ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି କାହିଁକି ଏମିତି କହିଲେ ମନମୋହନ

ଦିଲ୍ଲୀରେ ବିଜେଡି ଏମ୍‌ପିଙ୍କ ଖବରଦାତା ସମ୍ମିଳନୀକୁ ଭାଜପା ପକ୍ଷରୁ କାଉଣ୍ଟର କରାଯାଇଛି। ରାଜ୍ୟ ଭାଜପା ସଭାପତି କାଉଣ୍ଟର କରି କହିଛନ୍ତି, ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି। ଏମିତି କିଛି କହି ତାଚ୍ଛଲ୍ୟ କରିଛନ୍ତି। ସେମାନେ ପ୍ରେସମିଟ କରି ନିଜର ଅପପ୍ରଚାର କରୁଛନ୍ତି। ବିଜେଡି ସଂଗଠନ ଉପରେ ଏମ୍‌ପି, ବିଧାୟକଙ୍କ ଭରସା ଦରକାର।ବିଶ୍ବାସ ନାହିଁ ବୋଲି ପ୍ରେସମିଟ, ତାଙ୍କ ଦଳ ଭାଙ୍ଗିବ, ଆମେ କଣ କରିବୁ ବୋଲି ମନମୋହନ କହିଛନ୍ତି।

ବିଜେଡିର ୭ ରାଜ୍ୟସଭା ଏମ୍‌ପି ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ସମସ୍ତ ଏମ୍‌ପି ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି । ଆମେ ୭ ଏମ୍‌ପି ଏକାଠି ଅଛୁ ଆଉ ବିଜେଡି ସହ ସବୁବେଳେ ରହିଥିବୁ । ନବୀନ ବାବୁଙ୍କ ସହ ଦୃଢ ଭାବେ ଛିଡା ହୋଇଛୁ । ଯେଉଁ ଅପପ୍ରଚାର କରାଯାଉଛି ତାକୁ ନିନ୍ଦା କରିଛନ୍ତି ବୋଲି ବିଜେଡି ଏମ୍‌ପି କହିଛନ୍ତି ।

ବିଜେଡି ଏମ୍‌ପି ପ୍ରେସମିଟ୍ କରି ଆହୁରି କହିଛନ୍ତି କି, ବିଜେଡି ଏମ୍‌ପି ଭାଜପାରେ ମିଶିବା ଖବର ପ୍ରସାରଣ ହୋଇଥିଲା । ମନଗଢା ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ମଧ୍ୟ ଅପିଲ୍ କରିଛନ୍ତି ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ