ବେଲପତ୍ରକୁ ଭଗବାନ ଶିବଙ୍କର ତିନି ନେତ୍ରର ପ୍ରତୀକ ବୋଲି କୁହାଯାଇଥାଏ। ସେଥିପାଇଁ ଏହି ପତ୍ର ମହାଦେବଙ୍କର ଅତି ପ୍ରିୟ ହୋଇଥାଏ। ପବିତ୍ର ମନରେ ବେଲଗଛଟିଏ ଲଗାଇଲେ ଅନେକ ଶୁଭଫଳ ମିଳିଥାଏ…
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଅଗଣା କିମ୍ବା ବଗିଚାରେ ବେଲଗଛ ଲଗାଇଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।
* ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏହି ଗଛ ଘରର ସଦସ୍ୟମାନଙ୍କୁ ଚନ୍ଦ୍ର ଦୋଷରୁ ମୁକ୍ତ କରିଥାଏ। ମାନସମ୍ମାନ ବଢାଇବାରେ ସାହାଯ୍ୟ କରେ।
* ଘରେ ବେଲଗଛଟିଏ ଲଗାଇଲେ ଘରର ବାତାବରଣ ଶୁଦ୍ଧ ହେବା ସହ ଗୃହ କଳହରୁ ରକ୍ଷା ମିଳିଥାଏ।
* ଘର ଅଗଣା ହେଉ ଅଥବା ଏହାର ଆଖପାଖ ଅଞ୍ଚଳରେ ବେଲଗଛ ଲାଗିଥିଲେ, ସାପ ତଥା ଅନ୍ୟ ବିଷାକ୍ତ ଜୀବଜନ୍ତୁ ପାଖ ମାଡିବାର ସମ୍ଭାବନା ପ୍ରାୟ ନଥାଏ।
* କୁହାଯାଏ, ଘରର ଉତ୍ତର ପଶ୍ଚିମ ଦିଗରେ ବେଲଗଛ ଲାଗିଥିଲେ ଯଶ ବଢିବା ସହ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। ଉତ୍ତର-ପୂର୍ବ ଦିଗରେ ଲାଗିଥିଲେ ସୁଖଶାନ୍ତି ବୃଦ୍ଧିପାଏ। ଆଉ ବାସସ୍ଥାନର ଠିକ୍ ମଝି ଅଂଶରେ ଲାଗିଥିଲେ, ଜୀବନରେ ମଧୁରତା ଆସିଥାଏ।
* ସେହିପରି ବିଶ୍ୱାସ ରହିଛି, ଘର ଅଗଣାରେ ବେଲଗଛଟିଏ ଲଗାଇ ତାହାକୁ ନିୟମିତ ପୂଜା କଲେ ସନ୍ତାନ ପ୍ରାପ୍ତିର ସୁଖ ମିଳିଥାଏ।
ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା
ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…





