫାଇ ସୁବିଧା ପାଇଁ ୯୦ କୋଟି ବ୍ୟୟ କରାଯିବ। ଏଥିରେ ପ୍ରାୟ ଅଢେଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ୫୦ ହଜାର ଅନ୍ତଦ୍ୱୟ ଘର କାର୍ୟ୍ୟାଦେଶ ବଣ୍ଟନ କରାଯିବ। ବିଏସ୍‌ଏନଏଲ୍ ଦ୍ବାରା ସ୍ବଦେଶୀ ୪ଏ (୫ଏ ପ୍ରସ୍ତୁତ) ନେଟୱର୍କ ସାମିଲ ହୋଇଛି। ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ, ମହାରାଷ୍ଟ୍ର, ଆସାମ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଛନ୍ତି।

ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରି ମୋଦୀ ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଲେ । ବିକଶିତ ଓଡ଼ିଶାର ସ୍ୱପ୍ନ ନେବାକୁ ଶପଥ ନେଲେ । ଫଳରେ ଆଜି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି । ଆଜି ଠାରୁ ସାରା ଦେଶରେ ଆଇଆଇଟି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ଆପଣ ସମସ୍ତେ ଜାଣନ୍ତି । ପଶ୍ଚିମବଙ୍ଗ ପରେ ଗୁଜୁରାଟରେ ସର୍ବାଧିକ ଓଡ଼ିଆ ରୁହନ୍ତି । ଆମ ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆଜି ଓଡ଼ିଶାରେ ୫୦ ହଜାର ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛି । ଓଡ଼ିଶା ଲୋକଙ୍କ ସାମର୍ଥ୍ୟ ସହ ମୁଁ ପୂରା ସହମତ । ବିଗତ ଦଶନ୍ଧିରେ ଗରିବୀ ସହ ଲଢ଼ିଛନ୍ତି, ଏବେ ବିକାଶ ଦେଖିବେ । ଓଡ଼ିଶାରେ ଆଗାମୀ ଦିନରେ ୨ଟି ସେମିକଣ୍ଡକଟର ୟୁନିଟ ହେବାକୁ ଯାଉଛି ।ଏହି ସେମିକଣ୍ଡକଟରରୁ ବାହାରୁଥିବା ଚିପ୍ସ ସବୁ କାର୍ଯ୍ୟରେ ଲାଗିବ ।ଏହି ଛୋଟିଆ ଚିପ୍ସ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ । ଚିପ୍ସ ଠାରୁ ଆରମ୍ଭ କରି ସିପ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ । ଭାରତ ଅନ୍ୟ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ । ସ୍ୱଦେଶୀ ଜ୍ଞାନକୌଶଳରେ ସିପ ନିର୍ମାଣ ପାଇଁ ୧୭ ହଜାର କୋଟି ଟଙ୍କା ମଞ୍ଜର ହୋଇଛି । ଏଥିରୁ ସବୁଠୁ ଅଧିକ ଫାଇଦା ଯୁବପିଢ଼ି ପାଇବେ । ଓଡ଼ିଶାର ଯୁବପିଢ଼ି ଏଥିରୁ ରୋଜଗାର ପାଇପାରିବେ ।

ଏହାଛଡ଼ା ମୋଦୀ କହିଛନ୍ତି ଯେ ଟେଲିକମ ଟେକ୍ନୋଲୋଜୀ ପାଇଁ ଯାହା ଦରକାର ତାହା ବିକଶିତ । ଆଗାମୀ ଦିନରେ ବିଏସଏନଏଲ ନୂଆ ଇତିହାସ ରଚିବାକୁ ଯାଉଛି । ବିଏସଏନଏଲ ଦ୍ୱାରା ସ୍ୱଦେଶୀ ୪-ଜି ନେଟୱର୍କ ସାମିଲ ହେଲା । ଏହାଦ୍ୱାରା ହାଇସ୍ପିଡ ଇଣ୍ଟରନେଟ ସମ୍ଭବ ହୋଇଯାଇଛି । ଏହି ସେବା ସୀମାନ୍ତରେ ପ୍ରତିକୂଳ ସ୍ଥିତିରେ କାର୍ଯ୍ୟରତ ଯବାନ ବି ପାଇବେ । ଆଗାମୀ ଦିନରେ ବିଏସଏନଏଲ ସହ ୫-ଜି ଯୋଡ଼ି ହେବାକୁ ଯାଉଛି ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ