ତାମିଲନାଡୁ ବିଧାନସଭା ନିର୍ବାଚନ:ମେଣ୍ଟ ସମ୍ଭବନାକୁ ଅଗ୍ରାହ୍ୟ କଲେ ବିଜୟ

ନୂଆଦିଲ୍ଲୀ: ଅଭିନେତାରୁ ନେତା ବନିବାକୁ ଚେଷ୍ଟା କରୁଥିବା ଅଭିନେତା ବିଜୟ ଆଜି ମଦୁରାଇରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ନିକଟରେ ଟିଭିକେ ନାମରେ ଦଳ ଗଠନ କରିଥିବା ବିଜୟ ଆଜି ପାରାପଠୀରେ ବଡ଼ ଘୋଷଣା କରିଛନ୍ତି। ଏଠାରେ ଦଳର ଦ୍ୱିତୀୟ ରାଜ୍ୟ ସ୍ତରୀୟ ସମାବେଶ ଆୟୋଜନ କରାଯାଥିବା ବେଳେ ହଜାର ହଜାର କର୍ମୀ, ନେତା ଓ ସମର୍ଥକ ଉପସ୍ଥିତ ରହିଥିଲେ। ଦୀର୍ଘ କିମି ଧରି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

ଏହି ବିଶାଳ ଜନାବେଶରେ ଟିଭିକେ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଥମଥର ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ବିଜୟ ଘୋଷଣା କରିଛନ୍ତି। ଦଳ ରାଜ୍ୟର ସମସ୍ତ ଆସନ ନୁହେଁ, ବରଂ କିଛି ସ୍ଥାନରେ ପ୍ରାର୍ଥୀ ଦେବ। ନିଜେ ବିଜୟ ମଦୁରାଇ ଇଷ୍ଟ ଆସନରେ ଲଢ଼ିବେ ବୋଲି କହିଛନ୍ତି। ଏଥିସହ ସେ ବିଜେପିକୁ ବିଚାରଧାରାର ଶତ୍ରୁ ଓ ଡିଏମକେକୁ ରାଜନୀତିକ ଶତ୍ରୁ ଭାବେ ଅଭିହିତ କରି ମେଣ୍ଟ ସମ୍ଭବନାକୁ ଅଗ୍ରାହ୍ୟ କରି ଦେଇଛନ୍ତି।ନିଜ ଭାଷଣରେ ବିଜୟ କହିଛନ୍ତି, “ଆମର ଏକମାତ୍ର ବିଚାରଧାରାଗତ ଶତ୍ରୁ ହେଉଛି ବିଜେପି। ଆମର ରାଜନୀତିକ ଶତ୍ରୁ ହେଉଛି ଡିଏମକେ। ଟିଭିକେ ଏମିତି ଏକ ଦଳ ଯିଏ କାହାକୁ ବି ଡରେ ନାହିଁ କିମ୍ବା ଆମର କେହି ବି ଅଣ୍ଡରଗ୍ରାଉଣ୍ଡ ମାଫିଆ ବ୍ୟବସାୟ ସହ ଜଡ଼ିତ ନୁହନ୍ତି।

ପୂରା ତାମିଲନାଡୁର ଶକ୍ତି ଆମ ସହ ରହିଛି। ଫାଶୀବାଦୀ ବିଜେପି ଓ ବିଷାକ୍ତ ଡିଏମକେ ବିରୋଧରେ ଆମକୁ ଏକାଠି ହେବାକୁ ପଡ଼ିବ। ମୋତେ କୌଣସି କ୍ଲୀତସଦାସ ମେଣ୍ଟ ସହ ହାତ ମିଳାଇବାର ନାହିଁ। ଆମ ମେଣ୍ଟ କେବେ ହେଲେ ସ୍ୱାର୍ଥବାଦୀ ହୋଇପାରିବ ନାହିଁ। ଏହା ଆତ୍ମସମ୍ମାନ ଭରା ମେଣ୍ଟ ହେବ।”

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ