ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା, ରୁଷ୍ ଓ ୟୁକ୍ରେନ ଯୁଦ୍ଧ ବନ୍ଦ ଆଶା ବଢିଲା

ୱାଶିଂଟନ, 19/08:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କ ମଧ୍ୟରେ ସୋମବାର ରାତିରେ ହ୍ବାଇଟ ହାଉସ୍‌ର ଓଭାଲ ଅଫିସରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଆଲାସ୍କାରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ହେବାର ଦୁଇଦିନ ପରେ ଟ୍ରମ୍ପ ଜେଲେନସ୍କିଙ୍କୁ ଭେଟିଛନ୍ତି। ଯୁଦ୍ଧ ବନ୍ଦ କରିବା ଲାଗି ରୁଷ୍ ମଧ୍ୟ ଆଗ୍ରହୀ ତେଣୁ ଖୁବ୍‌ଶୀଘ୍ର ୟୁକ୍ରେନକୁ ଶାନ୍ତି ଫେରିବ ବୋଲି ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି । ଯୁଦ୍ଧ ଯୋଗୁଁ ପ୍ରତିଦିନ ଉଭୟ ପକ୍ଷର ଲୋକ ପ୍ରାଣ ହରାଉଛନ୍ତି। ତେଣୁ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଆମେ ଚାହୁଁ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ତ୍ରିପାକ୍ଷିକ କଥାବାର୍ତ୍ତା ହେବ। ପ୍ରାୟ ୬ମାସ ପରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ହ୍ବାଇଟ ହାଉସ୍‌ରେ ଦ୍ବିତୀୟ ଥର ଆଲୋଚନା ହୋଇଛି। ଫେବୃଆରୀ ୨୮ରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଶାନ୍ତି ଆଲୋଚନା ତିକ୍ତତାରେ ଶେଷ ହୋଇଥିଲା। ଆଜିର ଆଲୋଚନାରେ ଯେପରି କୌଣସି ତିକ୍ତତା ସୃଷ୍ଟି ନହୁଏ ସେଥିପାଇଁ ହ୍ବାଇଟ ହାଉସରେ ଜର୍ମାନୀ ଚାନ୍ସେଲର ଫ୍ରିଡ୍ରିଚ୍ ମର୍ଜ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ନାଟୋ ମହାସଚିବ ମାର୍କ ରୁଟେ, ଫିନଲାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟୁବ୍‌, ଇରୋପୀୟ ୟୁନିୟନ କମିସନ ସଭାପତି ଉର୍ସୁଲା ଭୋନ ଡେର ଲେୟେନ ପ୍ରମୁଖ ଉପସ୍ଥିତ ଥିଲେ। ଜେଲେନସ୍କିଙ୍କ ସହିତ କଥାବାର୍ତ୍ତା ପରେ ଟ୍ରମ୍ପ ହ୍ବାଇଟ୍ ହାଉସରେ ଏହିସବୁ ନେତାଙ୍କୁ ଭେଟିଥିଲେ। ପରେ ସମସ୍ତେ ମିଳିତ ହୋଇ ଫଟୋ ଉଠାଇଥିଲେ। ଟ୍ରମ୍ପଙ୍କ ସହିତ ଆଲୋଚନା ପୂର୍ବରୁ ଜେଲେନସ୍କି ମଧ୍ୟ ଏହି ନେତାମାନଙ୍କ ସହିତ ଆଲୋଚନା କରିଥିଲେ।
ଆଲୋଚନା ପାଇଁ ଜେଲେନସ୍କିଙ୍କୁ ଟ୍ରମ୍ପ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣ ପାଇଁ ଟ୍ରମ୍ପଙ୍କୁ ଜେଲେନସ୍କି ଧନ୍ୟବାଦ ଜଣାଇଛନ୍ତି। ଆଲୋଚନା କାଳରେ ଜେଲେନସ୍କି ଯୁଦ୍ଧ ବନ୍ଦ ନେଇ ତାଙ୍କ ଦେଶର ମନୋଭାବକୁ ଦୋହରାଇଥିଲେ। ଜେଲେନସ୍କି କହିଥିଲେ ଆମେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁ। ମାତ୍ର ରୁ​‌ଷ୍‌ ଏହି ଯୁଦ୍ଧ ଆରମ୍ଭ କରିଥିବାରୁ ଏହା ପ୍ରଥମେ ଯୁଦ୍ଧକୁ ବନ୍ଦ କରିବା ଦରକାର। ଆମେ ଆଶା କରୁଛୁ ଯେ ଆମର ମିଳିତ ଶକ୍ତି ଯେଉଁଥିରେ ଆମେରିକା ଓ ୟୁରୋୟୀୟ ବନ୍ଧୁଙ୍କ ସମର୍ଥନ ରହିଛି ତା’ ନିକଟରେ ରୁଷ୍ ନିଶ୍ଚିତ ରୂପେ ମୁଣ୍ଡ ନୁଆଁଇବ। ରୁଷ୍ ଯଦି ଯୁଦ୍ଧ ବନ୍ଦ କରିବାକୁ ସମ୍ମତି ପ୍ରକାଶ ନକରେ ତେବେ ଏହା ଉପରେ ଅଧିକ କଟକଣା ଲଗାଇବା ଲାଗି ଜେଲେନସ୍କି ତାଙ୍କ ଆମେରିକା ପ୍ରତିପକ୍ଷଙ୍କୁ କହିଛନ୍ତି। ଜେଲେନସ୍କି କହିଛନ୍ତି ଯେ ଯୁଦ୍ଧ ବନ୍ଦ ଲାଗି ପୁଟିନଙ୍କୁ ବାଧ୍ୟ କରିବା ଲାଗି ଟ୍ରମ୍ପଙ୍କ ପାଖରେ ଶକ୍ତି ଅଛନ୍ତି।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ