ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଦୁଇଦିନିଆ କେନ୍ଦ୍ରାପଡ଼ା ଉତ୍ସବର ଆଜି ଉଦ୍ଯାପନିରେ ସମାରୋହ ଉତ୍ସବରେ ଆଜି ୨ଟି ପର୍ଯ୍ୟାୟରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା। ‘କେନ୍ଦ୍ରାପଡ଼ାରେ ପର୍ଯ୍ୟଟନର ସୁଯୋଗ ଓ ସମ୍ଭାବନା’ ଶୀର୍ଷକ ଆଲୋଚନାରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ କହିଲେ, ପର୍ଯ୍ୟଟନ ଓ କୃଷିକୁ ନେଇ ଜିଲ୍ଲାର ଅର୍ଥନୀତିକୁ ଗତିଶୀଳ କରାଇବାକୁ ପଡ଼ିବ। ଜିଲ୍ଲାରେ ପରିବେଶ ପ୍ରତିବନ୍ଧକ ଥିବାରୁ ଭିତରକନିକାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ‘ଭିତରକନିକା ଉନ୍ନୟନ କର୍ତ୍ତୃପକ୍ଷ’ ଗଠନ ନିମନ୍ତେ ସେ ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ସମ୍ବାଦିକ ଶ୍ରୀରାମ ଦାଶ, ଅମ୍ବିକା ନନ୍ଦ ଓ ମନୋଜ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଷଦର ସମ୍ପାଦକ ଚୈଧୁରୀ ଅମିତାଭ ଦାସ ଏହାକୁ ସଞ୍ଚାଳନ କରିଥିଲେ। ଦ୍ୱିତୀୟ ଅଧିବେଶନର ଶୀର୍ଷକ ଥିଲା ‘କେନ୍ଦ୍ରାପଡ଼ାର କୃଷି କ୍ଷେତ୍ରରେ ବିକାଶ’। ଏଥିରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଶେଶ୍ବର ବେହେରା ଯୋଗଦେଇ କୃଷି, ଜଳସେଚନ, ଜଳ ନିଷ୍କାସନ କ୍ଷେତ୍ରରେ ଦୀର୍ଘମିଆଦି ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବ ଦେଇଥିଲେ। ଆଲୋଚକ ଭାବେ ନଟବର ଖୁଣ୍ଟିଆ, ଶଶିକଳା ବେଉରା, ରବୀନ୍ଦ୍ର ପାଇକରାୟ, ପ୍ରଦୀପ କୁମାର ମହାନ୍ତି ଯୋଗଦେଇଥିଲେ। ଏହାକୁ ଅନୁଷ୍ଠାନର ଉପଦେଷ୍ଟା ସରୋଜ କୁମାର ମହାନ୍ତି ସଂଚାଳନା କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାର ତିନି ବରପୁତ୍ର ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଗୀତିକାର ବୃନ୍ଦାବନ ଜେନା, କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ କାଳଜୟୀ ଗୀତକୁ ନେଇ ସଙ୍ଗୀତ ଆସର ଆୟୋଜିତ ହୋଇଥିଲା।
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…








