ତୁହାକୁ ତୁହା ଲଘୁଚାପ: ଏଯାଏ ୧୨

ବାରମ୍ବାର ଆସୁଛି ଲଘୁଚାପ। ଗୋଟିଏ ନଯାଉଣୁ ଦାନା ବାନ୍ଧୁଛି ଆଉ ଗୋଟିଏ। ପାଣିପାଗ ବିଭାଗ ତଥ୍ୟ କହୁଛି, ଚଳିତ ବର୍ଷ ମେ ୨୮ରେ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହୋଇଥିଲା। ସେବେଠାରୁ ଆଜି ସୁଦ୍ଧା ବଙ୍ଗୋପସାଗରରେ ୧୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ବଙ୍ଗୋପସାଗର ସିଷ୍ଟମରେ କେବଳ ଗତ ୨୦ ଦିନରେ ସୃଷ୍ଟି ହୋଇଛି ୩ଟି ଲୋ ପ୍ରେସର ବା ଲଘୁଚାପ। ଅଗଷ୍ଟ ୧୭ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ଦାନା ବାନ୍ଧିଥିଲା ଲଘୁଚାପ। ଏହାର ୧୦ ଦିନ ଭିତରେ ଅଗଷ୍ଟ ୨୬ରେ ଆଉ ଗୋଟିଏ ସୃଷ୍ଟି ହୋଇଥିଲା। ସପ୍ତାହେ ବିତିନି ଏବେ ପୁଣି ଏକ ଲଘୁଚାପ ସକ୍ରିୟ ହୋଇଛି।ଯଦି ଗତ ୫ ବର୍ଷର ତଥ୍ୟକୁ ଦେଖିବା, ତା’ହେଲେ ୨୦୨୦ ମୌସୁମୀ ସିଜିନରେ ରାଜ୍ୟରେ ୭ଟି ଲଘୁଚାପର ପ୍ରଭାବ ରହିଥିଲା। ୨୦୨୧ରେ ୯ଟି, ୨୦୨୨ରେ ୧୨, ୨୦୨୩ରେ ୧୪ ଓ ୨୦୨୪ରେ ସୃଷ୍ଟି ହୋଇଥିଲା ୧୦ରୁ ଅଧିକ ଲଘୁଚାପ କ୍ଷେତ୍ର।
ଚଳିତ ମୌସୁମୀ ଋତୁରେ ତୁହାକୁ ତୁହା ଲଘୁଚାପ, ଆଉ ତା’ ପ୍ରଭାବରେ ଲଗାଣ ବର୍ଷାରେ ସୃଷ୍ଟି ହେଉଛି ବନ୍ୟା ସ୍ଥିତି। ତେବେ କାହିଁକି ବାରମ୍ବାର ସୃଷ୍ଟି ହେଉଛି ଲଘୁଚାପ ? ଏହା ପଛରେ କାରଣ କ’ଣ ? ମୌସୁମୀ ସିଜିନରେ ଏକାଧିକ ଲୋ ପ୍ରେସର ହେଉଛି କାହିଁକି ? ପାଣିପାଗ ବିଜ୍ଞାନୀଙ୍କ ମତରେ ମୌସୁମୀ ଟ୍ରପଲାଇନ ଅଧିକାଂଶ ସମୟରେ ଉତ୍ତର ଓଡ଼ିଶା ବର୍ଡର ଦେଇ ବଙ୍ଗୋପସାଗରକୁ ଗତି କରୁଛି। ସେହିପରି ମୌସୁମୀ ସମୟରେ ଦକ୍ଷିଣ-ପଶ୍ଚିମ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ହେଉଛି। ଯେଉଁଥିରେ ରହୁଛି ଅଧିକ ଆର୍ଦ୍ରତା। ବିଶେଷ କରି ମୌସୁମୀ ସିଜିନ, ଜୁନରୁ ସେପ୍ଟେମ୍ବର ଭିତରେ ବାୟୁମଣ୍ଡଳର ଆର୍ଦ୍ରତା ବେଶି ରହିଥାଏ। ସେହିଭଳି ଓଡ଼ିଶାର ଅଧିକାଂଶ ସ୍ଥାନରେ ପାସିଂ କ୍ଲାଉଡ୍ ପାଇଁ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବାରୁ ବର୍ଷା ହେଉଛି। ବଙ୍ଗୋପସାଗରରେ ଅଧିକାଂଶ ଲଘୁଚାପ କ୍ଷେତ୍ର ବାଂଲାଦେଶ ଓ ପଶ୍ଚିମବଙ୍ଗ ବର୍ଡରରେ ସୃଷ୍ଟି ହେଉଛି। ଚଳିତ ବର୍ଷ ରାଜ୍ୟରେ ଲଘୁଚାପର ପ୍ରଭାବ ଅଧିକ ଥିଲେ ବି ବର୍ଷାର ପ୍ରଭାବ ବେଶି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

  • Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading
    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି