ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ

ନୂଆଦିଲ୍ଲୀ: ରୁଷ୍‌ରୁ ତୈଳ ଆମଦାନୀ ଜାରି ରଖିବା ଉପରେ ଭାରତୀୟ ସାମଗ୍ରୀ ଉପରେ ଯଥେଷ୍ଟ ଶୁଳ୍କ ବୃଦ୍ଧି କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକକୁ ଭାରତ ବିରୋଧ କରିଛି। ଭାରତକୁ ଟାର୍ଗେଟ କରିବା ଅନ୍ୟାୟ ସଙ୍ଗତ ଏବଂ ଅଯୌକ୍ତିକ ବୋଲି କହିଛି। ଆମେରିକା ଓ ୟୁରୋପୀୟ ସଂଘ ରୁଷ୍‌ ସହ ଭାରତର ବାଣିଜ୍ୟିକ ସମ୍ପର୍କକୁ ବିରୋଧ କରୁଥିବାବେଳେ ନିଜେ ରୁଷ୍‌ ସହ ବାଣିଜ୍ୟ ଜାରି ରଖିଛନ୍ତି। ତେଣୁ ଆମେରିକା ଓ ୟୁରୋପୀୟ ସଂଘର ଏହି ଦୋମୁହାଁ ନୀତିକୁ ଭାରତ ଦୃଢ଼ ସମାଲୋଚନା କରିଛି।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ)କଠୋର ଶବ୍ଦରେ ବିବୃତ୍ତି ଦେଇ ଭାରତର ଶକ୍ତି ରଣନୀତିକୁ ରକ୍ଷା କରି କହିଛି ଯେ ରୁଷ୍‌ରୁ ଅଶୋଧିତ ତୈଳ କ୍ରୟ ବିଶ୍ୱ ବଜାର ପରିସ୍ଥିତି ଦ୍ୱାରା ବାଧ୍ୟତାମୂଳକ ଏକ ଆବଶ୍ୟକତା, ଏହା ମସ୍କୋର ରାଜନୈତିକ ସମର୍ଥନ ନୁହେଁ। ଭାରତ ଏହାର ଜାତୀୟ ସ୍ୱାର୍ଥ ଏବଂ ଅର୍ଥନୈତିକ ସୁରକ୍ଷାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ। ଏମ୍‌ଇଏ ଏକ ବିବୃତ୍ତିରେ ସୂଚାଇ ଦେଇଛି ଯେ ଆମେରିକା ଏବଂ ୟୁରୋପୀୟ ସଂଘ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧର ଖୋଲାଖୋଲି ବିରୋଧ କରୁଥିବାବେଳେ ରୁଷ୍‌ ସହି ଶକ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ବାଣିଜ୍ୟ ଜାରି ରଖିଛନ୍ତି। ଏମ୍‌ଇଏ ଏହାକୁ ‘ଦୋମୁହାଁ ନୀତି’ ବୋଲି କହି ଟ୍ରମ୍ପ ଓ ୟୁରୋପୀୟ ସଂଘକୁ ସମାଲୋଚନା କରିଛି। ୨୦୨୪ରେ ୟୁରୋପୀୟ ସଂଘର ରୁଷ୍‌ ସହିତ ୬୭.୫ ବିଲିୟନ ୟୁରୋର ଦ୍ୱିପାକ୍ଷିକ ବାଣିଜ୍ୟ ଥିଲା। ଏହା ସହିତ, ୨୦୨୩ରେ ସେବା କ୍ଷେତ୍ରରେ ୧୭.୨ ବିଲିୟନ ୟୁରୋର ବାଣିଜ୍ୟ କାରବାର ଥିଲା। ଭାରତ ତୁଳନାରେ ଏହା ଯଥେଷ୍ଟ ଅଧିକ। ଉଦାହରଣ ସ୍ୱରୂପ, ରୁଷୀୟ ଏଲ୍‌ଏନ୍‌ଜିର ୟୁରୋପୀୟ ସଂଘ ଆମଦାନୀ ରେକର୍ଡ ୧୬.୫ ନିୟୁତ ଟନ ଛୁଇଁଛି। ଆମେରିକା ରୁଷ୍‌ରୁ ବିଭିନ୍ନ ଉତ୍ପାଦ ଆମଦାନୀ କରୁଛି, ଯେଉଁଥିରେ ପରମାଣୁ ପାଇଁ ୟୁରାନିୟମ ହେକ୍ସାଫ୍ଲୋରାଇଡ, ବୈଦ୍ୟୁତିକ ଯାନ ଉତ୍ପାଦନ ପାଇଁ ପାଲାଡିୟମ୍, ସାର ଏବଂ ରାସାୟନିକ ଉତ୍ପାଦ ଆମଦାନୀ ଜାରି ରଖିଛି।
ବଢ଼ୁଥିବା ଉତ୍ତେଜନା ସତ୍ତ୍ୱେ, ଭାରତ କହିଛି ଯେ ଆମେରିକା ସହ ଚାଲୁଥିବା ବାଣିଜ୍ୟ ଆଲୋଚନା ପାଇଁ ଭାରତ ପ୍ରତିବଦ୍ଧ। ଆମେରିକା ସହିତ ପରବର୍ତ୍ତୀ ପର୍ୟ୍ୟାୟ ଆଲୋଚନା ଅଗଷ୍ଟ ୨୫-୨୯ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏପର୍ୟ୍ୟନ୍ତ ପାଞ୍ଚ ପର୍ୟ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଛି, କିନ୍ତୁ ମତଭେଦ ରହିଛି। ବିଶେଷକରି କୃଷି, ଦୁଗ୍ଧଜାତ ଉତ୍ପାଦ ଏବଂ ଜେନେଟିକାଲି ପରିବର୍ତ୍ତିତ ଖାଦ୍ୟରେ ବଜାର ପ୍ରବେଶ ପାଇଁ ଆମେରିକାର ଦାବି ଉପରେ ଭାରତ ସହମତି ପ୍ରକାଶ କରିନାହିଁ। ଆମେରିକା ହେଉଛି ଭାରତର ଶୀର୍ଷ ବାଣିଜ୍ୟିକ ଅଂଶୀଦାର, ୨୦୨୪-୨୫ରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୮୬ ବିଲିୟନ ଡଲାର ଛୁଇଁଛି। ଭାରତ ଆମେରିକା ସହିତ ପ୍ରାୟ ୪୪.୪ ବିଲିୟନ ଡଲାରର ସାମଗ୍ରୀ ଏବଂ ସେବା ବାଣିଜ୍ୟ ବଳକା ଉପଭୋଗ କରୁଛି।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ