ଟି-ଟ୍ୱେଣ୍ଟି ବିଶ୍ୱକପ : ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ; ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ । ଫେବୃଆରୀ ୭ରୁ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ହେଲେ ପାକିସ୍ତାନର କେଁ ସରୁନାହିଁ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଖେଳିବନି ବୋଲି ମନା କରିଛି ପାକିସ୍ତାନ । ପାକ୍ ସରକାର ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କିନ୍ତୁ ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ତାହାର ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । କ୍ରିକେଟ ଦଳକୁ ଶ୍ରୀଲଙ୍କା ଯିବାକୁ ଅନୁମତି ଦେଇଛନ୍ତି ସରକାର । ଭାରତ ସହ ମ୍ୟାଚ ନଖେଳିବା ନିଷ୍ପତ୍ତି ପାକିସ୍ତାନ ପାଇଁ ମହଙ୍ଗା ପଡ଼ିପାରେ । ଦେଶରୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ । ପିସିବି ବା ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ୫ ଆକ୍ସନ ନିଆଯାଇପାରେ ।

​​​​​​​ହେବ ବଡ଼ ଆକ୍ସନ- ଆଇସିସି ପୁରୁଷ ବିଶ୍ୱକପ ପୂର୍ବରୁ ପୁଣି ପାକିସ୍ତାନର ନାଟକ ଆରମ୍ଭ ହୋଇଛି । ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବେ ଦଳ ଭାରତ ବିପକ୍ଷରେ ଆଗାମୀ ବିଶ୍ୱକପ ଗ୍ରୁପ ମ୍ୟାଚ ଖେଳିବ ନାହିଁ ବୋଲି କହିଛନ୍ତି । ପାକ୍ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି ସ୍ପଷ୍ଟ କରିଛନ୍ତି କି, ଭାରତ ବିପକ୍ଷରେ ଖେଳିବା ନେଇ ଚୂଡାନ୍ତ ନିଷ୍ପତ୍ତି ପାକିସ୍ତାନ ସରକାରଙ୍କ ଉପରେ ନିର୍ଭର କରିବ । ଯଦି ଭାରତ ବିପକ୍ଷରେ ପାକିସ୍ତାନ ନ ଖେଳେ ତେବେ ଆଇସିସି ନିୟମ ଅନୁଯାୟୀ ଏହାକୁ ୱାକଓଭର ଭାବେ ବିବେଚନା କରାଯିବ । ଏପରି ସ୍ଥଳରେ ଭାରତୁ ସିଧାସଳଖ ୨ ପଏଣ୍ଟ ମିଳିବ । ପାକିସ୍ତାନକୁ ଶୂନରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଏହି ପରାଜୟ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇପାରେ । କାରଣ ପ୍ରତି ଗ୍ରୁପ କେବଳ ୨ ଦଳ ସୁପର ୮ରୁ ଯିବେ । ଏପରି ସ୍ଥିତିରେ ପାକିସ୍ତାନକୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବାକି ୩ଟି ମ୍ୟାଚ ଜିତିବାକୁ ପଡ଼ିବ । ପାକିସ୍ତାନ ଆଇସିସି ବୋର୍ଡ ବୈଠକରେ ବାଂଲାଦେଶକୁ ସମର୍ଥନ କରି ବୟକଟ ଧମକ ଦେଇଥିଲା । ଯଦି ପାକିସ୍ତାନ ଭାରତ ବିପକ୍ଷରେ ନଖେଳେ ତେବେ ପିଏସଏଲକୁ ନେଇ ଆଇସିସି କାର୍ଯ୍ୟନୁଷ୍ଠାନ ନେଇପାରେ । ଆର୍ଥିକ କ୍ଷତି ସହିବ ପାକିସ୍ତାନ । ଏସିଆ କପରୁ ବାଦ ସହିତ ଦ୍ୱିପାକ୍ଷିକ ସିରିଜ ଉପରେ କଟକଣା ଲାଗିବା ଅନ୍ତର୍ଭୁକ୍ତ ରହିଛି । ପାକିସ୍ତାନର ବାର୍ଷିକ ଆୟ ୩୪.୫ କୋଟି ଆଇସିସି ପାଣ୍ଠିକୁ ରୋକି ଦିଆଯାଇପାରେ । ଏହା ହେଲେ ପାକିସ୍ତାନର ରାଜକୋଷ ଖାଲି ହୋଇଯିବ ।

​​​​​​​ଏ ବିଷୟରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପକ୍ଷରୁ କିଛି ଲିଖିତ ଭାବେ ଆଇସିସିକୁ ଅବଗତ କରାଯାଇ ନାହିଁ । ହୁଏତ ଆସନ୍ତାକାଲି ବୋର୍ଡ ପକ୍ଷରୁ ଏ ବିଷୟରେ ଅବଗତ କରାଯାଇ ପାରେ । ବାଂଲାଦେଶ ଭାରତ ଗସ୍ତରେ ଆସିବ ନାହିଁ କହି ଶେଷରେ ବିଶ୍ୱକପ୍‌ରୁ ବାଦ ପଡ଼ିଥିଲା । ସୁରକ୍ଷା କାରଣରୁ ଶ୍ରୀଲଙ୍କା କିମ୍ବା ନିରପେକ୍ଷ ଭେନ୍ୟୁରେ ଖେଳିବା ନେଇ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପକ୍ଷରୁ ଆଇସିସିକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଆଇସିସି ଏ ବିଷୟକୁ ଅଗ୍ରାହ୍ୟ କରି ଦେଇଥିଲା । ବିସିବିର ଦାବିକୁ ସେତେବେଳେ ପିସିବ ସମର୍ଥନ ଜଣାଇଥିଲା । ପାକିସ୍ତାନ ମଧ୍ୟ ବିଶ୍ୱକପ୍‌ରୁ ଓହରି ଯିବ ବୋଲି ଆଲୋଚନା ହେଉଥିଲା । ପାକିସ୍ତାନ ବିଶ୍ୱକପ୍‌ରୁ ଓହରି ଯାଇନଥିଲେ ବି ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରିବ । ଏ ବିଷୟରେ କିଛି କାରଣ ଦର୍ଶାଯାଇ ନାହିଁ । ଏମିତିବି ପୂର୍ବ ଚୁକ୍ତି ଅନୁସାରେ ପାକିସ୍ତାନ ଦଳ ଭାରତ ଗସ୍ତରେ ନଆସି ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଖେଳିବ । ଭାରତ, ପାକିସ୍ତାନ, ୟୁଏସ୍‌ଏ, ନେଦରଲାଣ୍ଡସ ଓ ନାମିବିୟା ଗୋଟିଏ ଗ୍ରୁପ୍‌ (ଏ) ରେ ସାମିଲ ରହିଛି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ