ଡିଜିଟାଲ୍ ପରିବର୍ତନ ଏବଂ ନୂତନ ଉଦ୍ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜି୍ (ଆଇବିସିଏସ) ପକ୍ଷରୁ ନିକଟରେ ‘ଡିଜିଟାଲ୍ ପରିବର୍ତନ ଏବଂ ନୂତନ ଉଦ୍ଭାବନ’ ସମ୍ପର୍କିତ ଏକ ଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରର ଉପୁଜୁଥିବା ସମସ୍ୟାର ମୁକାବିଲା କରିବା ନିମନ୍ତେ ଡିଜିଟାଲ୍ ପରିବର୍ତନ ଏବଂ ନୂତନ ଉଦ୍ଭାବନ ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ।
ବର୍ତମାନ ସମାଜରେ ଶୈକ୍ଷିକ ଜ୍ଞାନର ପ୍ରଭାବ ସମ୍ପର୍କରେ ମତ ରଖିବା ସହ ବହୁ ବିଷୟକ ଉଦ୍ଭାବନ ଓ ଡିଜିଟାଲ୍ ପରିବର୍ତନର ପ୍ରଭାବ ସମ୍ମିଳିତ ବିକାଶ ଉପରେ ପଡ଼ିବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତ ରଖିଥିଲେ ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି, ସେଂଟର ଫର ବାୟୋଟେକ୍ନୋଲଜିର ପ୍ରଫେସର ଏଙ୍କେଟେଶ୍ୱର ସୁବୁଦ୍ଧି ଏବଂ ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ଯୋଗ ଦେଇଥିଲେ ।
ସମ୍ମିଳନୀର ପରିଚାଳନା ସଂଯୋଜକ ପ୍ରଫେସର ଦାଶ ସମ୍ମିଳନୀର ପ୍ରସଙ୍ଗ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଆଣ୍ଡ ସଷ୍ଟେନେବୁଲ ଇନୋଭେସନ୍: ଆନ୍ ଇନ୍ଟରଡିସିପ୍ଲିନାରୀ ଆପ୍ରୋଚ ଟୁ ବିଜିନେସ, ହେଲ୍ଥ, ଲ, ଏଗ୍ରିକଲ୍ଚର ଆଣ୍ଡ ସୋସାଇଟି’ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଓ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ । ପ୍ରଫେସର ଦାଶ ସମ୍ମଳିନୀର ରିପୋର୍ଟ ପ୍ରଦାନ କରିଥିବା ବେଳେ ସମ୍ମିଳନୀର ସଂଯୋଜକ ପ୍ରଫେସର ପ୍ରୀତି ୱାଇ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

Continue reading
ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ