ଟ୍ୟୁସନ୍‌ରୁ ଫେରୁଥିବା ନାବାଳିକାଙ୍କୁ ଦୁଷ୍କର୍ମ

ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଟ୍ୟୁସନ୍‌ରୁ ଫେରୁଥିବା ରାସ୍ତାରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ପ୍ୟାଣ୍ଟସାର୍ଟ ଓ ବାଇକ୍‌ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ଅଭିଯୋଗ ଅନୁସାରେ ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ସିମୁଳିଆ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଟ୍ୟୁସନ୍‌ ସାରି ସାଇକଲ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ମୋଟରସାଇକଲ୍‌ରେ ପିଛା କରୁଥିବା ଅନ୍ତରା ଗ୍ରାମର ପ୍ରଶାନ୍ତ ସାମଲ କେନାଲବନ୍ଧ ନିକଟରେ ଛାତ୍ରୀଙ୍କୁ ଅଟକାଇଥିଲା। ଛାତ୍ରୀଙ୍କ ସାଇକଲ୍‌ ଓ ବହି ବ୍ୟାଗ୍‌କୁ କେନାଲକୁ ଫିଙ୍ଗିଦେଇ ଏକ ଗଛମୂଳକୁ ଟେକିନେଇ ଦୁଷ୍କର୍ମ କରିଥିଲା। ଚିତ୍କାର ଶୁଣି ରାସ୍ତାରେ ଯାଉଥିବା କିଛି ବାଟୋଇ ଓ ସ୍ଥାନୀୟ ଗ୍ରାମବାସୀ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସେହିପରି ଉତ୍ତ୍ୟକ୍ତ ଲୋକମାନେ ସଂପୃକ୍ତ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏମିତିକି ଅଭିଯୁକ୍ତକୁ ଏକ ଗାମୁଛା ପିନ୍ଧାଇ ପ୍ୟାଣ୍ଟସାର୍ଟ ସହ ବାଇକ୍‌କୁ ଜାଳି ଦେଇଥିଲେ। ଖବର ପାଇ ସିମୁଳିଆ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ନାବାଳିକାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ପଠାଯାଇଛି। ଅଭିଯୁକ୍ତ ପ୍ରଶାନ୍ତଙ୍କୁ ପୁଲିସ ନେଇ ଥାନାରେ ଅଟକ ରହିଛି। ଏନେଇ ପୋକ୍‌ସୋ ଆକ୍ଟରେ କେସ୍‌ ନମ୍ବର ୩୭୮/୨୫ରେ ଏକ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଅତିରିକ୍ତ ଏସ୍‌ପି ଓ ସଦର ଏସ୍‌ଡିପିଓ ସିମୁଳିଆ ଥାନାକୁ ଆସି ତଦନ୍ତ କରିଛନ୍ତି। ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ