ଡାକ୍ତରଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ୟ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କେସ୍ ରୁଜ୍ଜୁ ହୋଇଥିଲା। ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ କରାଯାଇଥିଲା। ଇତି ମଧ୍ୟରେ ଭିଜିଲାନ୍ସ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଆସିଛନ୍ତି। କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନେକ ସମୟରେ କହି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଦୁର୍ନୀତି ଅଭିଯୋଗରେ ଚଢଉ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

  • Garvita Odia

    Related Posts

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରୂପା ରୋଶନ ସାହୁ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଭାବେ ଅବସ୍ଥିତ ଥିଲେ । ୨୦୦୬ ମସିହା…

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ଭୁବନେଶ୍ୱର: ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ଏକ ବଡ ଯୋଜନା କରିଛନ୍ତି । ଚଳିତ ବର୍ଷ ହେବ ଫର୍ମର e-kyc । କୃଷକମାନେ ପଞ୍ଜୀକରଣ ଆଧାର କାର୍ଡ ସହିତ ସମସ୍ତ ଡକୁମେଣ୍ଟ ପ୍ରଦାନ କରିବେ । ଏହି ସବୁ ଡକୁମେଣ୍ଟ…

    Leave a Reply

    Your email address will not be published. Required fields are marked *

    You Missed

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କୁ  ଭେଟିଲେ ପ୍ରଭାତୀ ପରିଡ଼ା

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ନାରୀ ନ୍ୟାୟ ପାଇଁ  କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ