ଟିଏମ୍‌ସି ମା’କୁ କନ୍ଦାଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମା’, ମାଟି ଓ ମାନୁଷ କଥା କହି କ୍ଷମତାକୁ ଆସିଥିଲା ତୃଣମୂଳ କଂଗ୍ରେସ। କିନ୍ତୁ ସେହି ମା’, ମାଟି ଓ ମାନୁଷଙ୍କୁ ଧୋକା ଦେଇଛି ତୃଣମୂଳ କଂଗ୍ରେସ। ରବିବାର ଏମିତି କହି ପଶ୍ଚିମବଙ୍ଗର ତୃଣମୂଳକ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଉତ୍ତର ୨୪ ପରଗନାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ପଶ୍ଚିମବଙ୍ଗରେ ହେଉଥିବା ବିଧାନସଭା ନିର୍ବାଚନ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି। କିନ୍ତୁ ଆପଣମାନେ ଗୋଟିଏ କଥା ନିଶ୍ଚିତ ଲକ୍ଷ୍ୟ କରିଥିବେ। ୧୫ ବର୍ଷ ତଳେ ମା’, ମାଟି ଓ ମାନୁଷ କଥା କହି ଟିଏମ୍‌ସି କ୍ଷମତାକୁ ଆସିଥିଲା। କିନ୍ତୁ ଏବେ ସେମାନେ ଏହି ଶବ୍ଦଗୁଡ଼ିକୁ ପାଟିରେ ନେଉ ନାହାନ୍ତି। ମୁଁ ଆପଣମାନଙ୍କୁ କହୁଛି ଏହା ପଛର କାରଣ। ଯଦି ଏହି ଲୋକମାନେ ଏହି ଶବ୍ଦଗୁଡ଼ିକୁ କହିବେ, ସେମାନଙ୍କ ପାପ ଧରାପଡ଼ିଯିବ। ଟିଏମ୍‌ସି ମା’କୁ କନ୍ଦାଇଛି, ମାଟିକୁ ଅନୁପ୍ରବେଶକାରୀଙ୍କ ହାତକୁ ଟେକି ଦେଇଛି ଓ ମାନୁଷକୁ ପଶ୍ଚିମବଙ୍ଗ ଛାଡ଼ି ପଳାଇବାକୁ ବାଧ୍ୟ କରିଛି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପରେ ତୃଣମୂଳ କଂଗ୍ରେସର ଆତ୍ମବିଶ୍ୱାସକୁ ବଡ଼ ଧକ୍କା ଲାଗିଛି। ସେ କହିଛନ୍ତି, ପ୍ରଥମ ପର୍ୟ୍ୟାୟ ଭୋଟିଂରେ ପଶ୍ଚିମବଙ୍ଗ ଚମତ୍କାର କରିଛି। ତୃଣମୂଳ କଂଗ୍ରେସର ଅହଂକାର ଭାଙ୍ଗି ଚୁରମାର ହୋଇଯାଇଛି। ଦ୍ୱିତୀୟ ପର୍ୟ୍ୟାୟ ଭୋଟିଂ ପରେ ବିଜେପି ଏଠାରେ ସରକାର ଗଢ଼ିବ ବୋଲି ନିଶ୍ଚିତ ହୋଇଯିବ। ସୂଚନାଯୋଗ୍ୟ, ଏପ୍ରିଲ ୨୩ ତାରିଖରେ ପଶ୍ଚିମବଙ୍ଗର ୧୫୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ଏହି ପର୍ୟ୍ୟାୟରେ ୯୩% ଭୋଟିଂ ହୋଇଥିଲା।
ବେକାରୀ ସମସ୍ୟା ଓ ଯୁବବର୍ଗଙ୍କ ସହିତ ଜଡ଼ିତ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, ପଶ୍ଚିମବଙ୍ଗର ଯୁବବର୍ଗ ପ୍ରତିଭାବାନ। ପଶ୍ଚିମବଙ୍ଗ ହେଉଛି ସୃଜନଶୀଳତାର ରାଜା। ବିଜେପି ପଶ୍ଚିମବଙ୍ଗର ଯୁବବର୍ଗଙ୍କ ସୃଜନଶୀଳତାକୁ ଦୃଢ଼ କରିବ। ଆଜିକାଲି ସୋଶାଲ ମିଡିଆରେ ପଶ୍ଚିମବଙ୍ଗର ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ମ୍ୟୁଜିକ ଭିଡିଓଗୁଡ଼ିକ ବହୁତ ପ୍ରଶଂସା ସାଉଁଟୁଛନ୍ତି। ମୁଁ ମଧ୍ୟ କିଛି ରିଲ୍ ଦେଖିଛି। ଏହା ସ୍ୱାଭାବିକ କଥା ଯେ ଯେଉଁମାନେ ଝାଲମୁଢ଼ି ଦେଖି ବିରକ୍ତ ହୁଅନ୍ତି, ସେମାନେ ପଶ୍ଚିମବଙ୍ଗର ଯୁବବର୍ଗଙ୍କ ସୃଜନଶୀଳତାକୁ ପସନ୍ଦ କରନ୍ତି ନାହିଁ।
ସେହିପରି ପଶ୍ଚିମବଙ୍ଗର କ୍ରୀଡ଼ା ସଂସ୍କୃତିକୁ ଟିଏମ୍‌ସି ନଷ୍ଟ କରି ଦେଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ବିଜେପି ସରକାର ଗଠନ କଲେ ପଶ୍ଚିମବଙ୍ଗର କ୍ରୀଡ଼ା ସଂସ୍କୃତିକୁ ଏକ ନୂଆ ଦିଗ ଦେବ।ନିକଟରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଏକାଧିକ ରାଲି କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ସେଠାରେ ପ୍ରଚାର କରୁଛନ୍ତି। ଦଳ ଏଥର ସେଠାରେ ସରକାର କରିବ ବୋଲି ଏହି ଦୁଇ ନେତା ଦୃଢ଼ ବିଶ୍ୱାସ ରଖିଛନ୍ତି।ଏପ୍ରିଲ ୨୩ ତାରିଖରେ ପ୍ରଥମ ପର୍ୟ୍ୟାୟରେ ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ଏପ୍ରିଲ ୨୯ ତାରିଖରେ ୧୪୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

  • Related Posts

    ପଞ୍ଚାୟତ ନିର୍ବାଚନରେ ଏକା ଲଢ଼ିବ କଂଗ୍ରେସ; ପିସିସି ସଭାପତି

    ଭୁବନେଶ୍ବର: ଜିଲ୍ଲାପରିଷଦ ,ପଞ୍ଚାୟତ, ମୁନିସିପାଲଟି ନିର୍ବାଚନରେ ନିଜ ଦମରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଦାସ । ତେବେ ବିଧାନସଭା ନିର୍ବାଚନ ବେଳେ ଆବଶ୍ୟକ ପଡ଼ିଲେ ହାଇକମାଣ୍ଡ କହିଲେ ବିଜେଡି ସହ ବୁଝାମଣା ହେଇପାରେ…

    Continue reading
    ଦକ୍ଷିଣ ସୁଡାନରେ ବିମାନ ଦୁର୍ଘଟଣା, ଜଳିଗଲେ ୧୪ ଯାତ୍ରୀ

    ନୂଆଦିଲ୍ଲୀ: ଦକ୍ଷିଣ ସୁଡାନରୁ ବର୍ତମାନ ସମୟରେ ଏକ ବଡ଼ ଖବର ଆସୁଛି। ସୋମବାର ଦକ୍ଷିଣ ସୁଡାନର ରାଜଧାନୀ ଉପକଣ୍ଠରେ ଏକ ସେସ୍ନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛି। ରିପୋର୍ଟ ମୁତାବକ ଦୁର୍ଘଟଣାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା