ତିଥି ବାରରେ ଭିନ୍ନତା : ଦୀପାବଳି, ପୟାଶ୍ରାଦ୍ଧକୁ ନେଇ ଦ୍ୱନ୍ଦ୍ୱ

ପୁରୀ: ବାରମ୍ବାର ପଞ୍ଜିକା ସମୀକରଣ ବୈଠକ ବସୁଛି। ପର୍ବପର୍ବାଣୀର ତିଥି ବାରରେ ଯେପରି ସମାନତା ରହିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ତିଥି ବାରରେ ଭିନ୍ନତା ରହୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏବେ କେବେ ପାଳିବେ ଦୀପାବଳି ? କେବେ ଦେବେ ପୟାଶ୍ରାଦ୍ଧ? ପାଞ୍ଜିରେ ଭିନ୍ନଭିନ୍ନ ମତ ଯୋଗୁଁ ଏବେ ଜନସାଧାରଣଙ୍କ ମଧ୍ୟରେ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କିଛି ପାଞ୍ଜିରେ ଦୀପାବଳି ୨୦ ତାରିଖରେ ଓ ଆଉ କିଛି ପାଞ୍ଜିରେ ୨୧ ତାରିଖରେ ପାଳନ ନେଇ ଉଲ୍ଲେଖ ରହିଛି।
ପାଞ୍ଜି ସମୀକ୍ଷକ କହିଛନ୍ତି, ୨୦ ତାରିଖରେ ଦିନ ୩ଟା ୪୫ ପରେ ଅମାବାସ୍ୟା ପ୍ରବେଶ କରୁଛି। ୨୧ରେ ସନ୍ଧ୍ୟା ୫ଟା ୫୪ ମିନିଟ୍‌ ପର୍ୟ୍ୟନ୍ତ ଅମାବାସ୍ୟା ରହୁଛି। ୨୧ ତାରିଖ ଦିନ ୫ଟା ୧୫ ମିନିଟ୍‌ ୨୩ ସେକେଣ୍ଡରେ ସୂର୍ୟ୍ୟାସ୍ତ ରହୁଛି। ତେଣୁ ଉଭୟ ଦିନର ସୂର୍ୟ୍ୟାସ୍ତ ବେଳକୁ ଅମାବାସ୍ୟା ରହୁଥିବାରୁ ଶାସ୍ତ୍ରୀୟ ମତରେ ଦ୍ୱିତୀୟ ଦିନକୁ ଗ୍ରହଣ କରିବାର ବିଧି ରହିଛି। ସେହିପରି ପୟାଶ୍ରାଦ୍ଧ ତଥା ଦୀପଦାନ ଶ୍ରାଦ୍ଧ ସୂର୍ୟ୍ୟାସ୍ତ ସମୟରେ ସମାପନ ହେଉଥିବାରୁ ସୂର୍ୟ୍ୟାସ୍ତ ସମୟର ତିଥିକୁ ଗୁରୁତ୍ୱ ଦିଆଯାଏ। ସାମ୍ପ୍ରତିକ ସ୍ଥିତିରେ ଯେଉଁମାନେ ଆଶ୍ୱିନ ମାସ ଅମାବାସ୍ୟାରେ ମହାଳୟା ଶ୍ରାଦ୍ଧ କରି ନ ଥାଆନ୍ତି, ସେମାନେ କାର୍ତ୍ତିକ ଅମାବାସ୍ୟା ଦ୍ୱିପ୍ରହରରେ ମହାଳୟା ଶ୍ରାଦ୍ଧ ଏବଂ ସନ୍ଧ୍ୟାରେ ଦୀପଦାନ ଶ୍ରାଦ୍ଧ କରିବେ।

ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପାଞ୍ଜିରେ ୨୦ ତାରିଖ ଦିନ ପୟାଶ୍ରାଦ୍ଧ ନିର୍ଣ୍ଣୟ କରାଯାଇଛି। ମାତ୍ର ଅନ୍ୟ ସମସ୍ତ ଅଗ୍ରଣୀ ପଞ୍ଜିକାରେ ୨୧ ତାରିଖ ପୟାଶ୍ରାଦ୍ଧ ନିର୍ଣ୍ଣୟ ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ୨୦ ତାରିଖକୁ ପୟାଶ୍ରାଦ୍ଧ ନିର୍ଣ୍ଣୟ କରିଥିବା ବେଳେ କେଉଁ ଶାସ୍ତ୍ର ଆଧାରରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସିଦ୍ଧାନ୍ତ ନେଇଛନ୍ତି, ତାହା ପାଞ୍ଜିରେ ଉଲ୍ଲେଖ ନାହିଁ। ଅପରପକ୍ଷେ ଯେଉଁମାନେ ମହାଳୟା ଶ୍ରାଦ୍ଧ କରି ନଥିବେ, ସେମାନେ ଯଦି ୨୦ ତାରିଖରେ ଦୀପଦାନ ଶ୍ରାଦ୍ଧ କରିଦିଅନ୍ତି, ତେବେ ପ୍ରଥମେ ପିତୃପୁରୁଷଙ୍କୁ ବିସର୍ଜନ କରି ତା’ପର ଦିନ ମହାଳୟା ଶ୍ରାଦ୍ଧ କରିପାରିବେ ତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସଭାପତି ଆଦିତ୍ୟ ମିଶ୍ର କହିଛନ୍ତି, ୨୦ ତାରିଖ ଦିନ ୩ଟା ୪୫ ବେଳେ ଚତୁର୍ଦ୍ଦଶୀ ସରୁଛି। ଅମାବାସ୍ୟା ରାତିରେ ପାଳନ ହେବା କଥା। ତେଣୁ ଯେଉଁଟା ଚାଲିଲା ରାତି ରହିଲା। ତା’ ପରଦିନ ୫ଟା ୧୫ ବେଳକୁ ସୂର୍ୟ୍ୟାସ୍ତ ହୋଇ ଆଉ ମାତ୍ର କିଛି ସମୟ ଅମାବାସ୍ୟା ରହୁଛି। ତେଣୁ ସେଦିନ ଅମାବାସ୍ୟା କିଭଳି ପାଳନ ହେବ ବୋଲି ପାଞ୍ଜି ସମୀକ୍ଷକ ପ୍ରଶ୍ନ କରିଛନ୍ତି। ସମସ୍ତ ନିଯୋଗ ସହିତ ସ୍ଥିର କରାଯାଇ ୫ଟି ପାଞ୍ଜିରେ ଏ କଥାକୁ ସ୍ୱୀକୃତି ଦିଆଯାଇଛି। ତେଣୁ ଓଡ଼ିଶାବାସୀ ଏହିଦିନ ପାଳନ କରିବା ଆବଶ୍ୟକ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ