ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

ମୁମ୍ବାଇ,04/09: ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ପରିବାର ଏବେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ବଲିଉଡ୍ ଅଭିନେତ୍ରୀ ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାର କିଛି ସପ୍ତାହ ପରେ, ଅଭିନେତ୍ରୀ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସେ ମୁମ୍ବାଇର ବାନ୍ଦ୍ରାରେ ତାଙ୍କର ପ୍ରତିଷ୍ଠିତ ରେସ୍ତୋରାଁ ବାଷ୍ଟିଆନକୁ ବନ୍ଦ କରୁଛନ୍ତି। ଇନଷ୍ଟାରେ ଏକ ପୋଷ୍ଟ ସେୟାର କରି ସେ ଏହା ବିଷୟରେ ଜଣାଇଛନ୍ତି। ଘୋଷଣା କରିବା ସମୟରେ ଅଭିନେତ୍ରୀ ଭାବପ୍ରବଣ ହୋଇ ପଡ଼ିଥିବା ଦେଖାଯାଇଛି। ଇନଷ୍ଟାରେ ଷ୍ଟାଟସ ଦେଇ ଶିଳ୍ପା ସେଟ୍ଟୀ ଲେଖିଛନ୍ତି, “ଏହି ଗୁରୁବାର ଏକ ଯୁଗର ଅନ୍ତ ହେବ। ଆମେ ମୁମ୍ବାଇର ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ବଷ୍ଟିଅନ୍ ବାନ୍ଦ୍ରାକୁ ବନ୍ଦ କରିବାକୁ ଯାଉଛୁ। ବଷ୍ଟିଅନ୍ ଏକ ଏଭଳି ସ୍ଥାନ ଥିଲା ଯାହା ଆମକୁ ଅଗଣିତ ସ୍ମୃତି, ଅବିସ୍ମରଣୀୟ ରାତି ଏବଂ ମୁହୂର୍ତ୍ତ ଦେଇଥିଲା, ଯାହା ସହରର ‘ନାଇଟ୍ ଲାଇଫ୍’କୁ ଆକାର ଦେଇଥିଲା। ଏବେ ସେ ବିଦାୟ ନେବାକୁ ଯାଉଛି।”ଶିଳ୍ପା ତାଙ୍କ ନୋଟରେ ଆହୁରି ଲେଖିଛନ୍ତି, “ଏହି ସ୍ଥାନକୁ ସମ୍ମାନ ଜଣାଇବା ପାଇଁ, ଆମେ ଆମର ନିକଟତମ ବନ୍ଧୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ଧ୍ୟାର ଆୟୋଜନ କରୁଛୁ। ଶେଷ ଥର ପାଇଁ ପୁଣି ଥରେ ‌‌ସେଇ ଯାଦୁକୁ ଅନୁଭବ କରିବା ପାଇଁ ଏହାର ଆୟୋଜନ ହେଉଛି।” ଉଲ୍ଲେଖଯୋଗ୍ୟ, ୨୦୧୬ରେ ରଞ୍ଜିତ ବିନ୍ଦ୍ରାଙ୍କ ସହ ମିଶି ବଷ୍ଟିଆନ୍ ରେସ୍ତୋରାଁ ଆରମ୍ଭ କରିଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏହି ରେସ୍ତୋରାଁ ‘ସି’ ଫୁ’ଡ୍କୁ ନେଇ ବେଶ୍ ପ୍ରସିଦ୍ଧ। ତେବେ କିଛି ଦିନ ତଳେ ଆର୍ଥିକ ଅପରାଧ ଶାଖା (EOW) ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଋଣ ଏବଂ ନିବେଶ ଚୁକ୍ତି ବାହାନାରେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ ୬୦.୪ କୋଟି ଟଙ୍କା ଠକେଇ କରିଥିବା ନେଇ ଏତଲା ରୁଜୁ କରିଥିଲା।

  • Related Posts

    ମହାନଦୀରେ ବୁଡି ଯିବାର କାହାଣୀ ରଚି ପ୍ରେମିକ ସହିତ ମହିଳା

    ବାଙ୍କୀ : ମହାନଦୀରେ ମହିଳା ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ। ବାଙ୍କୀ ମହାନଦୀରେ ନିଖୋଜ ମହିଳା ପୁରୀରୁ ଉଦ୍ଧାର। ପ୍ରେମିକ ସହ ଫେରାର ହୋଇଥିଲେ ସଂପୃକ୍ତ ମହିଳା। ଆଉ ମହାନଦୀରେ ବୁଡି ଯିବାର କାହାଣୀ ରଚିଥିଲେ। ଏପଟେ ୩ ଦିନ ଧରି…

    Continue reading
    ମୋଦୀଙ୍କ ସ୍ବାଗତ ପାଇଁ ଓଡିଶୀ ନୃତ୍ୟ ପରିବେଷଣ କଲେ ଚୀନର କଳାକାର

    ନୂଆଦିଲ୍ଲୀ,30/08:ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ୭ ବର୍ଷ ପରେ ମୋଦୀ ଚୀନ ଗସ୍ତରେ ଥିବା ବେଳେ ଗଲଓ୍ଵାନ ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ । ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧- ଏହି ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର