ବେଜିଂ,04/09: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ ବିଜୟ ଦିବସ ପରେଡରେ ୨୦ରୁ ଅଧିକ ଦେଶର ନେତା ଯୋଗ ଦେଇଥିଲେ। ବେଜିଂର ତିଆନମେନ ସ୍କୋୟାରରେ ଚୀନର ପିପୁଲ୍ସ ଲିବରେସନ ଆର୍ମି ଏକ ବିରାଟ ସୈନ୍ୟ ପରେଡ କରିଥିଲା। ଏହା ଜାପାନୀ ଆକ୍ରମଣ ଓ ବିଶ୍ୱ ଫାସିବାଦ ବିରୋଧୀ ଯୁଦ୍ଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଥିଲା। ପରେଡରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଯୋଗ ଦେଇଥିଲେ।ଟ୍ରମ୍ପ ନିଜର ଟ୍ରୁଥ ସୋସିଆଲ ପ୍ଲାଟଫର୍ମରେ ଶି ଜିନପିଙ୍ଗଙ୍କୁ ଉଦ୍ଦେଶ୍ୟ କରି ଲେଖିଥିଲେ, “ପୁଟିନ ଓ କିମ ଜୋଙ୍ଗଙ୍କୁ ମୋର ଶୁଭେଚ୍ଛା ଦିଅ। କାରଣ ଆପଣମାନେ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି।” ଏହି ମନ୍ତବ୍ୟ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। କ୍ରେମଲିନର ଅଧିକାରୀ ୟୁରୀ ଉଶାକୋଭ ଏହି ଅଭିଯୋଗକୁ ଖାରଜ କରିଛନ୍ତି। ସେ କହିଛନ୍ତି, “କାହାର ମଧ୍ୟ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାର ଉଦ୍ଦେଶ୍ୟ ନାହିଁ।” ସେ ଆହୁରି କହିଛନ୍ତି, “ଆଜିର ବିଶ୍ୱ ପରିସ୍ଥିତିରେ ଆମେରିକା, ଟ୍ରମ୍ପ ପ୍ରଶାସନ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭୂମିକାକୁ ସମସ୍ତେ ବୁଝନ୍ତି।” ଚୀନର ଏହି ସୈନ୍ୟ ପରେଡକୁ ଆମେରିକା ଆଗରେ ଶକ୍ତି ପ୍ରଦର୍ଶନ ଭାବେ ଦେଖାଯାଉଛି। ପାକିସ୍ତାନ, ରୁଷ ଓ ଉତ୍ତର କୋରିଆ ସମେତ ୨୩ଟି ଦେଶର ନେତା ଏଥିରେ ଅଂଶଗ୍ରହଣ କରିଥିଲେ। ଏହା ବିଶ୍ୱ ରାଜନୀତିରେ ଚୀନର ବଢ଼ୁଥିବା ପ୍ରଭାବକୁ ଦେଖାଉଛି।
ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର
ଭୁବନେଶ୍ବର,04/09: ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ୨୦୨୫ରେ ରାଜ୍ୟ ସରକାର ୨୬୫୫ କୋଟି ଟଙ୍କାର ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଟପ୍ଟ୍ରାକ୍ ହାଇ-ଟେକ୍ ପିସିବି ପ୍ରାଇଭେଟ୍ ଲିମିଟେଡ୍ ସହ ୧୦୦୫ କୋଟି ଟଙ୍କାର…