କଟକରେ ଶାନ୍ତି ଓ ସଦଭାବନା ପାଇଁ ରାଜଧାନୀରେ ନାଗରିକ ଯାତ୍ରା

ଭୁବନେଶ୍ବର: ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମତିଥିରେ ଶହ ଶହ ବର୍ଷର ଭାଇଚାରାର ସହର କଟକ ସହରରେ ଧର୍ମୀୟ ବିଦ୍ୱେଷ ସୃଷ୍ଟି କରି ଘୃଣା ଓ ହିଂସାର ବାତାବରଣ ସୃଷ୍ଟି ଉଦ୍ୟମ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି ରାଜଧାନୀ ଭୁବନେଶ୍ବରର ନାଗରିକ ସମାଜ। କଟକ ସମେତ ସାରା ଓଡ଼ିଶାରେ ଜାତି, ଧର୍ମ ନିର୍ବିଶେଷରେ ଦଙ୍ଗା ଫିସାଦ ରାଜନୀତି ବିରୋଧରେ, ସବୁ ସଂପ୍ରଦାୟ ମଧ୍ୟରେ ଭାଇଚାରା, ସ୍ନେହ, ପ୍ରେମ ଓ ପାରସ୍ପରିକ ବିଶ୍ବାସ କୁ ମଜଭୁତ୍ କରିବାକୁ ନିବେଦନ କରି ଆଜି “ଆଇ ଲଭ୍ ଭୁବନେଶ୍ବର” ନିକଟରେ ବିଭିନ୍ନ ବର୍ଗର ନାଗରିକମାନେ ଏକତ୍ରିତ ହୋଇ ଗଣତନ୍ତ୍ର, ସମାନତା, ଧର୍ମ ନିରପେକ୍ଷତା, ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଶପଥ ନେଇଥିଲେ। ସେଠାରୁ ସେମାନେ ଏକ ଶୋଭାଯାତ୍ରାରେ ରାଜମହଲ ଛକ ପରିକ୍ରମା କରି ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟକୁ ପୁନଃ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ସେଠାରେ ଏକ ପଥପ୍ରାନ୍ତ ସଭା କରିଥିଲେ। ଏହି ଶୋଭାଯାତ୍ରା ତଥା ଶାନ୍ତି ପାଇଁ ନାଗରିକ ଯାତ୍ରାକୁ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର ମନୋରଂଜନ ମହାନ୍ତି ନେତୃତ୍ୱ ନେଇଥିଲେ। ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ, ମାନବାଧିକାର କର୍ମୀ, ଆଇନଜୀବୀ, କୃଷକ ସଂଗଠନ, ଶ୍ରମିକ ସଂଗଠନ, ମହିଳା ସଂଗଠନ ମାନଙ୍କ ପକ୍ଷରୁ ନେତୃବୃନ୍ଦ ଓ କର୍ମୀମାନଙ୍କ ସମେତ ଭୁବନେଶ୍ବରର ସଚେତନ ନାଗରିକ ମାନେ ଏହି କାର୍ୟ୍ୟକ୍ରମରେ ସାମିଲ୍ ହୋଇ କଟକ ସମେତ ସାରା ରାଜ୍ୟରେ ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ନିବେଦନ କରିଥିଲେ।
ଗତ ଦଶହରା ପର୍ବରେ ଭସାଣିକୁ କେନ୍ଦ୍ର କରି ଶାନ୍ତି ଓ ସଦଭାବନାର ପ୍ରତୀକ ତଥା ନେତାଜୀ ସୁଭାଷ ବୋଷଙ୍କ ଜନ୍ମମାଟି କଟକ ସହର ରେ ସୃଷ୍ଟି ହୋଇଥିବା ଅଶାନ୍ତି ଓ ସାମ୍ପ୍ରଦାୟିକ ବିଦ୍ୱେଷ ଘଟଣାରେ ଗଭୀର ଦୁଃଖ ଓ ଉଦବେଗ ପ୍ରକାଶ କରିଥିଲେ। ଶହ ଶହ ବର୍ଷ ଧରି କଟକର ସାହି, ଗଳି ଓ ବଜାରରେ ଯେଉଁ ଭାତୃତ୍ବ, ଶାନ୍ତି ଓ ସଦଭାବନା ବଞ୍ଚି ରହିଛି, ତାହାକୁ କୈାଣସି ଭାବରେ ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ ଦାୟିତ୍ଵ ସଭାରେ ଘୋଷଣା କରାଯାଇଥିଲା। ଏହି ଅବସରରେ ସମସ୍ତ ପ୍ରକାର ମୈାଳବାଦୀ ତଥା ବିଭେଦକାରୀ ଶକ୍ତି ବିରୋଧରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭାଇଚାରାର ସହର କଟକରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ସରକାରଙ୍କ ନିକଟରେ
୧) କଟକ ସହର ସମେତ ସାରା ରାଜ୍ୟରେ ଶାନ୍ତି, ସଦଭାବନା ଓ ଭାଇଚାରା ପ୍ରତିଷ୍ଠା ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ।।
୨) ସାଂପ୍ରଦାୟିକ ହିଂସାକୁ ଉସକାଉଥିବା ସମସ୍ତ ମୈାଳବାଦୀ ଏବଂ ବିଭେଦକାରୀ ଶକ୍ତି, ଗୁଜବ ଓ ହିଂସା ସୃଷ୍ଟିକାରୀ ସମସ୍ତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ବିରୋଧରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଉ ।
୩) ସମସ୍ତ ଅଞ୍ଚଳରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଯୁବକ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ତଥା ସର୍ବସାଧାରଣଙ୍କୁ ନେଇ ଶାନ୍ତି ଶୋଭାଯାତ୍ରା ଆୟୋଜନ କରିବାକୁ ସରକାର ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ।
ନାଗରିକ ସମାଜ ଆହ୍ୱାନରେ ଆୟୋଜିତ ଏହି ଶାନ୍ତି ଯାତ୍ରାରେ ଦେବପ୍ରସାଦ ରାୟ, ସୁରେଶ ପାଣିଗ୍ରାହୀ, ସୁଧୀର ପଟ୍ଟନାୟକ, ପ୍ରମିଳା ସ୍ୱାଇଁ , ବିଶ୍ୱପ୍ରିୟ କାନୁନଗୋ, ସୁର ଜେନା, ମହେନ୍ଦ୍ର ପରିଡ଼ା, ନରେନ୍ଦ୍ର ମହାନ୍ତି, ବିଜୟ ଜେନା, ନାରାୟଣ ରେଡ୍ଡୀ, ରାଧାକାନ୍ତ ସେଠୀ, ସୁଭାଷିନୀ ଭଦ୍ର, ବିଚିତ୍ର ପାତ୍ର, ମୋହନ ନାଇଡ଼ୁ, ନିରଞ୍ଜନ ମହାନ୍ତି, ବିଜୟ ସାହୁ, ବିସ୍ମୟ ମହାପାତ୍ର, ତାପସୀ ପ୍ରହରାଜ, ସଂଗ୍ରାମ ମଲ୍ଲିକ, ବାସନ୍ତୀ ଆଚାର୍ୟ୍ୟ, ପ୍ରଦୀପ୍ତ ନାୟକ, ମୀର୍ ଅହମ୍ମଦ ଅଲ୍ଲୀ, ବାଘାମ୍ବର ପଟ୍ଟନାୟକ, ରୁମିତା କୁଣ୍ଡୁ, ପୂଜା, ସସ୍ମିତା ଜେନା, ପ୍ରଦ୍ୟୁମ୍ନ ନାୟକ, ରାଧାରାଣୀ ମହାରଣା, ପ୍ରଶାନ୍ତ ପାଇକରାୟ, ସନ୍ଦୀପ ପଟ୍ଟନାୟକ, ଅଭିରାମ ବେହେରା, ଯମେଶ୍ୱର ସାମନ୍ତରାୟ, ପ୍ରଭାତ ପାଣିଗ୍ରାହୀ, ବିଜୟ ବାରିକ୍, ସୁବତୀ ଦଳେଇ, ରାକେଶ କାନୁନଗୋ, ଧୀରେନ୍ଦ୍ର ପଣ୍ଡା, ମହମ୍ମଦ ସୁକୁର, ବଂଶୀଧର ପରିଡ଼ା, ଚାମ୍ବରୁ ସୋରେନ୍, ଅଜୟ ସିଂହ, ଚନ୍ଦ୍ରନାଥ ଦାନୀ, ଅରୁଣ ବାରିକ୍, ସନାତନ ଓଝା ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଏହି କାର୍ୟ୍ୟକ୍ରମରେ ସାମିଲ୍ ହୋଇଥିଲେ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ